Advertisment

ଭାରତୀୟ ବାୟୁସୀମାରେ ଉଡ଼ିବ ଇମ୍ରାନଙ୍କ ବିମାନ, ମିଳିଲା ଅନୁମତି

ନୂଆଦିଲ୍ଲୀ: ଦିନେ ଭାରତକୁ ଅନୁମତି ଦେଇନଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ଦେଲା ଅନୁମତି। ଏବେ ଭାରତୀୟ ବାୟୁସୀମାରେ ଉଡିବ ପାକିସ୍ତାନ ବିମାନ। ପାକିସ୍ତାନ ବିମାନକୁ ଉଡ଼ାଣ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିମାନ ଉଡ଼ିବା ଲାଗି ଅନୁମତି ଦିଆଯାଇଛି । ଆଜି ଇମ୍ରାନ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତ କରିବାକୁ ଥିବାରୁ ଭାରତୀୟ ବାୟୁସୀମା ଦେଇ ତାଙ୍କ […]

ଅଦ୍ୟତନ ହୋଇଛି
ଭାରତୀୟ ବାୟୁସୀମାରେ ଉଡ଼ିବ ଇମ୍ରାନଙ୍କ ବିମାନ, ମିଳିଲା ଅନୁମତି

Imran-Khan

Advertisment

ନୂଆଦିଲ୍ଲୀ: ଦିନେ ଭାରତକୁ ଅନୁମତି ଦେଇନଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ଦେଲା ଅନୁମତି। ଏବେ ଭାରତୀୟ ବାୟୁସୀମାରେ ଉଡିବ ପାକିସ୍ତାନ ବିମାନ। ପାକିସ୍ତାନ ବିମାନକୁ ଉଡ଼ାଣ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର।

Advertisment

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିମାନ ଉଡ଼ିବା ଲାଗି ଅନୁମତି ଦିଆଯାଇଛି । ଆଜି ଇମ୍ରାନ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତ କରିବାକୁ ଥିବାରୁ ଭାରତୀୟ ବାୟୁସୀମା ଦେଇ ତାଙ୍କ ବିମାନ ଉଡ଼ିବା ଲାଗି ପାକିସ୍ତାନ ଅନୁମତି ମାଗିଥିଲା। ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

୨୦୧୯ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନକୁ ପାକିସ୍ତାନ ବାୟୁସୀମାରେ ଉଡ଼ାଣ ଲାଗି ଅନୁମତି ଦେଇନଥିଲେ ଇମ୍ରାନ ସରକାର। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ସାଉଦି ଆବର ଗସ୍ତ କରିବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ପାକିସ୍ତାନ ସେହି ସମୟରେ ନିର୍ଜ ଏୟାରସ୍ପେସ ଖୋଲିବାକୁ ମନା କରିବା ସହ କାଶ୍ମୀରରେ କଥିତ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିଥିଲା। ପରେ ଏହି ଘଟଣାକୁ ନେଇ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ ନିକଟରେ ଭାରତ ଅଭିଯୋଗ କରିଥିଲା।

Advertisment
Pakistan Imran Khan Indian Airspace
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe