Advertisment

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନାଭିସ୍‌ , ଆଜି ବିଚାରବିମର୍ଶ

ମୁମ୍ବାଇ: ତମାମ ରାଜନୈତିକ ପଶାପାଲି ମଧ୍ୟରେ ଆସନ୍ତକାଲି ମହାରାଷ୍ଟ୍ରରେ ଆରମ୍ଭ ହେବ ନୂଆ ଅଧ୍ୟାୟ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍। ଏଥିସହ ଆସନ୍ତାକଶଳି ଉପ ମୁଖ୍ୟମନ୍ତ୍ରୀ ମଦ୍ୟ ପଥ ଗ୍ରହଣ କରିପାରନପ୍ତି। ମହାରାଷ୍ଟ୍ର ମୁଖ୍ୟମମନ୍ତ୍ରୀ ହିସାବରେ ଦେବେନ୍ଦ୍ର ଫଡ଼ନାଭିସ୍‌  ଆସନ୍ତା ଜୁଲାଇ ୨ ତାରିଖରେ ହାଇଦ୍ରାବାଦରେ ହେବାକୁ ଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ନେଇ ସୂଚନା ମିଳିଛି। ଗତକାଲି ଉଦ୍ଧବ ସରକାରଙ୍କ ପତନ ପରେ ପରବର୍ତ୍ତୀ ସରକାର […]

ଅଦ୍ୟତନ ହୋଇଛି
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନାଭିସ୍‌ , ଆଜି ବିଚାରବିମର୍ଶ

devendra-fadnavis-1

Advertisment

ମୁମ୍ବାଇ: ତମାମ ରାଜନୈତିକ ପଶାପାଲି ମଧ୍ୟରେ ଆସନ୍ତକାଲି ମହାରାଷ୍ଟ୍ରରେ ଆରମ୍ଭ ହେବ ନୂଆ ଅଧ୍ୟାୟ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍। ଏଥିସହ ଆସନ୍ତାକଶଳି ଉପ ମୁଖ୍ୟମନ୍ତ୍ରୀ ମଦ୍ୟ ପଥ ଗ୍ରହଣ କରିପାରନପ୍ତି। ମହାରାଷ୍ଟ୍ର ମୁଖ୍ୟମମନ୍ତ୍ରୀ ହିସାବରେ ଦେବେନ୍ଦ୍ର ଫଡ଼ନାଭିସ୍‌  ଆସନ୍ତା ଜୁଲାଇ ୨ ତାରିଖରେ ହାଇଦ୍ରାବାଦରେ ହେବାକୁ ଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ନେଇ ସୂଚନା ମିଳିଛି। ଗତକାଲି ଉଦ୍ଧବ ସରକାରଙ୍କ ପତନ ପରେ ପରବର୍ତ୍ତୀ ସରକାର ଗଠନ ପାଇଁ  ବିଜେପି ଦାବି କରିପାରେ ।

Advertisment

ଏନେଇ ଆଜି ଏକାଧିକ ଦଳୀୟ ବୈଠକ ରହିଛି। ଯେଉଁଠି ବିଜେପିର ବରିଷ୍ଠ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ବିଜେପି ତାର ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇ ପାରେ। ମୁମ୍ବାଇରେ ହେବାକୁ ଥିବା ବୈଠକରେ ଦଳର ରାଜ୍ୟରେ ଦାୟିତ୍ୱରେ ଥିବା  ସିଟି ରବି ପହଞ୍ଚିଛନ୍ତି। ବର୍ତ୍ତମାନ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କ ବାସଭବନ ସାଗର ବଙ୍ଗଲୋରେ ଏହି ବୈଠକ ବସିବ। ସେହିପରି ବିଜେପିର ସମସ୍ତ  ଏବିଧାୟୟକଙ୍କୁ ମୁମ୍ବାଇରେ ରହିବାକୁ ନିର୍ଦ୍ଦେଶ ହୋଇଛି ।

ପରବର୍ତ୍ତୀ ପଦକ୍ଷେପ ପର୍ଯ୍ୟନ୍ତ ବିଧାୟକମାନେ ମୁମ୍ବାଇ ନଛାଡ଼ିବାକୁ କୁହାଯାଇଛି। ମହାରାଷ୍ଟ୍ରରେ ୨୦୧୯ରେ ଶାସନ କ୍ଷମତାକୁ ଆସିଥିଲା ମହା ବିକାଶ ଅଘାଡି ସରକାର  ଶିବସେନା।  ଏନସିପି ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଢିଥିଲେ।  ୨୬ ନଭେମ୍ବର ୨୦୧୯ରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଏମଭିଏର ସଭାପତି କରାଯାଇଥିଲା ।  ୨୮ ନଭେମ୍ବର ୨୦୧୯ରେ ସେ ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ  । ତେବେ କିଛି ଦିନ ତଳେ ଶିବସେନାର ମନ୍ତ୍ରୀ ଏକନାଥ ସିନ୍ଦେ ହଠାତ୍‌ ବିଦ୍ରୋହୀ ଭୂମିକାରେ ଆସି କିଛି ବିଧାକୟଙ୍କୁ ସାଙ୍ଗରେ ଧରି ମୁମ୍ବାଇ ବାହାରକୁ ନେଇଯାଇଥିଲେ। ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଉଥିବା ସିନ୍ଦେଙ୍କର ଏକ ପ୍ରକାର ସମର୍ଥନ ପ୍ରତ୍ୟାହାର ପରେ ରାଜ୍ୟ ସରକାର ସଂଖ୍ୟା ଲଘୁରେ ପରିଣତ ହୋଇଥିଲା।

Advertisment

ଏହା ପରେ ଫ୍ଲୋର୍ ଟେଷ୍ଟ ସମ୍ପର୍କରେ ଦେବେନ୍ଦ୍ର ଫଡ଼ନାଭିସ୍ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଭେଟି ଦାବି ଜଣାଇଥିଲେ। ହେଲେ ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଶିବସେନା ପକ୍ଷରୁ ଆବେଦନ କରାଯାଇଥିଲା।  ତାହା କିନ୍ତୁ ଖାରଜ ହୋଇଯିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଓହରିଯାଇଥିଲେ ଉଦ୍ଧବ ଠାକରେ ।  ଫଳରେ ମହାରାଷ୍ଟ୍ରରେ ମହାମେଣ୍ଟ ସରକାରଙ୍କ ପତନ ଘଟି ଥିଲା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଗତକାଲି ରାତିରେ ଉଦ୍ଧବ ଇସ୍ତଫା ଦେଇଛନ୍ତି । ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ସହ ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଠାକରେ।

Maharashtra Govt Devendra Fadnavis Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe