କଂଗ୍ରେସକୁ ଝଟ୍‌କା, ଗୁଲାମ ନବିଙ୍କ କ୍ୟାମ୍ପରୁ ଇସ୍ତଫା ଦେଲେ ୨୦ ନେତା

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରେ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ଲାଗିଛି କଂଗ୍ରେସକୁ ବଡ ଝଟ୍‌କା। ଜମ୍ମୁକଶ୍ମୀର କଂଗ୍ରେସ ଦଳ ଭିତରେ ହିଁ ଦେଖାଦେଇଛି କନ୍ଦଳ। ଗୁଲାମ ନବି ଆଜାଦଙ୍କ କ୍ୟାମ୍ପର ଅନେକ ବଡ ବଡ ନେତା ଏବେ ଦଳ ଛାଡିଦେଇଛନ୍ତି। ବର୍ତ୍ତମାନର ପିସିସି ସଭାପତିଙ୍କ ବିରୋଧରେ ସେମାନେ ବିଦ୍ରୋହର ସ୍ୱର ଉଠାଇ ଇସ୍ତଫା ଦେଇଛନ୍ତି ୨୦ କଂଗ୍ରେସ ନେତା। ସୂତ୍ରରୁ ପ୍ରକାଶ ଯେ, ପୂର୍ବତନ ବିଧାୟକ ଜିଏମ୍‌ ସରୁରୁ,  ବିକାର ରସୁଲ ୱାନି, […]

ghulam-nabi-azad

Madhupriya Mistry
  • Published: Wednesday, 17 November 2021
  • , Updated: 17 November 2021, 05:46 PM IST

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରେ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ଲାଗିଛି କଂଗ୍ରେସକୁ ବଡ ଝଟ୍‌କା। ଜମ୍ମୁକଶ୍ମୀର କଂଗ୍ରେସ ଦଳ ଭିତରେ ହିଁ ଦେଖାଦେଇଛି କନ୍ଦଳ। ଗୁଲାମ ନବି ଆଜାଦଙ୍କ କ୍ୟାମ୍ପର ଅନେକ ବଡ ବଡ ନେତା ଏବେ ଦଳ ଛାଡିଦେଇଛନ୍ତି। ବର୍ତ୍ତମାନର ପିସିସି ସଭାପତିଙ୍କ ବିରୋଧରେ ସେମାନେ ବିଦ୍ରୋହର ସ୍ୱର ଉଠାଇ ଇସ୍ତଫା ଦେଇଛନ୍ତି ୨୦ କଂଗ୍ରେସ ନେତା।

ସୂତ୍ରରୁ ପ୍ରକାଶ ଯେ, ପୂର୍ବତନ ବିଧାୟକ ଜିଏମ୍‌ ସରୁରୁ,  ବିକାର ରସୁଲ ୱାନି, ଜୁଗଲ କିଶୋର ଶର୍ମା, ମନୋହର ଲାଲ ଶର୍ମା, ନରେଶ ଗୁପ୍ତା, ଗୁଲାମ ନବି ମୋଙ୍ଗା, ସୁଭାଷ ଗୁପ୍ତା, ଅମିନ ଭଟ୍ଟ, ଅନୱର ଭଟ୍ଟ, ଇନାୟତ ଅଲି ଏବଂ ଅନ୍ୟ ବଡ ନେତାମାନେ ସାମିଲ ଅଛନ୍ତି।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାର ଚନ୍ଦଙ୍କୁ ଛାଡି ଜମ୍ମୁକଶ୍ମୀର ପ୍ରଦେଶ କଂଗ୍ରେସର ପ୍ରାୟ ସମସ୍ତ ଆଜାଦଙ୍କ ବିଶ୍ୱସ୍ତ ନେତା ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଏମାନେ ନିଜ ନିଜ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରହୁଲ ଗାନ୍ଧି ଏବଂ ଜମ୍ମୁ-କଶ୍ମରର ପ୍ରଭାରୀ ରଜନୀ ପାଟିଲଙ୍କ ନିକଟକୁ ପଠାଇଛନ୍ତି।

ଦଳ ପୁରୁଣା ନେତାମାନଙ୍କୁ ଅଣଦେଖା କରୁଥିବା ଏହି ନେତାମାନେ ଅଭିଯୋଗ ଆଣିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରର କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ଏମାନେ ବିଦ୍ରୋହ କରିଛନ୍ତି। ଗୁଲାମ ଅହମନ ମୀରଙ୍କୁ କଂଗ୍ରେସ ସଭାପତି ପଦରୁ ହଟାଇବା ପାଇଁ ନେତା ଏଭଳି ରଣନୀତି ଆପଣାଇଥିବା କୁହାଯାଉଛି।

ଗୁଲାମ ନବି ଆଜାଦଙ୍କ କ୍ୟାମ୍ପର ଏହି ନେତାମାନେ ଅଭିଯୋଗ ଆଣିଛନ୍ତି ଯେ, 'କିଛି ଅସାଧୁ ଚାଟୁକାରୀମାନେ ପିସିସିର କାର୍ଯ୍ୟକାଳକୁ ହାଇଜ୍ୟାକ୍‌ କରିନେଇଛନ୍ତି। ବରିଷ୍ଠ ନେତା ତଥା ଜିଲ୍ଲାର ଉପସ୍ତିତ ବିଧାୟକ/ଏମଏଲସିଙ୍କ ବିନା ପରାମର୍ଶରେ ଦଳର ପଦବୀ ବଣ୍ଟନ କରାଯାଇଥିଲା ବୋଲି ସେମାନେ କହିଛନ୍ତି।'

ସେପଟେ ଆଗକୁ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚନ୍ଦ ମଧ୍ୟ ଦଳ ଛାଡି ଏକ ନୂଆ ଦଳ ଗଠନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Related story