Advertisment

ଅମ୍ବାନୀଙ୍କ ସମେତ ବଡ଼ ବଡ଼ ଧନୀଙ୍କୁ ଡରାଇକୁ ଚେଷ୍ଟା କରିଥିଲେ ସଚିନ ବାଜେ

ମୁମ୍ବାଇ: ମୁମ୍ବାଇ ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ରଖା ହୋଇଥିବା ଗାଡି ଏବଂ ମନସୁଖ ହିରେନ୍‌ ହତ୍ୟା ମାମଲାର ବଡ଼ ଖୁଲାସା। ମୁମ୍ବାଇର ବହିଷ୍କୃତ ଏପିଆଇ ସଚିନ ବାଜେ ହିଁ ମନସୁଖ ହିରେନ୍‌ଙ୍କୁ ହତ୍ୟା କରିଥିଲେ। ତାଙ୍କ ହତ୍ୟା କରିବା ପାଇଁ ସେ ହିଁ ରଚିଥିଲେ ଷଡଯନ୍ତ୍ର। କେବଳ ସେତିକି ନୁହେଁ ମୁକେଶ ଅମ୍ବାନୀଙ୍କ ଠାରୁ ଆରମ୍ଭ କରି ବଡ ବଡ ଧନୀ ବ୍ୟକ୍ତିଙ୍କୁ ସେ ଡରାଇବାକୁ ଚେଷ୍ଟା କରିଥିଲେ। ତାଙ୍କୁ ଧମକ ଦେବା ପାଇଁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଅମ୍ବାନୀଙ୍କ ସମେତ ବଡ଼ ବଡ଼ ଧନୀଙ୍କୁ ଡରାଇକୁ ଚେଷ୍ଟା କରିଥିଲେ ସଚିନ ବାଜେ

Sachin vaze

ମୁମ୍ବାଇ: ମୁମ୍ବାଇ ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ରଖା ହୋଇଥିବା ଗାଡି ଏବଂ ମନସୁଖ ହିରେନ୍‌ ହତ୍ୟା ମାମଲାର ବଡ଼ ଖୁଲାସା। ମୁମ୍ବାଇର ବହିଷ୍କୃତ ଏପିଆଇ ସଚିନ ବାଜେ ହିଁ ମନସୁଖ ହିରେନ୍‌ଙ୍କୁ ହତ୍ୟା କରିଥିଲେ। ତାଙ୍କ ହତ୍ୟା କରିବା ପାଇଁ ସେ ହିଁ ରଚିଥିଲେ ଷଡଯନ୍ତ୍ର। କେବଳ ସେତିକି ନୁହେଁ ମୁକେଶ ଅମ୍ବାନୀଙ୍କ ଠାରୁ ଆରମ୍ଭ କରି ବଡ ବଡ ଧନୀ ବ୍ୟକ୍ତିଙ୍କୁ ସେ ଡରାଇବାକୁ ଚେଷ୍ଟା କରିଥିଲେ। ତାଙ୍କୁ ଧମକ ଦେବା ପାଇଁ ସେ ଜୋର ଜବରଦସ୍ତ ବଟି ମଧ୍ୟ ଆଦୟ କରୁଥିଲେ। କେନ୍ଦ୍ରୀୟ ତଦନ୍ତ ସଂସ୍ଥା ତଥା ଏନ୍‌ଆଇଏ ଦ୍ୱାରା ଦାଖଳ ହୋଇଥିବା ଚାର୍ଜସିଟ୍‌ରେ ଏସବୁ କଥା ଉଲ୍ଲେଖ ରହିଛି।

Advertisment

ମୁମ୍ବାଇ ସ୍ୱତନ୍ତ୍ର ଅଦାତଲରେ ଏନ୍ଆଇଏ ସଚିନ ବାଜେଙ୍କ ବିରୋଧରେ ୨୯୦ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ କମରିଛି। ଚାର୍ଜସିଟ୍ ଅନୁଯାୟୀ, ସଚିନ ବାଜେ ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କ ମାଧ୍ୟମରେ ମାନସୁଖ ହିରେନଙ୍କୁ ହତ୍ୟା କରିଥିଲେ। ତାଙ୍କ ରହସ୍ୟ ଖୋଲିବା ଭୟରେ ବାଜେ ପ୍ରଦୀପ ଶର୍ମାଙ୍କୁ ମନସୁଖ ହରେନଙ୍କ ହତ୍ୟା ଦାୟିତ୍ୱ ଦେଇଥିଲେ। ପରେ ସୁପାରୀ ଦେଇ ପ୍ରଦୀପ ଶର୍ମା ମାନସୁଖ ହିରେନଙ୍କୁ ହତ୍ୟା କରିଥିଲେ। ଏହା ବ୍ୟତୀତ ସଚିନ ବାଜେ ହିଁ ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ସାମଗ୍ରୀ ରଖିବା ପାଇଁ ପୂରା ଷଡଯନ୍ତ୍ର ରଚିଥିଲେ।

