ହିନ୍ଦୁତ୍ୱକୁ ହାଇଜ୍ୟାକ୍‌ କରିଛନ୍ତି ବିଜେପି ଓ ଆର୍‌ଏସ୍‌ଏସ୍‌: ମୁଫତୀ

ଶ୍ରୀନଗର: ବିଜେପି ଓ ଆର୍‌ଏସଏ୍‌ ଉପରେ ବର୍ଷିଲେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରେଟିକ ପାର୍ଟିର ମୁଖ୍ୟ ମହେବୁବା ମୁଫତୀ। ବିଜେପି ଓ ଆର୍‌ଏସଏ୍‌ ନାଁରେ ଧର୍ମକୁ ନେଇ ସେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଶନିବାର ଦିନ ମୁଫତୀ ହିନ୍ଦୁତ୍ୱ ଏବଂ ହିନ୍ଦୁ ଧର୍ମକୁ ବିଜେପି ହାଇଜ୍ୟାକ୍‌ କରିଥିବା ନେଇଥିବା ଅଭିଯୋଗ କରିଛନ୍ତି। ଧର୍ମ ଆଳରେ ଲୋକଙ୍କୁ ପରପ୍ପର ଭିତରେ ଲଢ଼େଇ କରାଉଛନ୍ତି। ଅନେକଙ୍କୁ ହତ୍ୟା କରିଛନ୍ତି। ସେମାନେ ସାମ୍ପ୍ରଦାୟିକ ସଙ୍ଗଠନର ତୁଳନା ଆଇଏସ୍‌ଆଇଏସ୍‌ […]

Mufti

Madhupriya Mistry
  • Published: Saturday, 13 November 2021
  • , Updated: 13 November 2021, 03:15 PM IST

ଶ୍ରୀନଗର: ବିଜେପି ଓ ଆର୍‌ଏସଏ୍‌ ଉପରେ ବର୍ଷିଲେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରେଟିକ ପାର୍ଟିର ମୁଖ୍ୟ ମହେବୁବା ମୁଫତୀ। ବିଜେପି ଓ ଆର୍‌ଏସଏ୍‌ ନାଁରେ ଧର୍ମକୁ ନେଇ ସେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।

ଶନିବାର ଦିନ ମୁଫତୀ ହିନ୍ଦୁତ୍ୱ ଏବଂ ହିନ୍ଦୁ ଧର୍ମକୁ ବିଜେପି ହାଇଜ୍ୟାକ୍‌ କରିଥିବା ନେଇଥିବା ଅଭିଯୋଗ କରିଛନ୍ତି। ଧର୍ମ ଆଳରେ ଲୋକଙ୍କୁ ପରପ୍ପର ଭିତରେ ଲଢ଼େଇ କରାଉଛନ୍ତି। ଅନେକଙ୍କୁ ହତ୍ୟା କରିଛନ୍ତି। ସେମାନେ ସାମ୍ପ୍ରଦାୟିକ ସଙ୍ଗଠନର ତୁଳନା ଆଇଏସ୍‌ଆଇଏସ୍‌ ଭଳି କୌଣସି ବି ସଙ୍ଗଠନ ସହ କରିପାରିବେ ବୋଲି ସେ କହିଛନ୍ତି।

ଦେଶରେ ଏବେ ହିନ୍ଦୁତ୍ୱ ଏବଂ ହିନ୍ଦୁ ଧର୍ମକୁ ନେଇ ମାମଲା ସରଗରମ ରହିଛି। ଜମ୍ମୁ ସ୍ଥିତ ପିଡିପି କାର୍ଯ୍ୟାଳୟରେ ମିଡିଆ ସହ କଥାବାର୍ତ୍ତା ବେଳେ ମେହବୁବା ମୁଫତୀ କଂଗ୍ରେସର ବରିଷ୍ଟ ନେତା ସଲମାନ ଖୁର୍ସିଦଙ୍କ ବହିକୁ ସମର୍ଥନ କରିଛନ୍ତି। ଖୁର୍ସିଦ ତାଙ୍କ ବହିରେ ଲେଖିଥିବା ଆର୍‌ଏସ୍‌ଏସ୍‌ର ତୁଳନା ଆଇଏସଆଇଏସ୍‌ ଏବଂ ବୋକୋ ହରମ ଭଳି ଆତଙ୍କବାଦୀ ସଙ୍ଗଠନ ସହ କରିବା ପ୍ରଶ୍ନକୁ ନେଇ ଉତ୍ତର ଦେଇଛନ୍ତି ମୁଫତୀ।

