ଟାର୍ଗେଟ୍‌ରେ କଶ୍ମୀର ପଣ୍ଡିତ, ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ଼

ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ପୁଣି କଶ୍ମୀର ପଣ୍ଡିତ। ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ରାଗିଯାଇ ଆତଙ୍କବାଦୀମାନେ ଜଣେ ମହିଳା ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜମ୍ମୁକଶ୍ମୀରର କୁଲଗାମର ଏକ ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ କରାଯାଇଛି। ଗୋପାଲପୋରା ଅଞ୍ଚଳରେ ଥିବା ଏକ ହାଇସ୍କୁଲରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କୀଙ୍କ ଗୁଳିରେ ସ୍କୁଲ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି। ପୁଲିସ ସୂଚନା ମୁତାବକ, ଶିକ୍ଷୟିତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ […]

Kashmiri Pandit woman killed

Madhupriya Mistry
  • Published: Tuesday, 31 May 2022
  • , Updated: 31 May 2022, 11:48 AM IST

ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ପୁଣି କଶ୍ମୀର ପଣ୍ଡିତ। ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ରାଗିଯାଇ ଆତଙ୍କବାଦୀମାନେ ଜଣେ ମହିଳା ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜମ୍ମୁକଶ୍ମୀରର କୁଲଗାମର ଏକ ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ କରାଯାଇଛି। ଗୋପାଲପୋରା ଅଞ୍ଚଳରେ ଥିବା ଏକ ହାଇସ୍କୁଲରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କୀଙ୍କ ଗୁଳିରେ ସ୍କୁଲ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି।

ପୁଲିସ ସୂଚନା ମୁତାବକ, ଶିକ୍ଷୟିତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଶିକ୍ଷୟିତ୍ରୀଙ୍କ ନାଁ ରଜନୀ। ସେ ଜଣେ କଶ୍ମୀର ପଣ୍ଡିତ। ସେ ସାମ୍ବାର ବାସିନ୍ଦା ବୋଲି ଜଣାପଡିଛି। ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଥିବା ପୁଲିସ କହିଛି।

କିଛି ଦିନ ତଳେ ଜମ୍ମୁକଶ୍ମୀର ବଡଗାମ୍‌ରେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ତହସିଲ୍‌ ଅଫିସ ପରିସରରେ ପଶି ହତ୍ୟା କରିଥିଲେ। ରାହୁଲ ଭଟ୍ଟ ଜଣେ ସରକାରୀ କର୍ମଚାରୀ ଥିଲେ। ଏହାପରେ ପୁଲୱାମାରେ ଆତଙ୍କବାଦୀମାନେ ପୁଲିସକର୍ମୀ ରିଆଜ ଅହମ୍ମଦ ଠାକରେଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲେ। ଏହାପୂର୍ବରୁ ମେ' ୨୫ ତାରିଖରେ ଆତଙ୍କବାଦୀମାନେ ବଡଗାମରେ ହିଶରୁ ଅଞ୍ଚଳରେ ଜଣେ ଟେଲିଭିଜନ ଅଭିନେତ୍ରୀ ଅମରୀନ ଭଟ୍ଟଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲେ।

https://twitter.com/KashmirPolice/status/1531507264384737280?s=20&t=Eaz2GIeXBAzncI4POSLuJg

Related story