ରାଗିଗଲେ ହର୍ଷବର୍ଦ୍ଧନ, ଶପଥ ସମାରୋହ ଅଧାରୁ ଉଠିଗଲେ

ନୂଆଦିଲ୍ଲୀ: ରାଗିଗଲେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସାଂସଦ ଡ. ହର୍ଷବର୍ଦ୍ଧନ। ଶପଥ ସମାରୋହ ଅଧାରୁ ଉଠି ଆସିଲେ। ଦିଲ୍ଲୀର ନୂଆ ଉପରାଜ୍ୟପାଳ ବିନୟ କୁମାର ସକ୍‌ସେନାଙ୍କ ଶପଥ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ହର୍ଷବର୍ଦ୍ଧନ ରାଗି ଯାଇ ଅଧାରୁ ଫେରି ଆସିଥିବା ଦେଖିବାକୁ ମିଳିଛି। ପ୍ରକୃତରେ ଆଜି ଦିଲ୍ଲୀର ନୂଆ ଉପରାଜ୍ୟପାଳ ଭାବେ ବିନୟ କୁମାର ସକ୍‌ସେନା ଶପଥ ନେଇଛନ୍ତି। ଏହି ଶପଥ ସମାରୋହରେ ଅନେକ ନେତା ମନ୍ତ୍ରୀ ଯୋଗ ଦେଇଥିଲେ। ସାଂସଦ ହର୍ଷବର୍ଦ୍ଧନ […]

harsh-vardhan

Madhupriya Mistry
  • Published: Thursday, 26 May 2022
  • , Updated: 26 May 2022, 02:41 PM IST

ନୂଆଦିଲ୍ଲୀ: ରାଗିଗଲେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସାଂସଦ ଡ. ହର୍ଷବର୍ଦ୍ଧନ। ଶପଥ ସମାରୋହ ଅଧାରୁ ଉଠି ଆସିଲେ। ଦିଲ୍ଲୀର ନୂଆ ଉପରାଜ୍ୟପାଳ ବିନୟ କୁମାର ସକ୍‌ସେନାଙ୍କ ଶପଥ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ହର୍ଷବର୍ଦ୍ଧନ ରାଗି ଯାଇ ଅଧାରୁ ଫେରି ଆସିଥିବା ଦେଖିବାକୁ ମିଳିଛି।

ପ୍ରକୃତରେ ଆଜି ଦିଲ୍ଲୀର ନୂଆ ଉପରାଜ୍ୟପାଳ ଭାବେ ବିନୟ କୁମାର ସକ୍‌ସେନା ଶପଥ ନେଇଛନ୍ତି। ଏହି ଶପଥ ସମାରୋହରେ ଅନେକ ନେତା ମନ୍ତ୍ରୀ ଯୋଗ ଦେଇଥିଲେ। ସାଂସଦ ହର୍ଷବର୍ଦ୍ଧନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେବେ ତାଙ୍କୁ ବସିବାକୁ ଯେଉଁ ସିଟ୍‌ ମିଳିଥିଲା ସେଥିରେ ସେ ସନ୍ତୁଷ୍ଟ ନଥିଲେ। ରାଗି ଯାଇ ସେ ଶପଥ ସମାରୋହ ପୂର୍ବରୁ ହିଁ ସେଠାରୁ ଉଠି ଆସିଥିଲେ।

ତେବେ ଯିବା ବେଳେ ଏହି ଅପମାନର ଅଭିଯୋଗ ଉପରାଜ୍ୟପାଳଙ୍କୁ କରିବେ ବୋଲି ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାରଙ୍କୁ ସେ କହିଛନ୍ତି। 'ମୁଁ ବିନୟ ସକ୍‌ସେନାକୁ ଏନେଇ ଚିଠି ଲେଖିବି ବୋଲି ମଧ୍ୟ ସେ କଡା ଭାଷାରେ କହିଛନ୍ତି। ସେପଟେ ହର୍ଷବର୍ଦ୍ଧନ ଏଭଳି କାର୍ଯ୍ୟକ୍ରମ ଅଧାରୁ ଉଠି ଚାଲିଆସିବା ପରେ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସଙ୍ଗେ ସଙ୍ଗେ ଶପଥ ଗ୍ରହଣ ସ୍ଥଳରେ ଚେଆର ବଦଳରେ ସୋଫା ପକାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆଜି ରାଜଧାନୀ ଦିଲ୍ଲୀର ୨୨ତମ ଉପରାଜ୍ୟପାଳ ଭାବେ ବିନୟ କୁମାର ସାକ୍‌ସେନା ଶପଥ ଗ୍ରହଣ କରିଛନ୍ତି। ଆଜି ରାଜ ନିବାସରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ ସାଙ୍ଘି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ କ୍ୟାବିନେଟ୍‌ ସଦସ୍ୟ, ବିଧାନସଭା ଅଧ୍ୟକ୍ଷ, ଦିଲ୍ଳୀର ସମସ୍ତ ସାଂସଦ ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତିବିଶେଷମାନେ ମଧ୍ୟ ଉପସ୍ଥିତ ଥିଲେ।

https://twitter.com/sharadsharma1/status/1529699827285491712?s=20&t=ap7uakgeJVR2GRXvohsATw

Related story