ସେ କହିଛନ୍ତି, 'ହଁ, ଆମେ ସାମ୍ପ୍ରଦାୟିକ ଦଳଗୁଡ଼ିକୁ ଆଇଏସଆଇଏସ ସହିତ ତୁଳନା କରିପାରିବା କାରଣ ସେମାନେ ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହିତ କରନ୍ତି, ମାରପିଟ୍‌ କରନ୍ତି କାରଣ ସେମାନେ ଧର୍ମ ନାମରେ ଲୋକଙ୍କୁ ହତ୍ୟା କରନ୍ତି।'

ସେ ଆର୍‌ଏସ୍‌ଏସ୍‌ ଓ ବିଜେପିକୁ ଟାର୍ଗେଟ କରି କହିଛନ୍ତି, 'ଏହା ହିନ୍ଦୁତ୍ୱ ବିଷୟରେ ନୁହେଁ, ପ୍ରକୃତ ସନାତନ ଧର୍ମ ଆମକୁ ସାମ୍ପ୍ରଦାୟିକତା ଶିକ୍ଷା ଦିଏ ନାହିଁ। ହିନ୍ଦୁତ୍ୱ ହେଉଛି ବିଜେପି ଏବଂ ଆରଏସଏସ, ଏହା ଠିକ ନୁହେଁ। ବିଜେପି ଏବଂ ଆରଏସଏସ ହିନ୍ଦୁତ୍ୱକୁ ହାଇଜ୍ୟାକ୍‌ କରି ନେଇଛନ୍ତି। ବିଜେପି ଏବଂ ଆରଏସଏସ ଆମକୁ ଯାହା ଶିଖାଇବାକୁ ଚାହୁଁଛନ୍ତି ତାହା ହିନ୍ଦୁତ୍ୱ ନୁହେଁ।'

ସୂଚନା ମୁତାବକ, ନିକଟରେ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଅଯୋଧ୍ୟା ଉପରେ ଲେଖିଥିବା ନିଜର ନୂଆ ବହି 'ସନ୍‌ରାଇଜ୍‌ ଓଭର ଅଯୋଧ୍ୟା'କୁ ନେଇ ବିବାଦରେ ଫସିଛନ୍ତି। ସେ ବହିରେ କୁଆଡ଼େ ହିନ୍ଦୁତ୍ୱକୁ ମୌଳବାଦୀ ଇସଲାମିକ ଟେରର ଗ୍ରୁପ୍‌ ସହ ତୁଳନା କରିଥିବା ଅଭିଯୋଗ ଉଠିଛି। ଏଥିପାଇଁ ତାଙ୍କ ନାଁରେ ପୁଲିସରେ ଅଭିଯୋଗ ହୋଇଛି। ଏପରିକି ଏହି ମାମଲା କୋର୍ଟ ଯାଏଁ ପହଞ୍ଚିଛି । ତାଙ୍କ ବହିର ବିକ୍ରି ଓ ପ୍ରକାଶନ ରୋକିବା ପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଦାବି ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଖୁର୍ସିଦଙ୍କ ନୂଆ ବହି ”Sunrise Over Ayodhya: Nationhood in Our Times”ର ଗୋଟିଏ ପାରାଗ୍ରାଫରେ କୁହାଯାଇଛି ଯେ ସନାତନ ଧର୍ମ ଓ ସାଧୁ-ସନ୍ଥମାନେ ଜାଣିଥିବା ଶାସ୍ତ୍ରୀୟ ହିନ୍ଦୁତ୍ୱକୁ ଏବେ ଏଡ଼ାଇ ଦିଆଯାଇଛି। ଏହା ବଦଳରେ ରାଜନୀତିକ ଫାଇଦା ପାଇଁ ଉଗ୍ର ହିନ୍ଦୁତ୍ୱ ଲାଗୁ କରାଯାଉଛି। ଇସଲାମିକ ଜିହାଦୀ ଆଇଏସଆଇ ଓ ବୋକୋ ହାରାମ ଯେମିତି କିଛି ବର୍ଷ ହେଲା ଧର୍ମକୁ ବ୍ୟବହାର କରୁଛନ୍ତି, ହିନ୍ଦୁତ୍ୱ ମଧ୍ୟ ବର୍ତ୍ତମାନ ସେହିପରି ସ୍ତରକୁ ଆସି ଯାଇଛି ବୋଲି ସେ ନିଜ ବହିରେ କହିବାକୁ ଚେଷ୍ଟା କରିଛନ୍ତି। ଏହାକୁ ନେଇ ବିବାଦ ଉପୁଜିଛି।

Related story