ଛଠ ପୂଜା ପ୍ରସାଦ ରୋଷେଇ ବେଳେ ବିସ୍ଫୋରଣ, ଜଳିଗଲେ ୭ ପୁଲିସକର୍ମୀ

ପାଟନା: ଛଠ ପୂଜା ପ୍ରସାଦ ରୋଷେଇ ବେଳେ ଅଘଟଣ। ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲେ ୭ ପୁଲିସ କର୍ମୀ। ଏଥିସହ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିହାର ଔରଙ୍ଗାବାଦରେ ଏଭଳି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଔରଙ୍ଗାବାଦର ତେଲି କଲୋନିରେ ଛଠ ପୂଜା ପାଇଁ ଆୟୋଜନ ଚାଲିଥିବା ବେଳେ ଶୁକ୍ରବାର ରାତିରେ ଅଚ୍‌ନାକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଫଳରେ ଏକ ଦୁଇ ମହଲା କୋଠାରେ ନିଆଁ ଲାଗିଯାଇଥିଲା। ଛଠ ପର୍ବ ପାଇଁ ପ୍ରସାଦ ରୋଷେଇ […]

gas-cylinder-explodes

gas-cylinder-explodes

Madhupriya Mistry
  • Published: Saturday, 29 October 2022
  • Updated: 29 October 2022, 08:59 AM IST

ପାଟନା: ଛଠ ପୂଜା ପ୍ରସାଦ ରୋଷେଇ ବେଳେ ଅଘଟଣ। ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲେ ୭ ପୁଲିସ କର୍ମୀ। ଏଥିସହ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିହାର ଔରଙ୍ଗାବାଦରେ ଏଭଳି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଔରଙ୍ଗାବାଦର ତେଲି କଲୋନିରେ ଛଠ ପୂଜା ପାଇଁ ଆୟୋଜନ ଚାଲିଥିବା ବେଳେ ଶୁକ୍ରବାର ରାତିରେ ଅଚ୍‌ନାକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଫଳରେ ଏକ ଦୁଇ ମହଲା କୋଠାରେ ନିଆଁ ଲାଗିଯାଇଥିଲା।

ଛଠ ପର୍ବ ପାଇଁ ପ୍ରସାଦ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ପାଇସ୍ ଲିକେଜ୍ ହୋଇଥିଲା। ଫଳରେ ଏଥିରେ ନିଆଁ ଲାଗି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ନିଆଁ ଲାଗି ୩୦ରୁ ଅଧିକ ମହିଳା ପୁରୁଷ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ନିଆଁକୁ ଆୟତ କରିବାକୁ ପହଞ୍ଚିଥିବା ୭ରୁ ଅଧିକ ପୁଲିସକର୍ମୀ ମଧ୍ୟ ଜଳି ଯାଇଛନ୍ତି। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos