ହେଟ୍ ସ୍ପିଚ୍ ମାମଲା: ଆଜମ ଖାନ ଦୋଷୀ ସାବ୍ୟସ୍ତ

ଲକ୍ଷ୍ନୌ: ପୁଣି ଜେଲ୍ ଯାଇପାରନ୍ତି ସମାଜବାଦୀ ପାର୍ଟି ନେତା ଆଜମ ଖାନ୍। ବଢ଼ିଲା ତାଙ୍କ ଅଡୁଆ।  ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସପା ବିଧାୟକ ଆଜମ ଖାନ୍। ତାଙ୍କୁ ତିନୋଟି ଧାରାରେ ରାମପୁର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ହେପାଜତକୁ ନିଆଯାଇଛି। ଅତି କମ୍‌ରେ ତାଙ୍କୁ ୩ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇ ପାରନ୍ତି କୋର୍ଟ। ୨୦୧୯ ଏପ୍ରିଲ ୭ ତାରିଖରେ ରାମପୁରର ସମାଜବାଦି ପାର୍ଟି ଏବଂ […]

Azam Khan

Azam Khan

Madhupriya Mistry
  • Published: Thursday, 27 October 2022
  • Updated: 27 October 2022, 03:27 PM IST

Sports

Latest News

ଲକ୍ଷ୍ନୌ: ପୁଣି ଜେଲ୍ ଯାଇପାରନ୍ତି ସମାଜବାଦୀ ପାର୍ଟି ନେତା ଆଜମ ଖାନ୍। ବଢ଼ିଲା ତାଙ୍କ ଅଡୁଆ।  ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସପା ବିଧାୟକ ଆଜମ ଖାନ୍। ତାଙ୍କୁ ତିନୋଟି ଧାରାରେ ରାମପୁର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ହେପାଜତକୁ ନିଆଯାଇଛି। ଅତି କମ୍‌ରେ ତାଙ୍କୁ ୩ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇ ପାରନ୍ତି କୋର୍ଟ।

୨୦୧୯ ଏପ୍ରିଲ ୭ ତାରିଖରେ ରାମପୁରର ସମାଜବାଦି ପାର୍ଟି ଏବଂ ବାହୁଜନ ସମାଜ ପାର୍ଟିର ମିଳିତ ପ୍ରାର୍ଥୀ ମହମ୍ମଦ ଆଜାମ ଖାନ ତାଙ୍କ ନିର୍ବାଚନ ସଭାରେ ଭାଷଣ ଦେବାବେଳେ ରାମପୁରରେ ମୁତୟନ ହୋଇଥିବା ଅନେକ ପ୍ରଶାସନିକ ଅଧିକାରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ।

ତାଙ୍କର ଏହି ଭାଷଣ ବିରୋଧ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବିଜେପି ନେତା ଅଜୟ ସକ୍‌ସେନା ଏହାକୁ ନେଇ ଆଜମ ଖାନ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏଥିସହ ଆଜମ ଖାନ୍‌ଙ୍କ ବିରୋଧରେ ନିର୍ବାଚନ ଆୟୋଗର ଭିଡିଓ ଟିମ୍ ଇନ୍‌ଚାର୍ଜ ଦ୍ୱାରା ଏକ ଏଫ୍‌ଆଇର୍ ମଧ୍ୟ ରୁଜୁ କରାଯାଇଥିଲା। ଆଜି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ। ଆଜାମ ଖାନଙ୍କ ବିରୋଧରେ ହେଟ୍ ସ୍ପିଚ୍ ଦେବା ଓ ଘୃଣା ସୃଷ୍ଟି କରାଇବା ଭଳି ଗୁରୁତର ମାମଲା ରୁଜୁ କରାଯାଇଥିଲା।

https://twitter.com/AHindinews/status/1585558232688635905?s=20&t=MQrsQ6BJ3WTcBwZ3UmedHw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos