ସରକାରୀ ବାବୁଙ୍କ କୁକୁର ପାଇଁ ସନ୍ଧ୍ୟା ହେଲେ ଷ୍ଟାଡିୟମ ଖାଲି

ନୂଆଦିଲ୍ଲୀ: ସରକାରୀ ବାବୁଙ୍କ କୁକୁର ପାଇଁ ସନ୍ଧ୍ୟା ୭ଟା ବାଜିଲେ ଖାଲି ହୋଇଯାଉଛି ଷ୍ଟାଡିୟମ। ଷ୍ଟାଡିୟମ ଖାଲି କରିବା ପାଇଁ ଆଥଲେଟ୍‌ ଓ କୋଚ୍‌ଙ୍କୁ କରାଯାଉଛି ତାଗିଦ। ନିଜ କୁକୁର ସହ ଇଭିନିଂ ୱକ୍‌ କରିବା ପାଇଁ ଷ୍ଟାଡିୟମକୁ ଆସିବେ ସରକାରୀ ବାବୁ। ଏଥିପାଇଁ ସନ୍ଧ୍ୟା ୭ଟା ପୂର୍ବରୁ ଟ୍ରେନିଂ ସାରିବାକୁ ଦିଆଯାଉଛି ଧମକ। ଏଭଳି କିଛି ଅଭିଯୋଗ ଆସିଛି ଦିଲ୍ଲୀ ମୁଖ୍ୟ ସଚିବ ସଞ୍ଜୀବ ଖିରୱାରଙ୍କ ବିରୋଧରେ। ଅଭିଯୋଗ ମୁତାବକ, ସନ୍ଧ୍ୟା ୭ଟା ବାଜିଲେ ଖେଳାଳି […]

Row over babu walking dog

Madhupriya Mistry
  • Published: Thursday, 26 May 2022
  • , Updated: 26 May 2022, 02:52 PM IST

ନୂଆଦିଲ୍ଲୀ: ସରକାରୀ ବାବୁଙ୍କ କୁକୁର ପାଇଁ ସନ୍ଧ୍ୟା ୭ଟା ବାଜିଲେ ଖାଲି ହୋଇଯାଉଛି ଷ୍ଟାଡିୟମ। ଷ୍ଟାଡିୟମ ଖାଲି କରିବା ପାଇଁ ଆଥଲେଟ୍‌ ଓ କୋଚ୍‌ଙ୍କୁ କରାଯାଉଛି ତାଗିଦ। ନିଜ କୁକୁର ସହ ଇଭିନିଂ ୱକ୍‌ କରିବା ପାଇଁ ଷ୍ଟାଡିୟମକୁ ଆସିବେ ସରକାରୀ ବାବୁ। ଏଥିପାଇଁ ସନ୍ଧ୍ୟା ୭ଟା ପୂର୍ବରୁ ଟ୍ରେନିଂ ସାରିବାକୁ ଦିଆଯାଉଛି ଧମକ। ଏଭଳି କିଛି ଅଭିଯୋଗ ଆସିଛି ଦିଲ୍ଲୀ ମୁଖ୍ୟ ସଚିବ ସଞ୍ଜୀବ ଖିରୱାରଙ୍କ ବିରୋଧରେ।

ଅଭିଯୋଗ ମୁତାବକ, ସନ୍ଧ୍ୟା ୭ଟା ବାଜିଲେ ଖେଳାଳି ଓ କୋଚ୍‌ଙ୍କୁ ଦିଲ୍ଲୀ ତ୍ୟାଗରାଜ ଷ୍ଟାଡିୟମ ଖାଲି କରିବାକୁ କୁହାଯାଉଛି। ଏଥିଯୋଗୁଁ ଅଭ୍ୟାସ ଉପରେ ପ୍ରଭାବ ପଡୁଛି। ପୂର୍ବରୁ କିନ୍ତୁ ଏଭଳି ହେଉନଥିଲା। ସନ୍ଧ୍ୟା ୮ଟାରୁ ସାଢ଼େ ୮ଟା ଯାଏଁ ଷ୍ଟାଡିୟମ ଖୋଲା ରହୁଥିଲା। ଏବେ କିନ୍ତୁ ଦିଲ୍ଲୀ ମୁଖ୍ୟ ସଚିବ ନିଜ କୁକୁରଙ୍କ ସହ ଷ୍ଟାଡିୟମରେ ଯେପରି ଆରାମରେ ବୁଲି ପାରିବେ ସେଥିପାଇଁ ସମୟ ପୂର୍ବରୁ ଗ୍ରାଉଣ୍ଡ ଖାଲି କରିଦିଆଯାଉଛି। ଅଥଲେଟ୍‌ଙ୍କ ପାଇଁ ଷ୍ଟାଡିୟମ ନୋ-ଏଣ୍ଟ୍ରି ଜୋନ୍‌ ପାଲଟି ଯାଉଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।

ସେପଟେ କିନ୍ତୁ ଆଇଏଏସ୍‌ ସଞ୍ଜୀବ ଖିରଓ୍ୱାର ତାଙ୍କ ନାଁରେ ଆସିଥିବା ଏହି ଅଭିଯୋଗକୁ  ଖଣ୍ଡନ କରିଛନ୍ତି। ସଞ୍ଜୀବ ଖିରଓ୍ୱାର ସ୍ପଷ୍ଟ କରିଛନ୍ତି, ନିଜ କୁକୁର ସହିତ ମଝିରେ ମଝିରେ ଷ୍ଟାଡିୟମକୁ ବୁଲି ବାକୁ ଆସନ୍ତି। ଏହାଦ୍ୱାରା କିନ୍ତୁ କ୍ରୀଡ଼ାବିତ୍‌ଙ୍କ ଅଭ୍ୟାସରେ ବାଧା ହୁଏନି।

ଏହାକୁ ନେଇ ବିବାଦ ଉପୁଜିଛି। ବିବାଦ ବଢ଼ିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଦିଲ୍ଲୀ ସରକାର। ଏହି ଅଭିଯୋଗକୁ ଆଧାର କରି ଦିଲ୍ଲୀର ସମସ୍ତ ଷ୍ଟାଡିୟମକୁ କ୍ରୀଡାବୀତ୍‌ଙ୍କ ପାଇଁ ରାତି ୧୦ଟା ଯାଏ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାତି ୧୦ଟା ଯାଏ ଖେଳାଳିମାନେ ଅଭ୍ୟାସ କରିପାରିବେ। ଏନେଇ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍‌ କରି କହିଛନ୍ତି।

Related story