Advertisment

୧୪ ବର୍ଷରେ ଚା' ବଗିଚାରେ କାମ କରୁଥିଲେ, ଏବେ ହେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିଛନ୍ତି। ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪୩ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି। ଯେଉଁଥିରେ କିଛି ମନ୍ତ୍ରୀଙ୍କୁ ନିଜ କାମ ପାଇଁ ପଦୋନ୍ନତୀ ମିଳିଥିବା ବେଳେ ଆଉ କିଛି ମନ୍ତ୍ରୀଙ୍କୁ ପ୍ରଥମ ଥର ସୁଯୋଗ ମିଳିଛି। ମୋଦିଙ୍କ ଟିମରେ ଅନେକ ସାଂସଦ ମନ୍ତ୍ରୀ ଭାବରେ ସାମିଲ ହୋଇଛନ୍ତି। ଏହାରି ଭିତରେ ରହିଛନ୍ତି ଜନ ବାର୍ଲା। ଯିଏକି ୧୪ ବର୍ଷ ବୟସରେ ଚା […]

author-image
Subhransu Sekhar
ଅଦ୍ୟତନ ହୋଇଛି
୧୪ ବର୍ଷରେ ଚା' ବଗିଚାରେ କାମ କରୁଥିଲେ, ଏବେ ହେଲେ କେନ୍ଦ୍ରମନ୍ତ୍ରୀ

john-barla

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିଛନ୍ତି। ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪୩ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି। ଯେଉଁଥିରେ କିଛି ମନ୍ତ୍ରୀଙ୍କୁ ନିଜ କାମ ପାଇଁ ପଦୋନ୍ନତୀ ମିଳିଥିବା ବେଳେ ଆଉ କିଛି ମନ୍ତ୍ରୀଙ୍କୁ ପ୍ରଥମ ଥର ସୁଯୋଗ ମିଳିଛି। ମୋଦିଙ୍କ ଟିମରେ ଅନେକ ସାଂସଦ ମନ୍ତ୍ରୀ ଭାବରେ ସାମିଲ ହୋଇଛନ୍ତି। ଏହାରି ଭିତରେ ରହିଛନ୍ତି ଜନ ବାର୍ଲା। ଯିଏକି ୧୪ ବର୍ଷ ବୟସରେ ଚା ବଗିଚାରେ କାମ କରୁଥିଲେ। ଏବେ ସେ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି।

Advertisment

ଜନ ବାର୍ଲା ପଶ୍ଚିମବଙ୍ଗର ଅଲିପୁରଦ୍ୱାରର ଲୋକସଭା ସାଂସଦ। ୨୦୧୯ ଲୋକସଭା ନିର୍ବାଚନରେ ପ୍ରଥମ ଥର ସେ ବିଜୟୀ ହୋଇ ମନ୍ତ୍ରୀ ହେବାରେ ସଫଳ ହୋଇଛନ୍ତି। ନିଜେ ନାବଳକ ଥିବା ବେଳେ ଚା ବଗିଚାରେ କାମ କରିଥିବା ଏହି ବ୍ୟକ୍ତି କିନ୍ତୁ ରାଜନୀତିରେ ସାମିଲ ହେବା ପରେ ବାଳ ଶ୍ରମିକଙ୍କ ଅଧିକାର ପାଇଁ ଅନେକ କାମ କରିଛନ୍ତି।

୪୫ ବର୍ଷୀୟ ଜନ ବାର୍ଲା ପଶ୍ଚିମବଙ୍ଗର ଜଲପାଇଗୁଡିର ବାସିନ୍ଦା। ସେ ସାଧାରଣ ପରିବାରରୁ ଆସିଛନ୍ତି। ପରିବାରରେ ଅଭାବ ପାଇଁ ସେ ଛୋଟ ବେଳେ ମୁଲ ଲାଗିଥିଲେ। ତେଣୁ ଏବେ ବି ସେ ଲୋକଙ୍କ ସାଙ୍ଗରେ ରହିଛନ୍ତି। ପଶ୍ଚିମବଙ୍ଗରେ ସେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚ ରଖନ୍ତି। ଆଗକୁ ପଶ୍ଚିମବଙ୍ଗରେ ୭ ଆସନରେ ଉପନିର୍ବାଚନ ରହିଥିବା ବେଳେ ମୋଦି ଜନ ବାର୍ଲାଙ୍କୁ ମନ୍ତ୍ରୀ କରାଇ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି।

Advertisment
Cabinate Reshuffle