Advertisment

ଲଓ୍ୱୟପୋରା ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୁଇ ଗିରଫ

Lawaypora

author-image
Subhransu Sekhar
ଅଦ୍ୟତନ ହୋଇଛି
ଲଓ୍ୱୟପୋରା ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୁଇ ଗିରଫ

crpf

ଶ୍ରୀନଗର: ଶ୍ରୀନଗର ଲଓ୍ୱୟପୋରାରେ ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ ମାମଲାରେ ଦୁଇ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଗିରଫ ଆତଙ୍କୀ ଲଶ୍କର-ଏ-ତୋଇବାର ବୋଲି ଆଜି ଜମ୍ମୁ କଶ୍ମୀର ପୁଲିସ ସ୍ପଷ୍ଟ କରିଛି। ଗତକାଲି ଲଓ୍ୱେପୋରାରେ ସିଆରପିଏଫର ଏକ ଟିମ୍ ଯାଉଥିଲା। ଏହି ସମୟରେ ସିଆରପିଏଫ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ଜଣ ଯବାନ ଶହୀଦ ହୋଇଥିବା ବେଳେ ଆହୁରି ଦୁଇ ଯବାନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

Advertisment

ଆଇଜି ବିଜୟ କୁମାର ଦୁଇ ଆତଙ୍କବାଦୀକୁ ଗିରଫ କରିବା ପରେ କହିଛନ୍ତି ସିଆରପିଏଫ ଗାଡ଼ି ଉପରେ ହୋଇଥିବା ଆକ୍ରମଣ ପଛରେ ଲଶ୍କର-ଏ-ତୋଇବା ରହିଛି। ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଆକ୍ରମଣ ପାଇଁ ଆତଙ୍କବାଦୀ ବ୍ୟବହାର କରିଥିବା ଗାଡ଼ି ଜବତ ହୋଇଛି।

ମୁଜାଫର ଅହମଦ ଏବଂ ଜାଭେଦ ଅହମଦ ଶେଖ୍ ନାମକ ବ୍ୟକ୍ତି ଆତଙ୍କବାଦୀ ନଦିମ ଅବରାର ଓରଫ ଆବୁ ବ୍ରାରକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଆବୁ ବ୍ରାର ହେଉଛି ବୁଡଗାମର ନରବାଲ ବାସିନ୍ଦା। ଆବୁ ବ୍ରାର ହେଉଛି ମୁଜାଫର ଅହମଦର ସମ୍ପର୍କୀୟ। ଗୁରୁବାର ସିଆରପିଏଫ ଗାଡ଼ି ଉପରେ ଆକ୍ରମଣ କରିବା ପୂର୍ବରୁ ଏହି ତିନି ମିଶି ଲଓ୍ୱୟପୋରାରେ ଟାର୍ଗେଟ ସ୍ଥିର କରିଥିଲେ ବୋଲି ଆଇଜି କହିଛନ୍ତି।

Advertisment

ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀନଗର ଏବଂ ବାନ୍ଦିପୋରା ପୁଲିସ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲେ। ଏହି ସମୟରେ ମୁଜାଫର ଏବଂ ଜାଭେଦ ଗିରଫ ହୋଇଥିଲେ। ହେଲେ ଦୁଇ ଆତଙ୍କୀଙ୍କ ସାଙ୍ଗରେ ଥିବା ଜଣେ ବିଦେଶୀ ଆତଙ୍କବାଦୀ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଚାରି ଯବାନ ଗାଡ଼ିରେ ଯାଉଥିବା ବେଳେ ଆତଙ୍କବାଦୀ ମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଚାରି ଜଣ ସାଧାରଣ ଲୋକ ମଧ୍ୟ ଆହତ ହୋଇଥିଲେ। ଦୁଇ ଆତଙ୍କବାଦୀ ଶହୀଦ ହୋଇଥିବା ବେଳେ ଦୁଇ ଜଣ ସ୍ଥାନୀୟ ହସ୍ପିଟାଲରେ ରହିଥିବା ଜଣାପଡ଼ିଛି।

Terrorist Lashkar-e-Taiba Terrorist