ସଚିନ ଏହି ଷଡଯନ୍ତ୍ର ଜରିଆରେ ନିଜର 'ସୁପର୍‌କପ୍‌'ର ଛବି ପ୍ରତିଷ୍ଠା କରିବାକୁ ଚାହୁଁଥିଲେ। ଏଥିପାଇଁ ବଟି ଆଦୟ କରି ସେ ବିପୁଳ ପରିମାଣର ଟଙ୍କା ସଞ୍ଚିତ କରୁଥିଲେ। ଏଥିସହ ସଚିନ ମୁମ୍ବାଇର ବଡ ବଡ ଧନୀ ଲୋକଙ୍କୁ ମିଛ ମମଲାରେ ଫାଇସ ଦେବାକୁ କହି ସେମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ଚାହୁଁଥିଲେ, ଫଳରେ ଭବିଷ୍ୟତରେ ସେ ତାଙ୍କଠାରୁ ମଧ୍ୟ ଯେପରି ଟଙ୍କା ଆଦୟ କରି ପାରିବେ।

Advertisment

ଚାର୍ଜସିଟରେ ଆହୁରି ମଧ୍ୟ କୁହାଯାଇଛି ଯେ ବାଜେ ତାଙ୍କ ଷଡଯନ୍ତ୍ରରେ ଆତଙ୍କବାଦୀ ଘଟଣାର ରୂପ ଦେବା ପାଇଁ ଜୟଶ-ଉଲ-ହିନ୍ଦ ନାମକ ଏକ ଟେଲିଗ୍ରାମ ଆକାଉଣ୍ଟରେ ବିସ୍ଫୋରକ ସାମଗ୍ରୀକୁ ନେଇ ଫେକ୍‌ ପୋଷ୍ଟ ଅପ୍‌ଲୋଡ କରିଛନ୍ତି।

ଚାର୍ଜସିଟ ଅନୁଯାୟୀ, ସଚିନ ବାଜେ ପ୍ରଥମେ ଆଣ୍ଟିଲିଆ ବାହାରେ ଥିବା ବିସ୍ଫୋରକ ମାମଲାର ତଦନ୍ତ କରୁଥିଲେ ଏବଂ ତାଙ୍କ ଷଡଯନ୍ତ୍ରକୁ ଲୁଚାଇବା ପାଇଁ ତଦନ୍ତରେ ଅନେକ ଭୁଲ ଜିନିଷ ରଖିଥିଲେ। ଏହି ମାମଲାର ଲିଙ୍କ ବ୍ୟବସାୟୀ ମାନସୁଖ ହିରେନ ସହ ଥିଲା, ଯାହାର ମୃତଦେହ ମାର୍ଚ୍ଚ ୫ ତାରିଖ ଦିନ ଏକ ଘାଇରୁ ମିଳିଥିଲା।

ସୂଚନା ମୁତାବକ, ଫେବ୍ରୁଆରୀ ୨୫ ତାରିଖ ଦିନ  ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରେ ଥିବା ଏକ ଗାଡିରେ ବିସ୍ଫୋରକ ସାମଗ୍ରୀ ମିଳିଥିଲା। ​​ଏହାର କିଛି ଦିନ ପରେ ବ୍ୟବସାୟୀ ମାନସୁଖ ହିରେନଙ୍କ ମୃତଦେହ ଏକ ଖାଲରୁ ମିଳିଥିଲା। ଏହି ମାମଲାରେ ବାଜେଙ୍କ ସମେତ ୯ ଜଣଙ୍କ ବିରୋଧରେ ଏନଆଇଏ ଚାର୍ଜସିଟ ଦାଖଲ କରିଛି।

Sachin Vaze Antilia Case