'ଯଦି ଚୀନ୍ ସହିତ କଥା ହେବା, ପାକିସ୍ତାନ ସହିତ କାହିଁକି ନୁହେଁ'?

ନୂଆଦିଲ୍ଲୀ: ଚୀନ୍ ସହିତ ବିବାଦର ସମାଧାନ କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ତାହେଲେ ପାକିସ୍ତାନ ସହିତ କାହିଁକି ନୁହେଁ? ପାକିସ୍ତାନ ସହିତ ବିବାଦର ସମାଧାନ ହେବା ଜରୁରୀ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶ୍ରୀନଗରର ସାଂସଦ ଫାରୁକ ଅବଦୁଲ୍ଲା କହିଛନ୍ତି। ଦୀର୍ଘ ବର୍ଷେ ପରେ ସଂସଦରେ ଉପସ୍ଥିତ ରହି ଏଭଳି ମତ ରଖିଛନ୍ତି ନ୍ୟାଶନାଲ କନଫରେନସର ଏହି ସାଂସଦ। ସୀମା ବିବାଦ ବଢ଼ିବାରେ ଲାଗିଛି। ଲୋକମାନେ ମରୁଛନ୍ତି। ଏହାର ମୁକାବିଲା ପାଇଁ […]

FAROOQ

FAROOQ

Subhransu Sekhar
  • Published: Saturday, 19 September 2020
  • Updated: 19 September 2020, 07:22 PM IST

ନୂଆଦିଲ୍ଲୀ: ଚୀନ୍ ସହିତ ବିବାଦର ସମାଧାନ କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ତାହେଲେ ପାକିସ୍ତାନ ସହିତ କାହିଁକି ନୁହେଁ? ପାକିସ୍ତାନ ସହିତ ବିବାଦର ସମାଧାନ ହେବା ଜରୁରୀ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶ୍ରୀନଗରର ସାଂସଦ ଫାରୁକ ଅବଦୁଲ୍ଲା କହିଛନ୍ତି। ଦୀର୍ଘ ବର୍ଷେ ପରେ ସଂସଦରେ ଉପସ୍ଥିତ ରହି ଏଭଳି ମତ ରଖିଛନ୍ତି ନ୍ୟାଶନାଲ କନଫରେନସର ଏହି ସାଂସଦ।

ସୀମା ବିବାଦ ବଢ଼ିବାରେ ଲାଗିଛି। ଲୋକମାନେ ମରୁଛନ୍ତି। ଏହାର ମୁକାବିଲା ପାଇଁ ଏକ ଉପାୟ ଖୋଜିବାକୁ ପଡିବ। କଥାବାର୍ତ୍ତା ବ୍ୟତୀତ ଅନ୍ୟ ନୀତିକୁ ଦେଖିବାକୁ ହେବ। ସମାନ ପରିସ୍ଥିତ ଚୀନ୍ ସହିତ ମଧ୍ୟ ରହିଛି। ଯଦି ସରକାର ଚୀନ୍ ସହ କଥା ହୋଇ ସୀମାରେ ସ୍ଥିତି ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି ତାହେଲେ ପାକିସ୍ତାନ ସହିତ ମଧ୍ୟ ସମାନ ନୀତି ଆପଣାଇବା ଦରକାର ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି।

ସେହିପରି ଗୋଟିଏ ଏନକାଉଣ୍ଟରରେ ଶୋପିଆନରେ ତିନି ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ତଦନ୍ତୁ ଜଣାପଡ଼ିଛି ଯେ ଜଣେ ସେନା ଭୁଲରେ ଗୁଳି ଚଳାଇଥିଲେ। ଆଉ ସେନା ମଧ୍ୟ ଏହି ଭୁଲକୁ ସ୍ୱୀକାର କରିଥବାରୁ ଶ୍ରୀନଗର ସାଂସଦ ଖୁସି ବ୍ୟକ୍ତ କରିଛନ୍ତି। ତିନି ମୃତକଙ୍କ ପରିବାରକୁ ସରକାର କ୍ଷତିପୂରଣ ବ୍ୟବସ୍ଥା ଦେବା ଉଚିତ୍ ବୋଲି ଫାରୁକ କହିଛନ୍ତି।

ସୂଚନାଯୋଗ୍ୟ, ବର୍ଷେ ପରେ ସଂସଦରେ ଉପସ୍ଥିତ ରହିଛନ୍ତି ନ୍ୟାଶନାଲ କନଫରେନସ ଦଳର ସଭାପତି ସାଂସଦ ଫାରୁକ ଅବଦୁଲ୍ଲା।  ଅଗଷ୍ଟ ୫, ୨୦୧୯ ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରର ଏହି ନେତା ଗୃହବନ୍ଦୀ ହୋଇ ରହିଥିଲେ। ଏବେ ଧାରା ୩୭୦ ଉଚ୍ଛେଦ ପରେ ସେ ପ୍ରଥମ ଥର ପାଇଁ ସଂସଦରେ ଉପସ୍ଥିତ ରହିନ୍ତି।

ଗତ ବର୍ଷ ଧାରା ୩୭୦ ରଦ୍ଦ ଉପରେ ବିତର୍କ ସମୟରେ ଅନେକ ବିରୋଧୀଦଳ ନେତା ଦାବି କରିଥିଲେ ଯେ ଜଣେ ଅବଦୁଲ୍ଲାଙ୍କୁ ସଂସଦରେ ଯୋଗଦେବାକୁ ଅନୁମତି ଦିଆଯାଉ। ହେଲେ ଜମ୍ମୁ କଶ୍ମୀରର ସ୍ଥିତିକୁ ଦେଖି ସରକାର ଅନୁମତି ଦେଇନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos