ପରିସ୍ରା ନମୁନାରେ ପାଣି ମିଶାଇ ଠକିବାକୁ ଚେଷ୍ଟା କରିଥିଲେ ଅଭିନେତ୍ରୀ ରାଗିଣୀ, ଧରିନେଲେ ଡାକ୍ତର

ବେଙ୍ଗାଲୁରୁ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ସାରା ଦେଶରେ ଏବେ ଜୋରସୋର ଚର୍ଚ୍ଚା ହେଉଛି। ଏହି ଘଟଣାରେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଗିରଫ ମଧ୍ୟ ହୋଇଛନ୍ତି। କେବଳ ରିଆ ନୁହନ୍ତି, ତାଙ୍କ ଭାଇ ସୌଭିକ ଓ ଆଉ କିଛି ଅଭିଯୁକ୍ତ ବି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ଗିରଫ ହୋଇଛନ୍ତି। ଡ୍ରଗ୍ସ ସେବନ ମାମଲାରେ ଆଗକୁ ବଲିଉଡ୍‌ର ଆହୁରି ଅନେକ ସେଲେବ୍ରିଟିଙ୍କୁ ବି […]

raginee

raginee

Jitendra Garnayak
  • Published: Sunday, 13 September 2020
  • Updated: 13 September 2020, 10:33 AM IST

ବେଙ୍ଗାଲୁରୁ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ସାରା ଦେଶରେ ଏବେ ଜୋରସୋର ଚର୍ଚ୍ଚା ହେଉଛି। ଏହି ଘଟଣାରେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଗିରଫ ମଧ୍ୟ ହୋଇଛନ୍ତି। କେବଳ ରିଆ ନୁହନ୍ତି, ତାଙ୍କ ଭାଇ ସୌଭିକ ଓ ଆଉ କିଛି ଅଭିଯୁକ୍ତ ବି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ଗିରଫ ହୋଇଛନ୍ତି। ଡ୍ରଗ୍ସ ସେବନ ମାମଲାରେ ଆଗକୁ ବଲିଉଡ୍‌ର ଆହୁରି ଅନେକ ସେଲେବ୍ରିଟିଙ୍କୁ ବି ଏନ୍‌ସିବି ଜେରାର ସମ୍ମୁଖୀନ ହେବାକୁ ପଡ଼ିପାରେ। କାରଣ ରିଆ ୨୫ ଜଣଙ୍କ ନାଁ ଏନ୍‌ସିବିକୁ ଦେଇଥିବା ଜଣାପଡ଼ିଛି।

ଗୋଟିଏ ପଟେ ଏହି ଘଟଣା ଚର୍ଚ୍ଚାର ବିଷୟ ବସ୍ତୁ ହୋଇଥିବା ବେଳେ ଅନ୍ୟପଟରେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ଏବେ ଡ୍ରଗ୍ସ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ୟା ଭିତରେ ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଞ୍ଚ୍ (ସିସିବି) କନ୍ନଡ଼ ଫିଲ୍ମର ୨ ଜଣ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଓ ସଞ୍ଜନା ଗଲ୍‌ରାନୀଙ୍କୁ ଗିରଫ ମଧ୍ୟ କରୁଛି। ଏଦୁହେଁ ଡ୍ରଗ୍ସ କିଣି ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ରାଗିଣୀଙ୍କୁ ଘରୁ ଗଞ୍ଜେଇ ଜବତ କରାଯାଇଥିଲା, ଯାହାକୁ ସିଗାରେଟ୍ ଭିତରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପକ୍ଷରେ ଗିରଫ ରାଗିଣୀ ଦ୍ୱିବେଦୀଙ୍କ ସଂପର୍କରେ ଆସିଥିବା ଆଉ ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେପ୍ଟେମ୍ବର ୪ ତାରିଖରେ ଗିରଫ ହୋଇଥିବା ରାଗିଣୀଙ୍କୁ ଗତ ଗୁରୁବାର ମଲେସ୍ୱରମ ସ୍ଥିତ କେସି ଜେନେରାଲ ହସ୍‌ପିଟାଲ୍‌କୁ ନିଆଯାଇଥିଲା ତାଙ୍କ ୟୁରିନ୍ ବା ପରିସ୍ରା ପରୀକ୍ଷା ପାଇଁ। ତେବେ ସେ ସେଠାରେ ନିଜ ପରିସ୍ରା ନମୁନାରେ ପାଣି ମିଶାଇ ଡାକ୍ତରଙ୍କୁ ଦେଇଥିଲେ। କିନ୍ତୁ ଡାକ୍ତର ତାହା ଜାଣିପାରିଥିଲେ। ଏହା ପରେ ତାଙ୍କୁ ପାଣି ପିଇବାକୁ ଦେଇ ପୁଣି ଥରେ ପରିସ୍ରା ନମୁନା ଦେବାକୁ କୁହାଯାଇଥିଲା। ଏଥର ସେ ଯେମିତି କିଛି ଗଡ଼ବଡ଼ କରିପାରିବେ ନାହିଁ, ସେ ନେଇ ନିଶ୍ଚିତ କରିଥିଲା ସିସିବି।

ସୂଚନାଯୋଗ୍ୟ, ଯଦି କେହି କିଛି ଦିନ ମଧ୍ୟରେ ଡ୍ରଗ୍ସ ସେବନ କରିଥା’ନ୍ତି, ତା’ହେଲେ ପରିସ୍ରା ପରୀକ୍ଷା କଲେ, ତାହା ସ୍ପଷ୍ଟ ହୋଇଯାଏ। ସେଥିପାଇଁ ରାଗିଣୀଙ୍କ ପରିସ୍ରା ନମୁନା ପରୀକ୍ଷା କରିବାକୁ ଦିଆଯାଇଛି। ସିସିବି ଏହାର ରିପୋର୍ଟକୁ ଅପେକ୍ଷା କରିଛି। ସେହିଭଳି ଆସନ୍ତାକାଲି ପର୍ଯ୍ୟନ୍ତ ରାଗିଣୀ ସିସିବି ହେପାଜତରେ ରହିବେ। ଶୁକ୍ରବାର କୋର୍ଟ ସିସିବିକୁ ତାଙ୍କୁ ଆଉ ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

ସିସିବି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଗିଣୀ ଦ୍ୱିବେଦୀ କେବଳ ତାଙ୍କ ଘନିଷ୍ଠ ବନ୍ଧୁ ବି.କେ ରବି ଶଙ୍କରଙ୍କ ନିକଟରୁ ଡ୍ରଗ୍ସ କିଣୁ ନଥିଲେ। ସେ ଜଣେ ବିଦେଶୀ ନାଗରିକଙ୍କ ଠାରୁ ବି ଡ୍ରଗ୍ସ କିଣୁଥିଲେ। ଉକ୍ତ ବ୍ୟକ୍ତି ଆଫ୍ରିକାର ଓ ତାଙ୍କ ନାଁ ସାଇମନ୍। ତଦନ୍ତକାରୀ ଅଧିକାରୀମାନେ ଏବେ ସେହି ସାଇମନ୍‌ଙ୍କୁ ଖୋଜୁଛନ୍ତି। ରାଗିଣୀ ତାଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍‌ କରି ଡ୍ରଗ୍ସ ମଗାଉ ଥିଲେ ବୋଲି ସିସିବି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story