Advertisment

ବିମାନ ବନ୍ଦରରୁ ୧.୧୮ କୋଟି ଟଙ୍କାର ସୁନା ଜବତ

ମାଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁର ବିମାନ ବନ୍ଦରରୁ ୧.୧୮ କୋଟି ଟଙ୍କାର ସୁନା ଜବତ ହୋଇଛି। ତିନି ଯାତ୍ରୀଙ୍କ ପାଖରୁ କଷ୍ଟମ ବିଭାଗ ଏହି ସୁନା ଜବତ କରିଛି। ଏହି ତିନି ଯାତ୍ରୀ ଭିନ୍ନ ଭିନ୍ନ ବିମାନରେ ଆସିଥିବା ଜଣାପଡ଼ିଛି। କଷ୍ଟମ୍ସ ବିଭାଗର ଅଧିକାରୀ କହିଛନ୍ତି ଯେ ଶନିବାର ତିନୋଟି ଭିନ୍ନ ଭିନ୍ନ ଘଟଣାରେ ମୋଟ୍ ୧.୧୮ କୋଟି ଟଙ୍କାର ସୁନା ଜବତ ହୋଇଛି। ପ୍ରଥମେ କେରଳର କାସରଗୋଡରୁ ଆସିଥିବା ଦୁଇ ଯାତ୍ରୀଙ୍କୁ ଅଟକାଇ କଷ୍ଟମ ବିଭାଗ ଖାନତଲାସି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବିମାନ ବନ୍ଦରରୁ ୧.୧୮ କୋଟି ଟଙ୍କାର ସୁନା ଜବତ

smuggling

ମାଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁର ବିମାନ ବନ୍ଦରରୁ ୧.୧୮ କୋଟି ଟଙ୍କାର ସୁନା ଜବତ ହୋଇଛି। ତିନି ଯାତ୍ରୀଙ୍କ ପାଖରୁ କଷ୍ଟମ ବିଭାଗ ଏହି ସୁନା ଜବତ କରିଛି। ଏହି ତିନି ଯାତ୍ରୀ ଭିନ୍ନ ଭିନ୍ନ ବିମାନରେ ଆସିଥିବା ଜଣାପଡ଼ିଛି। କଷ୍ଟମ୍ସ ବିଭାଗର ଅଧିକାରୀ କହିଛନ୍ତି ଯେ ଶନିବାର ତିନୋଟି ଭିନ୍ନ ଭିନ୍ନ ଘଟଣାରେ ମୋଟ୍ ୧.୧୮ କୋଟି ଟଙ୍କାର ସୁନା ଜବତ ହୋଇଛି। ପ୍ରଥମେ କେରଳର କାସରଗୋଡରୁ ଆସିଥିବା ଦୁଇ ଯାତ୍ରୀଙ୍କୁ ଅଟକାଇ କଷ୍ଟମ ବିଭାଗ ଖାନତଲାସି କରିଥିଲା ଆଉ ଚୋରା ସୁନା ଜବତ କରାଯାଇଥିଲା। ମୋଟ୍ ୨୬ ଲକ୍ଷ ଟଙ୍କାର ସୁନା ଏହି ଦୁଇ ଯାତ୍ରୀଙ୍କ ପାଖରୁ ଜବତ ହୋଇଥିଲା ବୋଲି କଷ୍ଟମ ଅଧିକାରୀ କହିଛନ୍ତି। ଏହି ଦୁଇ ଯାତ୍ରୀ କେରଳର ବୋଲି ଜଣାପଡ଼ିଛି।

Advertisment

ଆହୁରି ପଢ଼ନ୍ତୁ: ମୁଣ୍ଡ ଭିତରୁ ହେଲା ସୁନା ବର୍ଷା

ଏହାପରେ ଶନିବାର ଉଲାଲରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇ ସୁନା ଜବତ କରିଛି କଷ୍ଟମ ବିଭାଗ। ଜବତ ହୋଇଥିବା ସୁନାର ମୂଲ୍ୟ ୯୨.୨୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ମୋଟ୍ ତିନି ଯାତ୍ରୀଙ୍କ ପାଖରୁ ୧.୧୮ କୋଟି ଜବତ ହୋଇଛି। ଏହି ତିନି ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଆସିଥିବା ଜଣାପଡ଼ିଛି। କଷ୍ଟିମ ଅଧିକାରୀ ତିନି ସୁନା ଚୋର ଅଭିଯୁକ୍ତକୁ ଅଟକ ରଖିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏବେ ପୁଲିସ ଏହି ତିନି ଜଣଙ୍କୁ ପଚରାଉଚରା କରି ମୁଖ୍ୟ କାର୍ପଟଦାର ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ସୁନା ଚୋରା ଚାଲାଣ ମାମଲା ବୃଦ୍ଧି ପାଇଛି। ଗତ ଜାନୁଆରୀ ୩୧ରେ ଚେନ୍ନାଇ ବିମାନବନ୍ଦରରୁ କଷ୍ଟମ ବିଭାଗ ୭ ଜଣ ଯାତ୍ରୀଙ୍କୁ ଅଟକାଇ ୪.୧୫ କିଲୋଗ୍ରାମର ସୁନା ଜବତ କରିଥିଲା ଏହି ସୁନାର ଦାମ ୨.୧୭ କୋଟି ଟଙ୍କା ବୋଲି ଜଣାପଡ଼ିଥିଲା।

Advertisment
Smuggling Gold Smuggling