ଡାକ୍ତରଖାନାରେ ଝିଅକୁ ମାରିବାକୁ ବାପା ଦେଇଥିଲେ ଲକ୍ଷେ ଟଙ୍କା, ଡାକ୍ତର ସାଜି ଇଞ୍ଜେକ୍ସନ ମାରିଥିଲେ ୱାର୍ଡ ବୟ

ନୂଆଦିଲ୍ଲୀ: ଝିଅର ପ୍ରେମ ସଂପର୍କକୁ ଗ୍ରହଣ କରିପାରି ନଥିଲେ ବାପା। ପ୍ରେମିକ ସହ ସଂପର୍କ ଛିନ୍ନ କରିବାକୁ ଝିଅକୁ ଦେଇଥିଲେ କଡ଼ା ଚେତାବନୀ। ହେଲେ ଝିଅ ମାନି ନଥିଲା। ଆଉ ଶେଷରେ ଝିଅକୁ ମାରି ଦେବାକୁ ଜଣେ ୱାର୍ଡ ବୟକୁ ବାପା ଦେଇଥିଲେ ଲକ୍ଷେ ଟଙ୍କା। ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମୀରଟ ଜିଲ୍ଲାର କଙ୍କରଖେରାରେ। ପୁଲିସ୍ ଏହି ଘଟଣାରେ ଉକ୍ତ ଯୁବତୀଙ୍କ ବାପା ନବୀନ କୁମାର, ଏକ ଘରୋଇ ଡାକ୍ତରଖାନାର ୱାର୍ଡ ବୟ […]

woman

woman

Jitendra Garnayak
  • Published: Sunday, 07 August 2022
  • Updated: 07 August 2022, 12:05 PM IST

Sports

Latest News

ନୂଆଦିଲ୍ଲୀ: ଝିଅର ପ୍ରେମ ସଂପର୍କକୁ ଗ୍ରହଣ କରିପାରି ନଥିଲେ ବାପା। ପ୍ରେମିକ ସହ ସଂପର୍କ ଛିନ୍ନ କରିବାକୁ ଝିଅକୁ ଦେଇଥିଲେ କଡ଼ା ଚେତାବନୀ। ହେଲେ ଝିଅ ମାନି ନଥିଲା। ଆଉ ଶେଷରେ ଝିଅକୁ ମାରି ଦେବାକୁ ଜଣେ ୱାର୍ଡ ବୟକୁ ବାପା ଦେଇଥିଲେ ଲକ୍ଷେ ଟଙ୍କା। ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମୀରଟ ଜିଲ୍ଲାର କଙ୍କରଖେରାରେ।

ପୁଲିସ୍ ଏହି ଘଟଣାରେ ଉକ୍ତ ଯୁବତୀଙ୍କ ବାପା ନବୀନ କୁମାର, ଏକ ଘରୋଇ ଡାକ୍ତରଖାନାର ୱାର୍ଡ ବୟ ନରେଶ କୁମାର ଓ ଜଣେ ମହିଳା କର୍ମଚାରୀଙ୍କୁ ଗିରଫ କରିଛି।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଘର ଛାତରୁ ପଡ଼ି ଆହତ ହୋଇଥିବା ଝିଅକୁ ନେଇ ଶୁକ୍ରବାର ରାତିରେ ନବୀନ କୁମାର କଙ୍କରଖେରାର ଏକ ଘରୋଇ ଡାକ୍ତରଖାନାକୁ ଯାଇଥିଲେ। କିଛି ସମୟ ପରେ ସେ ସେଠାରୁ ଝିଅକୁ ମୋଦିପୁରମ ସ୍ଥିତ ଫ୍ୟୁଚର ପ୍ଲସ ହସ୍‌ପିଟାଲ୍‌କୁ ନେଇ ଯାଇଥିଲେ। ତେବେ ସେଠାରେ ହଠାତ୍ ତାଙ୍କ ଝିଅର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଏହା ପରେ ଡାକ୍ତରମାନେ ଯାଞ୍ଚ କରିଥିଲେ।

ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ପୋଟାସିୟମ କ୍ଲୋରାଇଡ୍‌ର ହାଇ ଡୋଜ୍ ଦିଆଯିବା ଯୋଗୁ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ଏହା ପରେ ଯୁବତୀଙ୍କୁ କିଏ ପୋଟାସିୟମ କ୍ଲୋରାଇଡ୍‌ର ହାଇ ଡୋଜ୍ ଦେଲା, ତାକୁ ନେଇ ହସ୍‌ପିଟାଲ୍‌ରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ସିସିଟିଭି ଯାଞ୍ଜ କରାଯିବାରୁ ଆଇସିୟୁକୁ ୱାର୍ଡ ବୟ ନରେଶ କୁମାର ଯାଇ ଇଞ୍ଜେକ୍ସନ ଦେଇଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସ୍ ତାକୁ ନିଜ ହେପାଜତକୁ ନେଇଥିଲା।

ନରେଶକୁ ପଚରାଉଚରା କଲା ବେଳେ ସେ ନବୀନଙ୍କ ନାଁ ନେଇଥିଲା। ନବୀନ ତାଙ୍କ ଝିଅକୁ ମାରିବା ପାଇଁ ତାକୁ ୧ ଲକ୍ଷ ଟଙ୍କା ଦେଇଥିଲେ। ସେ ଟଙ୍କା ନେଇ ଡାକ୍ତର ବେଶରେ ଆଇସିୟୁରେ ପଶିଥିଲେ। ସେତେବେଳେ ତାଙ୍କ ସହିତ ହସ୍‌ପିଟାଲ୍‌ର ଜଣେ ମହିଳା କର୍ମଚାରୀ ମଧ୍ୟ ଥିଲେ। ସେହି ମହିଳା କର୍ମଚାରୀଙ୍କ ସହାୟତାରେ ସେ ଆଇସିୟୁର ଭିତରେ ପ୍ରବେଶ କରିବା ସହିତ ଇଞ୍ଜେକ୍ସନ ଦେଇଥିଲେ ବୋଲି ପୁଲିସ୍ ଆଗରେ କହିଥିଲେ।

ନରେଶର ସୂଚନାକ୍ରମେ ପୁଲିସ୍ ନବୀନଙ୍କୁ ଉଠାଇଥିଲା। ପଚରାଉଚରା ବେଳେ ନବୀନ ସତ ମାନିଥିଲେ। ହସ୍‌ପିଟାଲ୍‌ରେ ଝିଅକୁ ଭର୍ତ୍ତି କଲା ବେଳେ ସେ ଡାକ୍ତରଙ୍କୁ ମିଛ କହିଥିଲେ। ସେ କହିଥିଲେ ଯେ ହଠାତ୍ ମାଙ୍କଡ଼ଙ୍କୁ ଦେଖି ଝିଅ ଘର ଛାତ ଉପରୁ ପଡ଼ି ଯାଇଥିଲା। କିନ୍ତୁ ସତ କଥା ହେଲା, ଝିଅ ନିଜେ ଛାତ ଉପରୁ ଡେଇଁ ପଡ଼ିଥିଲା।

ପୁଲିସ୍ ଭାଙ୍ଗି ଯାଇଥିବା ଇଞ୍ଜେକ୍ସନ ସିରିଞ୍ଜ ଓ ଛୁଞ୍ଚି ଜବତ କରିଥିବା ବେଳେ ନରେଶ ଠାରୁ ୯୦ ହଜାର ଟଙ୍କା ମଧ୍ୟ ଜବତ କରିଛି। ଏହା ସହିତ ଘଟଣାର ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story