Advertisment

ବନ୍ଧା ହେଲେ ମୁସଲିମ ମହିଳାଙ୍କୁ ଦୁଷ୍କର୍ମର ଧମକ ଦେଇଥିବା ମହନ୍ତ

ଲକ୍ଷ୍ନୌ: ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇ ମୁସଲିମ ମହିଳାଙ୍କୁ ସର୍ବସମ୍ମୁଖରେ ଅପହରଣ ଓ ଦୁଷ୍କର୍ମ କରିବାର ଧମକ ଦେଇଥିବା ଜଣେ ମହନ୍ତଙ୍କୁ ଶେଷରେ ଉତ୍ତର ପ୍ରଦେଶ ପୁଲିସ ଗିରଫ କରିଛି। ଗିରଫ ମହନ୍ତ ଜଣଙ୍କ ହେଲେ ବଜରଙ୍ଗ ମୁନି ଦାସ। ସେ ସୀତାପୁରର ଖୈରାବାଦରେ ଥିବା ମହର୍ଷି ଶ୍ରୀ ଲକ୍ଷ୍ମଣ ଦାସ ଡଦାସିନ ଆଶ୍ରମର ମୁଖ୍ୟ। ସେ ଏପ୍ରିଲ ୨ ତାରିଖରେ ଖୈରାବାଦରେ ଥିବା ଗୋଟିଏ ମସଜିଦ ଆଗରେ ମୁସଲିମ ମହିଳାମାନଙ୍କୁ ଧମକ ଦେଉଥିବାର […]

author-image
Hemant Lenka
ଅଦ୍ୟତନ ହୋଇଛି
ବନ୍ଧା ହେଲେ ମୁସଲିମ ମହିଳାଙ୍କୁ ଦୁଷ୍କର୍ମର ଧମକ ଦେଇଥିବା ମହନ୍ତ

mahanta

ଲକ୍ଷ୍ନୌ: ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇ ମୁସଲିମ ମହିଳାଙ୍କୁ ସର୍ବସମ୍ମୁଖରେ ଅପହରଣ ଓ ଦୁଷ୍କର୍ମ କରିବାର ଧମକ ଦେଇଥିବା ଜଣେ ମହନ୍ତଙ୍କୁ ଶେଷରେ ଉତ୍ତର ପ୍ରଦେଶ ପୁଲିସ ଗିରଫ କରିଛି। ଗିରଫ ମହନ୍ତ ଜଣଙ୍କ ହେଲେ ବଜରଙ୍ଗ ମୁନି ଦାସ। ସେ ସୀତାପୁରର ଖୈରାବାଦରେ ଥିବା ମହର୍ଷି ଶ୍ରୀ ଲକ୍ଷ୍ମଣ ଦାସ ଡଦାସିନ ଆଶ୍ରମର ମୁଖ୍ୟ। ସେ ଏପ୍ରିଲ ୨ ତାରିଖରେ ଖୈରାବାଦରେ ଥିବା ଗୋଟିଏ ମସଜିଦ ଆଗରେ ମୁସଲିମ ମହିଳାମାନଙ୍କୁ ଧମକ ଦେଉଥିବାର ଭିଡିଓ ଭାଇରାଲ ହୋଇଥିଲା

Advertisment

ଏହି ସମୟରେ ସେଠାରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ବଜରଙ୍ଗ ମୁନି ଦାସ ଏହାକୁ ଖାତିର କରି ନଥିଲେ। ତେବେ ଭିଡିଓ ଭାଇରାଲ ହେବାର ୧୧ ଦିନ ପରେ ପୁଲିସ୍‌ ତାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ଏପ୍ରିଲ ୨ରେ ବଜରଙ୍ଗ ମୁନି ଦାସ ମୁସଲିମ ମହିଳାଙ୍କୁ ଦୁଷ୍କର୍ମ କରିବାର ଧମକ ଦେବାର ଭିଡିଓ ଦେଖି ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଜାତୀୟ ମହିଳା କମିଶନ ମଧ୍ୟ ବଜରଙ୍ଗ ମୁନି ଦାସଙ୍କ ଗିରଫ ଦାବି କରିଥିଲେ। ପୁଲିସ୍‌ ଏପରି ଘଟଣାରେ କେବେ ହେଲେ ନୀରବଦ୍ରଷ୍ଟା ସାଜିବା ଠିକ୍‌ ନୁହେଁ ବୋଲି ମଧ୍ୟ କମିଶନଙ୍କ ପକ୍ଷରୁ କୁହାଯାଇଥିଲା। କମିଶନଙ୍କ ତାଗିଦ ପରେ ହିଁ ମହନ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା।

Advertisment

ବିଭିନ୍ନ ଦଫାରେ ମାମଲା ରୁଜୁ ହେବା ପରେ ବଜରଙ୍ଗ ମୁନି ଦାସଙ୍କ ମୁହଁ ଫୁଟାଣି ଭାଙ୍ଗିଥିଲା। ସେ ଗୋଟିଏ ଭିଡିଓ ଜାରି କରି କ୍ଷମା ମଧ୍ୟ ମାଗିଥିଲେ। ହେଲେ ପୁଲିସ୍‌ ତାଙ୍କୁ ବୁଧବାର ଗିରଫ କରିଛି।

ଏପ୍ରିଲ ୨ ତାରିଖରେ ଏହି ମହନ୍ତ ଜଣଙ୍କ ମାଇକ୍ରୋଫୋନରେ ସାଂପ୍ରଦାୟିକ ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ଏହା ଶୁଣି ତାଙ୍କ ସମର୍ଥକମାନେ ଜୟ ଶ୍ରୀରାମ ନାରା ମଧ୍ୟ ଲଗାଇଥିବା ଦେଖିବାକୁ ମିଳିଥିଲା। ଭାଷଣ ବେଳେ ମହନ୍ତ ଜଣଙ୍କ ତାଙ୍କୁ ମାରିବା ପାଇଁ କୁଆଡ଼େ ସ୍ଥାନୀୟ ଅଞ୍ଚଳର ଲୋକ ଷଡ଼ଯନ୍ତ୍ର କରିଛନ୍ତି ଓ ଏଥିପାଇଁ ୨୮ ଲକ୍ଷ ଟଙ୍କାର ଚାନ୍ଦା ଆଦାୟ ହୋଇଥିବା ଅଭିଯୋଗ କରିଥିଲେ। ଏହାପରେ ସେ କହିଥିଲେ, “ଏହି ଅଞ୍ଚଳରେ ଯଦି କୌଣସି ମୁସଲିମ ସଂପ୍ରଦାୟର ଲୋକ ଝିଅମାନଙ୍କୁ ହଇରାଣ କରିବ, ତା’ହେଲେ ମୁଁ ମୁସଲିମ ଝିଅ ଓ ବୋହୂମାନଙ୍କୁ ଅପହଣ କରିବି। ଏହାପରେ ସର୍ବସମ୍ମୁଖରେ ସେମାନଙ୍କୁ ଦୁଷ୍କର୍ମ କରିବି।” ସେ ଏପରି କଥା କହୁଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ଜୟ ଶ୍ରୀରାମ ନାରା ଦେଇ ତାଙ୍କୁ ଉତ୍ସାହିତ କରିଥିଲେ।

Hate Speech