ମୁସଲିମ ବିରୋଧୀ ବୟାନ ଦେଇ ପୂର୍ବତନ କଂଗ୍ରେସ ନେତା ଗିରଫ

ଥିରୁବନ୍ତପୁରମ୍‌: ଗିରଫ ହେଲେ କେରଳର ବରିଷ୍ଠ ରାଜନେତା ତଥା ପୂର୍ବତନ କଂଗ୍ରେସ ନେତା ପିସି ଜର୍ଜ। ମୁସଲମାନଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବା ତାଙ୍କୁ ମହଙ୍ଗା ପଡିଛି। ଏହି ମାମଲାରେ ରବିବାର ତାଙ୍କୁ ପୁଲିସ ଗିରଫ କରିଛି। ଅଧିକାରୀମାନେ କହିଛନ୍ତି ଯେ ରବିବାର ଦିନ ତିରୁବନନ୍ତପୁରମରେ ଥିବା ଫୋର୍ଟ ଥାନା ପୁଲିସ କୋଟାୟାମ ଜିଲ୍ଲାର ଏରାଟୁପେଟାସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି। ତିରୁବନନ୍ତପୁରମରେ ଏକ ସମ୍ମିଳନୀରେ ତାଙ୍କ ଅଭିଭାଷଣ ମାଧ୍ୟମରେ ଧାର୍ମିକ ଘୃଣାଭାବ ପ୍ରୋତ୍ସାହନ ଦେଇଥିବାରୁ କେରଳ […]

pc-george

Madhupriya Mistry
  • Published: Sunday, 01 May 2022
  • , Updated: 01 May 2022, 12:02 PM IST

ଥିରୁବନ୍ତପୁରମ୍‌: ଗିରଫ ହେଲେ କେରଳର ବରିଷ୍ଠ ରାଜନେତା ତଥା ପୂର୍ବତନ କଂଗ୍ରେସ ନେତା ପିସି ଜର୍ଜ। ମୁସଲମାନଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବା ତାଙ୍କୁ ମହଙ୍ଗା ପଡିଛି। ଏହି ମାମଲାରେ ରବିବାର ତାଙ୍କୁ ପୁଲିସ ଗିରଫ କରିଛି।

ଅଧିକାରୀମାନେ କହିଛନ୍ତି ଯେ ରବିବାର ଦିନ ତିରୁବନନ୍ତପୁରମରେ ଥିବା ଫୋର୍ଟ ଥାନା ପୁଲିସ କୋଟାୟାମ ଜିଲ୍ଲାର ଏରାଟୁପେଟାସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି। ତିରୁବନନ୍ତପୁରମରେ ଏକ ସମ୍ମିଳନୀରେ ତାଙ୍କ ଅଭିଭାଷଣ ମାଧ୍ୟମରେ ଧାର୍ମିକ ଘୃଣାଭାବ ପ୍ରୋତ୍ସାହନ ଦେଇଥିବାରୁ କେରଳ ପୁଲିସ ଶନିବାର ଦିନ ଜର୍ଜଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ରାଜ୍ୟର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଭାରତୀୟ ଦଣ୍ଡ ସଂହିତା ଆଇପିସି ଧାରା ୧୫୩ଏ ଜରିଆରେ ମାମଲା ରୁଜୁ କରି ଉକ୍ତ ବରିଷ୍ଠ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ଗିରଫ କରିବା ପରେ ଥିରୁବନ୍ତପୁରମ ଅଣାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, କେରଳର ଏହି ପୂର୍ବତନ କଂଗ୍ରେସ ନେତା ଜର୍ଜ ରାଜ୍ୟରେ ଅଣ-ମୁସଲମାନମାନଙ୍କୁ ମୁସଲମାନ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ରେଷ୍ଟୁରାଣ୍ଟରୁ ଦୂରେଇ ରହିବାକୁ କହିଥିଲେ। ଏହାକୁ ନେଇ ବିବାଦ ଉପୁଜିଛି। ଶୁକ୍ରବାର ଏଠାରେ ଚାଲିଥିବା ଅନନ୍ତପୁରୀ ହିନ୍ଦୁ ମହା ସମ୍ମିଳନୀରେ ଯୋଗ ଦେଇଥିଲେ। ଏଠାରେ ନିଜ ଅଭିଭାଷଣରେ ସେ, ମୁସଲମାନମାନଙ୍କ ଦ୍ୱାରା ପରିଚାଳିତ ରେଷ୍ଟୁରାଣ୍ଟଗୁଡିକରେ 'ନପୁଂସକତା' ଔଷଧ ମିଶିଥିବା ଚା' ବିକ୍ରି କରାଯାଉଛି। ଏହାର ଲକ୍ଷ୍ୟ ଦେଶ ଉପରେ ନିୟନ୍ତ୍ରଣ ହାସଲ କରିବା ରହିଛି। ଲୋକଙ୍କଠାରୁ ସନ୍ତାନପ୍ରାପ୍ତିର କ୍ଷମତା ଛଡାଇନେବା ପାଇଁ ଏଭଳି କରାଯାଉଥିବା ସେ ଅଭିଯୋଗ କରିଥିଲେ।

ତାଙ୍କର ଏଭଳି ବିବାଦୀୟ ବୟାନକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ୩୩ ବର୍ଷ ଧରି କେରଳ ବିଧାନସଭାର ପୁଞ୍ଜର ଆସନକୁ ପ୍ରତିନିଧିତ୍ୱ କରୁଥିବା ୭୦ ବର୍ଷୀୟ ଜର୍ଜ, ଅଣ-ମୁସଲମାନମାନଙ୍କୁ ମୁସଲମାନମାନଙ୍କ ଦ୍ୱାରା ପରିଚାଳିତ ବ୍ୟବସାୟକୁ ବୟକଟ୍‌ କରିବାକୁ ଅନୁରୋଧ କରିଥିଲେ। ଜର୍ଜଙ୍କ ଏହି ମନ୍ତବ୍ୟକୁ ଶାସକ ସିପିଆଇ (ଏମ୍) ଏବଂ ବିରୋଧୀ କଂଗ୍ରେସ ନିନ୍ଦା କରିଛି।

Related story