ଜି-୨୦ରେ ମୋଦି-ସୁନକ ଭେଟ୍‌ଘାଟ

ନୂଆଦିଲ୍ଲୀ: ଆଜିଠୁ ଇଣ୍ଡୋନେସିଆରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ସମ୍ମିଳନୀ ପ୍ରଥମ ଦିନରେ ଏକ ରୋଚକ ଫଟୋ ସାମ୍ନାକୁ ଆସିଛି। ପ୍ରଥମଥର ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ମୋଦିଙ୍କ ଭେଟ୍‌ଘାଟ ହୋଇଛି। ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ସହ ଏହା ହେଉଛି ମୋଦିଙ୍କ ପ୍ରଥମ ସାକ୍ଷାତ। ଏହି ଭେଟ୍‌ଘାଟ ବେଳେ ଦୁହେଁ ବେଶ୍ କିଛି ସମୟ […]

pm-modi-meets-uk-pm-rishi-sunak

pm-modi-meets-uk-pm-rishi-sunak

Madhupriya Mistry
  • Published: Tuesday, 15 November 2022
  • Updated: 15 November 2022, 03:02 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠୁ ଇଣ୍ଡୋନେସିଆରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ସମ୍ମିଳନୀ ପ୍ରଥମ ଦିନରେ ଏକ ରୋଚକ ଫଟୋ ସାମ୍ନାକୁ ଆସିଛି। ପ୍ରଥମଥର ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ମୋଦିଙ୍କ ଭେଟ୍‌ଘାଟ ହୋଇଛି। ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ସହ ଏହା ହେଉଛି ମୋଦିଙ୍କ ପ୍ରଥମ ସାକ୍ଷାତ। ଏହି ଭେଟ୍‌ଘାଟ ବେଳେ ଦୁହେଁ ବେଶ୍ କିଛି ସମୟ ଧରି ଆଲୋଚନା କରିଥିଲେ।

https://twitter.com/PMOIndia/status/1592394021779177472?s=20&t=8MQGhBbEIaM6TeeLN4NKQA

ବ୍ରିଟେନରେ ରାଜନୈତିକ ଅସ୍ଥିରତା ଭିତରେ ଲିଜ୍ ଟ୍ରସ୍‌ଙ୍କ ଇସ୍ତଫା ପରେ ଅକ୍ଟୋବର ମାସରେ ରୁଷି ସୁନକ କଞ୍ଜରଭେଟିଭ ପାର୍ଟିର ମୁଖ୍ୟ ତଥା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ୪୨ ବର୍ଷୀୟ ସୁନକ ହେଉଛନ୍ତି ବ୍ରିଟେନ୍ ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ। ଏଥିସହ ବର୍ତ୍ତମାନର ସବୁଠୁ ଧନୀ ରାଜନେତାଙ୍କ ମଧ୍ୟରେ ବି ସୁନକଙ୍କ ନାଁ ସାମିଲ ଅଛି।

ରୁଷି ସୁନକଙ୍କ ପୂର୍ବରୁ ମୋଦିି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିଥିଲେ। ଏହାପରେ ଫ୍ରାନ୍ସର ନେତା ଇମାନୁଏଲ ମାକ୍ରୋନଙ୍କୁ ମଧ୍ୟ ଭେଟିଥିଲେ ମୋଦି। ସମସ୍ତଙ୍କ ସହ ସାକ୍ଷାତ କରିଥିଲେ ସୁଦ୍ଧା ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଠାରୁ ଦୂରେଇ ରହିଥିଲେ। ଯାହାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଫଟୋରେ ମୋଦି ଓ ଜିନ୍‌ପିଙ୍ଗ ପାଖାପାଖି ବସିଥିଲେ ମଧ୍ୟ ପରସ୍ପର ସହ କଥାବାର୍ତ୍ତା କରିନଥିବା ଦେଖିବାକୁ ମିଳିଛି।

ଲଦାଖ ସୀମାରେ ଉତ୍ତେଜନା ପରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିଯାଇଛି। ଗାଲୱାନରେ ସଂଘର୍ଷ ଏବଂ ବହୁ ସଂଖ୍ୟାରେ ସୈନ୍ୟ ସହିଦ ହେବା ପରେ ଉଭୟ ଦେଶର ଶୀର୍ଷ ନେତୃତ୍ୱ ମଧ୍ୟରେ ଦୂରତା ଯଥେଷ୍ଟ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos