Advertisment

ମନମୋହନ ସିଂହ କରୋନା ପଜିଟିଭ୍

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭେଟେରାନ୍ କଂଗ୍ରେସ ନେତା ମନମୋହନ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋମବାର ସେ କରୋନାରେ ପଜିଟିଭ୍ ହୋଇଥିବା ନେଇ ସୂଚନା ମିଳିଛି। ଏହାପରେ ତାଙ୍କୁ ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏବେ ସେ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ତେବେ ମନମୋହନ ସିଂହ କରୋନାର ଦୁଇଟି ଯାକ ଟିକା ନେଇସାରିିଥିବା ସୂଚନା ରହିଛି। Former PM Manmohan Singh tests positive for COVID19, admitted to […]

ଅଦ୍ୟତନ ହୋଇଛି
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହସ୍ପିଟାଲରେ ଭର୍ତ୍ତି

Manmohan Singh

Advertisment

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭେଟେରାନ୍ କଂଗ୍ରେସ ନେତା ମନମୋହନ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋମବାର ସେ କରୋନାରେ ପଜିଟିଭ୍ ହୋଇଥିବା ନେଇ ସୂଚନା ମିଳିଛି। ଏହାପରେ ତାଙ୍କୁ ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏବେ ସେ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ତେବେ ମନମୋହନ ସିଂହ କରୋନାର ଦୁଇଟି ଯାକ ଟିକା ନେଇସାରିିଥିବା ସୂଚନା ରହିଛି।

Advertisment

https://twitter.com/ANI/status/1384130664589447168?s=20

ମନମୋହନ ସିଂ ଏବଂ ତାଙ୍କ ପତ୍ନୀ ଗୁରୁଶରଣ କୌର ମାର୍ଚ୍ଚ ୪ ରେ ଏମ୍ସ ଯାଇ ପ୍ରଥମ କରୋନା ଟିକା ନେଇଥିଲେ। ତେଣୁ ସେ କରୋନାକୁ ହରାଇ ଶୀଘ୍ର ଘରକୁ ଫେରିବେ। ଏହି ୮୮ ବର୍ଷୀୟ ମନମୋହନ ସିଂହଙ୍କର ହୃଦ ରୋଗ ମଧ୍ୟ ରହିଛି। ଏପରି ପରିସ୍ଥିତିରେ ତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ ଏକ ଡାକ୍ତରୀ ଟିମ୍ ଗଠନ ହୋଇଛି।

ଗତକାଲି କୋଭିଡ୍ ମୁକାବିଲା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ ଟିକାକରଣକୁ ବଢ଼ାଇବାକୁ ସେ ପରାମର୍ଶ ଦେଇଥିଲେ। କେତେ ଜଣ ଟିକା ନେଇଛନ୍ତି ସେ ବାବଦରେ ଗୁରୁତ୍ୱ ଦେବା ପରିବର୍ତ୍ତେ କେତେ ପ୍ରତିଶତ ଟିକାକରଣ ହୋଇଛି ସେ ନେଇ ଗୁରୁତ୍ୱ ଦେବା ଦରକାର ବୋଲି ମନମୋହନ ସିଂହ କହିଥିଲେ।

Advertisment

କରୋନା ମହାମାରୀ ପାଇଁ ଅନେକ ଲୋକ ଜୀବିକା ହରାଇଛନ୍ତି। ଅନେକ ଲୋକଙ୍କୁ ଦାରିଦ୍ର୍ୟ ଭିତରକୁ ମଧ୍ୟ ଏହି ମହାମାରୀ ଠେଲି ଦେଇଛି। ଏବେ ଦ୍ୱିତୀୟ ଲହର ଆସିଛି ଯାହାକି ପୂର୍ବ ଅପେକ୍ଷା ଅଧିକ ପ୍ରଭାବଶାଳୀ। ଏବେ ଲୋକମାନେ ଏହି ମହାମାରୀରୁ କେବେ ରକ୍ଷା ପାଇବେ ବୋଲି ପଚାରୁଛନ୍ତି। ତେଣୁ ଏହାର ମୁକାବିଲା ପାଇଁ ଆମକୁ ଅନେକ ପଦକ୍ଷେପ ନେବାକୁ ହେବ। କିନ୍ତୁ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ତୀବ୍ର କରିବାକୁ ହେବ। ଯାହାକି ମୋଟ୍ ପ୍ରୟାସର ଏକ ବଡ଼ ଅଂଶ ହେବ ବୋଲି ସେ କହିଥିଲେ।

ଏବେ ଏହାର ଜବାବ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଆପଣ ଯେଉଁ ପରାମର୍ଶ ଦେଇଛନ୍ତି ତାହା ଆପଣଙ୍କ ଦଳ କଂଗ୍ରେସ ନେତା ମାନିବେ ତାହେଲେ ଇତିହାସ ଆପଣଙ୍କ ପାଖରେ କୃତଜ୍ଞ ରହିବ।

ସେ କହିଛନ୍ତି, ଆପଣ ଯେଉଁଭଳି ଭାରତ ପାଇଁ ଚିନ୍ତିତ ସରକାର ମଧ୍ୟ ସମାନ ଚିନ୍ତା କରୁଛନ୍ତି। “କେତେ ସଂଖ୍ୟାରେ ଲୋକ ଟିକା ନେଇଛନ୍ତି ବୋଲି ସରକାର ଗୁରୁତ୍ୱ ଦେବା ଅପେକ୍ଷା କେତେ ପ୍ରତିଶତ ଲୋକ ଟିକା ନେଇଛନ୍ତି’ ମନମୋହନଙ୍କ ଏହି ଅଂଶକୁ କାଉଣ୍ଟର କରି ହର୍ଷବର୍ଦ୍ଧନ ମନମୋହନଙ୍କୁ କହିଛନ୍ତି, ଆପଣଙ୍କ ଦଳର ନେତାଙ୍କୁ ଏହି ପରାମର୍ଶ ଦେବା ଦରକାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe