Advertisment

ଆକ୍ସନ୍‌ ମୋଡ୍‌ରେ ରାଜ୍ୟପାଳ, ଉଦ୍ଧବଙ୍କୁ ମାଗିଲେ ୩ ଦିନର ରିପୋର୍ଟ

ମୁମ୍ବାଇ: ଦିନକୁ ଦିନ ରୋଚକ ହେଉଛି ମହାରାଷ୍ଟ୍ର ମହାନାଟକ। ଜାରି ରହିଛି ରଜନୈତିକ ହଲଚଲ। ଉଦ୍ଧବ ଓ ସିନ୍ଦେଙ୍କ ମଧ୍ୟରେ ଲାଗିଛି ଟସଲ। ଏହାରି ଭିତିରେ ଆକ୍ସନ ମୋଡକୁ ଆସିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କେଶିୟାରୀ ଉଦ୍ଧବ ସରକାରଙ୍କୁ ୩ ଦିନର ରିପୋର୍ଟ ମାଗିଛନ୍ତି। ସେ ଉଦ୍ଧବ ଠାକରେଙ୍କୁ ଗତ ତିନି ଦିନର ଫାଇଲଗୁଡ଼ିକର ହିସାବ କିତାବ ଦେବା ପାଇଁ କହିଛନ୍ତି। ରାଜ୍ୟପାଳ ମହାରାଷ୍ଟ୍ର ସରକାରଙ୍କ କିଛି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆକ୍ସନ୍‌ ମୋଡ୍‌ରେ ରାଜ୍ୟପାଳ, ଉଦ୍ଧବଙ୍କୁ ମାଗିଲେ ୩ ଦିନର ରିପୋର୍ଟ

bhagat-singh-koshyari And Uddhav

ମୁମ୍ବାଇ: ଦିନକୁ ଦିନ ରୋଚକ ହେଉଛି ମହାରାଷ୍ଟ୍ର ମହାନାଟକ। ଜାରି ରହିଛି ରଜନୈତିକ ହଲଚଲ। ଉଦ୍ଧବ ଓ ସିନ୍ଦେଙ୍କ ମଧ୍ୟରେ ଲାଗିଛି ଟସଲ। ଏହାରି ଭିତିରେ ଆକ୍ସନ ମୋଡକୁ ଆସିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କେଶିୟାରୀ ଉଦ୍ଧବ ସରକାରଙ୍କୁ ୩ ଦିନର ରିପୋର୍ଟ ମାଗିଛନ୍ତି।

Advertisment

ସେ ଉଦ୍ଧବ ଠାକରେଙ୍କୁ ଗତ ତିନି ଦିନର ଫାଇଲଗୁଡ଼ିକର ହିସାବ କିତାବ ଦେବା ପାଇଁ କହିଛନ୍ତି। ରାଜ୍ୟପାଳ ମହାରାଷ୍ଟ୍ର ସରକାରଙ୍କ କିଛି ଆଦେଶକୁ ଖଣ୍ଡନ ମଧ୍ୟ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏଭଳି ପରିସ୍ଥିତିରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ମଧ୍ୟରେ ବିବାଦ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ରାଜନୀତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ କେଶିୟାରୀ କରୋନାରେ ସଂକ୍ରମଣ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁଇ ଦିନ ପୂର୍ବେ ତଥା ଜୁନ ୨୬ରେ ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment

ସଦ୍ୟତମ ସୂଚନା ଅନୁଯାୟୀ ରାଜ ଭବନ ସଚିବାଳୟ ରାଜ୍ୟ ସରକାରଙ୍କ ଠାରୁ କିଛି ଫାଇଲର ବିବରଣୀ ମାଗିଛନ୍ତି। ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କ ମୁଖ୍ୟ ସଚିବ ସାନ୍ତୋଶ କୁମାର ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ମନୁ କୁମାର ଶ୍ରୀବାସ୍ତବଙ୍କୁ ଏକ ଚିଠି ଲେଖି ଜୁନ୍ ୨୨,୨୩ ଏବଂ ୨୪ରେ ଅନୁମୋଦନ ହୋଇଥିବା ପ୍ରସ୍ତାବଗୁଡ଼ିକର ବିବରଣୀ ମାଗିଛନ୍ତି।

ଏହି ଚିଠି ସହିତ ବିରୋଧୀ ଦଳର ନେତା ପ୍ରବୀଣ ଦରେକରଙ୍କ ରାଜ୍ୟପାଳଙ୍କୁ ଲେଖିଥିବା ସେହି ଚିଠିକୁ ମଧ୍ୟ ଯୋଡାଯାଇଛି। ଯେଉଁଥିରେ ପ୍ରବୀଣ ଦରେକର କିଛି ବିଧାୟକ ଓ ମନ୍ତ୍ରୀଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ର ସରକାର ଦେଇଥିବା ତ୍ୱରିତ ନିଷ୍ପତ୍ତି ଏବଂ ସରକାରୀ ନିଷ୍ପତ୍ତିରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଥିଲେ। ସିନ୍ଦେ ଦଳର ବିଦ୍ରୋହୀ ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରଣାଳୟ ତରଫରୁ ତରବରିଆ ଭାବେ ଅନେକ ଫାଇଲ ଏବଂ ସରକାରୀ ରିଜୋଲ୍ୟୁସନ୍ (GR) ପାସ୍‌ କରାଯାଇଛି।

ରଜନୀତିକ ହଟଚମଟ ମଧ୍ୟରେ ଗୌହାଟୀର ରେଡିସନ୍ ବ୍ଲୁ ହୋଟେଲରେ ବସିଥିବା ମହାରାଷ୍ଟ୍ରର ବିଦ୍ରୋହୀ ବିଧାୟକଙ୍କ ମନୋବଳ ଆହୁରି ଦୃଢ଼ ହେବାରେ ଲାଗିଛି। ବାସ୍ତବରେ ଗତକାଲି ସୁପ୍ରିମକୋର୍ଟ ତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ତାଙ୍କୁ ଅଯୋଗ୍ୟ ଘୋଷିତ ପ୍ରକ୍ରିୟା ଜୁଲାଇ ୧୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Maharashtra Govt