‘ଦତ୍ତା’ ବଦଳରେ ଲେଖିଦେଲେ ‘କୁତ୍ତା’, ଭୁକି ଭୁକି ପ୍ରତିବାଦ କଲେ ବ୍ୟକ୍ତି

କୋଲକାତା: ରାସନ କାର୍ଡ, ଆଧର କାର୍ଡ ଓ ଭୋଟର୍ କାର୍ଡରେ ନାଁ କିମ୍ବା ଠିକଣା ଭୁଲ୍ ହେବା ସାଧାରଣ କଥା ପାଲଟିଗଲାଣି। ସରକାରୀ ବାବୁଙ୍କ ଖାମଖିଆଲି ମନଭାବ ଲାଗି ସାଧାରଣ ବ୍ୟକ୍ତି ନାନା ହଇରାଣ ହୁଅନ୍ତି। ଏହାକୁ ଠିକ୍ କରିବା ପାଇଁ ସରକାରୀ ଅଫିସ ଦୌଡନ୍ତି। ନିକଟରେ ଜଣେ ବ୍ୟକ୍ତିଙ୍କ ରାସନ କାର୍ଡରେ ଏଭଳି ହିଁ କିଛି ଅବହେଳା ଦେଖିବାକୁ ମିଳିଛି। ରାସନ କାର୍ଡରେ ବ୍ୟକ୍ତିଙ୍କ ସାଙ୍ଗିଆ ବଦଳାଇ ଦେଇଛନ୍ତି ସରକାରୀ ବାବୁ। ଏହାର ଜବାବରେ ଭିନ୍ନ […]

person-started-barking

person-started-barking

Madhupriya Mistry
  • Published: Sunday, 20 November 2022
  • Updated: 20 November 2022, 10:40 AM IST

Sports

Latest News

କୋଲକାତା: ରାସନ କାର୍ଡ, ଆଧର କାର୍ଡ ଓ ଭୋଟର୍ କାର୍ଡରେ ନାଁ କିମ୍ବା ଠିକଣା ଭୁଲ୍ ହେବା ସାଧାରଣ କଥା ପାଲଟିଗଲାଣି। ସରକାରୀ ବାବୁଙ୍କ ଖାମଖିଆଲି ମନଭାବ ଲାଗି ସାଧାରଣ ବ୍ୟକ୍ତି ନାନା ହଇରାଣ ହୁଅନ୍ତି। ଏହାକୁ ଠିକ୍ କରିବା ପାଇଁ ସରକାରୀ ଅଫିସ ଦୌଡନ୍ତି। ନିକଟରେ ଜଣେ ବ୍ୟକ୍ତିଙ୍କ ରାସନ କାର୍ଡରେ ଏଭଳି ହିଁ କିଛି ଅବହେଳା ଦେଖିବାକୁ ମିଳିଛି। ରାସନ କାର୍ଡରେ ବ୍ୟକ୍ତିଙ୍କ ସାଙ୍ଗିଆ ବଦଳାଇ ଦେଇଛନ୍ତି ସରକାରୀ ବାବୁ। ଏହାର ଜବାବରେ ଭିନ୍ନ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ଉକ୍ତ ବ୍ୟକ୍ତି।

ପଶ୍ଚିମବଙ୍ଗ ବାଙ୍କୁରାର ଶ୍ରୀକାନ୍ତ ଦତ୍ତା। ରାସନ କାର୍ଡରେ ବଦଳି ଯାଇଛି ତାଙ୍କ ଉପନାମ। ଦତ୍ତା ବଦଳରେ ଲେଖାଯାଇଛି କୁତ୍ତା। ଏହି ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀକାନ୍ତ ଭିନ୍ନ ଢ଼ଙ୍ଗରେ ସରକାରୀ ଅଧିକାରୀଙ୍କ ନିକଟରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଜଣେ ସରକାରୀ ବାବୁ ଗାଡିରେ ଯାଉଥିବା ବେଳେ ଶ୍ରୀକାନ୍ତ ଦୌଡି ଦୌଡି ଯାଇ ଗାଡି ଅଟକାଇ କୁକୁର ପରି ଭୁକି ଭୁକି ନିଜ ଅଭିଯୋଗ ଜଣାଉଛନ୍ତି । ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://twitter.com/ndtvindia/status/1594008053937885184?s=20&t=RZ4FzgT3MSP4WZdi8kS7nw

ପ୍ରକୃତରେ ରାସନ କାର୍ଡରେ ସାଙ୍ଗିଆ ବଦଳି ଯାଇଥିବା ଦେଖି ଶ୍ରୀକାନ୍ତ ଏହାକୁ ଠିକ୍ କରିବା ପାଇଁ ଦସ୍ତାବିଜ ନେଇ ସରକାରୀ ଅଫିସରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ରାସନ କାର୍ଡରେ ଲେଖାଥିବା ତାଙ୍କ ନାଁକୁ ସଠିକ୍ କରିବା ପାଇଁ ସେ ନିବେଦନ କରିଥିଲେ। କିନ୍ତୁ କର୍ମଚାରୀମାନେ ତାଙ୍କର ଉପହାସ କରି ସେଠାରୁ ଫେରାଇ ଦେଇଥିଲେ। ଏହାପରେ ଶ୍ରୀକାନ୍ତ ବିରୋଧ କରିବା ପାଇଁ ଏହି ଉପାୟ ଆପଣଇଥିଲେ। ବିଚ୍ ରାସ୍ତାରେ ସରକାରୀ ବାବୁଙ୍କ ଗାଡିକୁ ଅଟକାