Advertisment

ୟୁପି ହିଂସା: ଯୋଗୀ ସରକାରଙ୍କୁ ଗୋଟିଏ ସପ୍ତାହର ସମୟ ଦେଲେ ଚାଷୀ ନେତା

ବହରାଇଚ: ଉତ୍ତର ପ୍ରଦେଶର ଲଖିମପୁର ଖେରି ଠାରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗରେ ଫସିଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ। ଆଶିଷଙ୍କୁ ଗିରଫ କରିବା ପାଇଁ ଟିକାୟତ ଯୋଗୀ ସରକାରଙ୍କୁ ଗୋଟିଏ ସପ୍ତାହର ସମୟ ଦେଇଛନ୍ତି। ଏହି ସମୟରେ ଯଦି ତାଙ୍କୁ ଗିରଫ କରା ନିଯିବ, ତା’ହେଲେ ଚାଷୀମାନେ ବଡ଼ ପଦକ୍ଷେପ ନେବେ ବୋଲି ସେ ସୂଚନା […]

author-image
Hemant Lenka
ଅଦ୍ୟତନ ହୋଇଛି
ୟୁପି ହିଂସା: ଯୋଗୀ ସରକାରଙ୍କୁ ଗୋଟିଏ ସପ୍ତାହର ସମୟ ଦେଲେ ଚାଷୀ ନେତା

Rakesh

ବହରାଇଚ: ଉତ୍ତର ପ୍ରଦେଶର ଲଖିମପୁର ଖେରି ଠାରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗରେ ଫସିଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ।

Advertisment

ଆଶିଷଙ୍କୁ ଗିରଫ କରିବା ପାଇଁ ଟିକାୟତ ଯୋଗୀ ସରକାରଙ୍କୁ ଗୋଟିଏ ସପ୍ତାହର ସମୟ ଦେଇଛନ୍ତି। ଏହି ସମୟରେ ଯଦି ତାଙ୍କୁ ଗିରଫ କରା ନିଯିବ, ତା’ହେଲେ ଚାଷୀମାନେ ବଡ଼ ପଦକ୍ଷେପ ନେବେ ବୋଲି ସେ ସୂଚନା ଦେଇଛନ୍ତି।

ରବିବାର ଚାଷୀମାନେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଓ ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କୁ ଲଖିମପୁର ଖେରିରେ ବିରୋଧ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଗୋଟିଏ କଳା ରଙ୍ଗର ଜିପ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଘଟଣା ପରେ ହିଂସା ସୃଷ୍ଟି ହେବାରୁ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ ମଧ୍ୟ ରହିଛନ୍ତି।

Advertisment

ପ୍ରାଣ ହରାଇଥିବା ୪ ଜଣ ଚାଷୀଙ୍କ ମଧ୍ୟରେ ଥିବା ଗୁରବିନ୍ଦର ସିଂହଙ୍କ ପରିବାର ଲୋକଙ୍କୁ ଆଜି ରାକେଶ ଟିକାୟତ ମୋହରନିଆ ଗାଁରେ ଭେଟିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଘଟଣା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ସେଠାରେ ଉପସ୍ଥିତ ରହିଥିଲେ। ଅନେକ ଲୋକ ଏହା ଦେଖିଛନ୍ତି।

ଇଣ୍ଟରନେଟ ଚାଲୁ ହେବା ମାତ୍ରେ ଲୋକମାନେ ଏ ସଂକ୍ରାନ୍ତ ଭିଡିଓ ଜାରି କରିବେ। ଜିଲ୍ଲା ପ୍ରଶାସନ କହିଛି ଯେ ସପ୍ତାହକ ମଧ୍ୟରେ ସେମାନେ ମନ୍ତ୍ରୀଙ୍କ ପୁଅଙ୍କୁ ଗିରଫ କରିବେ। ଯଦି ଏପରି ନ ହେଲା, ତା’ହେଲେ ଆମେ ସମସ୍ତ ୪ ଚାଷୀଙ୍କ ମୃତ୍ୟୁର ୧୩ ଦିନ ବେଳେ ଗୋଟିଏ ସ୍ଥାନରେ ଏକାଠି ହେବୁ। ଏହି ସମୟରେ ସରକାରଙ୍କ ବିରୋଧରେ କ’ଣ ପଦକ୍ଷେପ ଗ୍ରହଣ କରାଯିବ, ତା’ ଉପରେ ଆଲୋଚନା କରି ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।

ରାକେଶ ଟିକାୟତ କହିଛନ୍ତି, “ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ମନ୍ତ୍ରୀ ଓ ତାଙ୍କ ପୁଅ ଡିଜେଲ ଚୋରିରେ ସାମିଲ ଅଛନ୍ତି। ସେମାନଙ୍କର ନେପାଳରେ ୩ଟି ପେଟ୍ରୋଲ ପମ୍ପ ରହିଛି। ସେଠାରେ ଡିଜେଲ ୧୫ରୁ ୨୦ ଟଙ୍କା ଶସ୍ତା।”

Lakhimpur Kheri Updates