Advertisment

କାର୍‌ରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲା: ବନ୍ଧା ହେଲେ ଆଉ ଜଣେ

ହାଇଦ୍ରାବାଦ: ହାଇଦ୍ରାବାଦରେ କାର୍‌ ଭିତରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଖୋଳତାଡ଼ କରୁଛି ପୁଲିସ। ତେବେ ତାଙ୍କ ଗିରଫ ଅଭିଯୁକ୍ତଙ୍କ ପରିଚୟକୁ ଏବେ ଯାଏଁ ସ୍ପଷ୍ଟ କରାଯାଇନି। ସେହିପରି ପୁଲିସ୍ ହେପାଜତକୁ ଯିବେ ଅନ୍ୟ ତିନି ଜଣ। ଗଣଦୁଷ୍କର୍ମ ମାମଲାରେ ଅନ୍ୟ ୩ ଅଭିଯୁକ୍ତ ନାବାଳକ ଥିବାରୁ ଆଜି ସେମାନଙ୍କୁ ନେଇ ପଚରାଉଚରା କରିବ ପୁଲିସ୍। ସେପଟେ ଗତକାଲି ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଦୁଦ୍ଦିନ ମଲିକକୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କାର୍‌ରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲା: ବନ୍ଧା ହେଲେ ଆଉ ଜଣେ

Minor girl rape

ହାଇଦ୍ରାବାଦ: ହାଇଦ୍ରାବାଦରେ କାର୍‌ ଭିତରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଖୋଳତାଡ଼ କରୁଛି ପୁଲିସ। ତେବେ ତାଙ୍କ ଗିରଫ ଅଭିଯୁକ୍ତଙ୍କ ପରିଚୟକୁ ଏବେ ଯାଏଁ ସ୍ପଷ୍ଟ କରାଯାଇନି। ସେହିପରି ପୁଲିସ୍ ହେପାଜତକୁ ଯିବେ ଅନ୍ୟ ତିନି ଜଣ। ଗଣଦୁଷ୍କର୍ମ ମାମଲାରେ ଅନ୍ୟ ୩ ଅଭିଯୁକ୍ତ ନାବାଳକ ଥିବାରୁ ଆଜି ସେମାନଙ୍କୁ ନେଇ ପଚରାଉଚରା କରିବ ପୁଲିସ୍।

Advertisment

ସେପଟେ ଗତକାଲି ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଦୁଦ୍ଦିନ ମଲିକକୁ ଆଜି କୋର୍ଟରେ ହାଜର କରାଯିବ। ତଦନ୍ତ ପାଇଁ ତାକୁ ରିମାଣ୍ଡରେ ନେବାକୁ ଆବେଦନ କରିବ ପୁଲିସ୍। କୁହାଯାଉଛି ଅଭିଯୁକ୍ତ ଜଣକ ଟିଆରଏସ୍ ଦଳର ଜଣେ ନେତାଙ୍କ ପୁଅ। ତା'ସହ ଅନ୍ୟ ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଓ ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀଙ୍କ ନାତି ବି ଥିବା କୁହାଯାଉଛି। ହେଲେ ପୂର୍ବତନ ଗୃହମନ୍ତ୍ରୀଙ୍କ ନାତି ଏଥିରେ ସଂପୃକ୍ତ ନଥିବା ପୀଡ଼ିତ କହିଥିବା ପୁଲିସ୍ କହିଛି।

ଅନ୍ୟପଟେ ଗତକାଲିଠୁ ମର୍ସିଡିସ୍ କାର୍‌ରେ ଦୁଷ୍କର୍ମ ହୋଇଥିବା ଚର୍ଚ୍ଚା ହେଉଥିଲା। ହେଲେ ପୁଲିସ୍ ଇନୋଭା କାର୍‌ରେ ଏହି ଜଘନ୍ୟକାଣ୍ଡ ଘଟିଥିବା ସୂଚନା ଦେଇଛି। ଗତ ୨୮ ତାରିଖ ଦିନ ହାଇଦ୍ରାବାଦ୍‌ର ଜୁଭିଲି ହିଲସ୍ ଅଞ୍ଚଳର ଏକ ପବ୍‌ରୁ ବାହାରିଥିଲେ ପୀଡ଼ିତା। ଏହି ସମୟରେ କିଛି ୪ରୁ ୫ ଜଣ ପିଲା ତାଙ୍କୁ ଲିଫ୍ଟ ଦେବାକୁ କହି ସେଠୁ ନିଜ କାର୍‌ରେ ବସାଇ ନେଇଥିଲେ। ହେଲେ ସହାୟତା କରିବା ବଦଳରେ ତାଙ୍କ ସହ ଭିଆଇଥିଲେ ଦୁଷ୍କର୍ମ। ୨୦୧୯ ଗଣଦୁଷ୍କର୍ମ ପରେ ଏହି ଘଟଣା ସମ୍ପୂର୍ଣ୍ଣ ତେଲେଙ୍ଗାନାକୁ ଦୋହଲାଇ ଦେଇଛି।

Advertisment
Assault