ଚାକିରିରୁ ନିଲମ୍ବିତ ହେଲେ ଆଇଏଏସ ଅଫିସର, ବନ୍ଧା ହେଲେ

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗରେ ଉତ୍ତରାଖଣ୍ଡର ଜଣେ ଆଇଏଏସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଏସ ଅଫିସର ରାମ ବିଳାସଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ରାମ ବିଳାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ରାମ ବିଳାସଙ୍କୁ ଚକାରିରୁ ନିଲମ୍ବିତ କରାଯାଇଛି। ଗତକାଲି ଦିନ ତମାମ ତଦନ୍ତ ପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଛି। […]

arrested

Tapas Behera
  • Published: Thursday, 23 June 2022
  • , Updated: 23 June 2022, 04:38 PM IST

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗରେ ଉତ୍ତରାଖଣ୍ଡର ଜଣେ ଆଇଏଏସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଏସ ଅଫିସର ରାମ ବିଳାସଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ରାମ ବିଳାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ରାମ ବିଳାସଙ୍କୁ ଚକାରିରୁ ନିଲମ୍ବିତ କରାଯାଇଛି।

ଗତକାଲି ଦିନ ତମାମ ତଦନ୍ତ ପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଅମିତ ସିହ୍ନା କହିଛନ୍ତି। ଚଳିତ ଜୁନ୍‌ ମାସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରାମ ବିଳାସଙ୍କର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଉପରେ ରେଡ୍‌ କରାଯାଇଥିଲା।

ଲକ୍ଷ୍ନୌ ଏବଂ ଡେରାଡୁନରେ ଥିବା ବାସଭବନ ସହ ୪ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ତାପୂର୍ବରୁ ଏପ୍ରିଲ୧୯ରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ରାମ ବିଳାସଙ୍କୁ ସମନ କରାଯାଇଥିଲା। କିନ୍ତୁ ସେ ବାରମ୍ବାର ଆଡ଼େଇ ରହିଯାଉଥିଲେ। ରାମବିଳାସ ପୂର୍ବରୁ ଲକ୍ଷ୍ନୌ ଉନ୍ନୟନ ଅଥରିଟିର ସଚିବ ଥିଲେ। ବର୍ତ୍ତମାନ ସେ ଉତ୍ତରାଖଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଅଛନ୍ତି।

Related story