ଅଭିଯୋଗ ପରେ ଇସ୍ତଫା ଦେଲେ କ୍ରୀଡା ମନ୍ତ୍ରୀ

ଚଣ୍ଡିଗଡ: ଇସ୍ତଫା ଦେଲେ ହରିୟାଣାର କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହ। ମହିଳା କୋଚ୍ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିବା ପରେ ସେ ନିଜ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହ ଖେଳ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ସେ ହସ୍ତାନ୍ତର କରିଛନ୍ତି। ସେପଟେ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଡିଜିପି ତିନି ଜଣିଆ ଏସ୍‌ଆଇଟି ଗଠନ କରିଛନ୍ତି। ଜୁନିଅର ଆଥଲେଟିକ୍ସ ବିଭାଗ ମହିଳା କୋଚ୍ ଆଣିଥିବା ଅଭିଯୋଗକୁ ସନ୍ଦୀପ ସିଂହ ଅସ୍ୱୀକାର କରିଛନ୍ତି। ସେ […]

sexual-harassment-case

Madhupriya Mistry
  • Published: Sunday, 01 January 2023
  • , Updated: 01 January 2023, 01:35 PM IST

ଚଣ୍ଡିଗଡ: ଇସ୍ତଫା ଦେଲେ ହରିୟାଣାର କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହ। ମହିଳା କୋଚ୍ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିବା ପରେ ସେ ନିଜ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହ ଖେଳ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ସେ ହସ୍ତାନ୍ତର କରିଛନ୍ତି। ସେପଟେ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଡିଜିପି ତିନି ଜଣିଆ ଏସ୍‌ଆଇଟି ଗଠନ କରିଛନ୍ତି।

ଜୁନିଅର ଆଥଲେଟିକ୍ସ ବିଭାଗ ମହିଳା କୋଚ୍ ଆଣିଥିବା ଅଭିଯୋଗକୁ ସନ୍ଦୀପ ସିଂହ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ତାଙ୍କ ଛବି ଖରାପ କରିବାକୁ ଚେଷ୍ଟା ଚାଲିଛି। ତାଙ୍କ ଉପରେ ଲାଗିଥିବା ମିଛ ଅଭିଯୋଗର କଡା ତଦନ୍ତ ହେବ ବୋଲି ତାଙ୍କୁ ବିଶ୍ୱାସ। ତଦନ୍ତ ରିପୋର୍ଟ ଆସିବା ଯାଏଁ ଖେଳ ବିଭାଗର ଦାୟିତ୍ୱ ସେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିବା ସେ କହିଛନ୍ତି।

https://twitter.com/ANI/status/1609443382514061314?s=20&t=Kv3rFXXUFrefkVQelm9JsQ

ଅନ୍ୟପଟେ କ୍ରୀଡା ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳା କୋଚ୍ ହରିୟାଣା ଗୃହ ମନ୍ତ୍ରୀ ଅନିଲ ବିଜ୍‌ଙ୍କୁ ଭେଟିଛନ୍ତି। ପୀଡିତା ଜଣକଙ୍କ ଗୃହମନ୍ତ୍ରୀଙ୍କୁ ନିଜ ଦୁଃଖ ବଖାଣିଛନ୍ତି। ମନ୍ତ୍ରୀ ମଧ୍ୟ ମାମଲାର ଗଭୀର ତଦନ୍ତ କରାଯିବ ବୋଲି ପୀଡିତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ସୂଚନା ମୁତାବକ, ଜୁନିଅର ଆଥଲେଟିକ୍ସର ମହିଳା କୋଚ୍ ଚଣ୍ଡିଗଡ ଏସ୍‌ପିଙ୍କୁ ଭେଟି କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ସନ୍ଦୀପ ଇନ୍‌ଷ୍ଟାଗ୍ରାମ ଓ ସ୍ନାପଚାଟ୍‌ରେ ତାଙ୍କୁ ମେସେଜ ପଠାଇ ଡକ୍ୟୁମେଣ୍ଟ ଦେବା ବାହାନରେ ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ଘରକୁ ଡାକିଥିଲେ। ସେଠାରେ ତାଙ୍କ ସହ ମନ୍ତ୍ରୀ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ଚଣ୍ଡିଗଡ ସେକ୍ଟର-୨୬ ପୁଲିସ ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

Related story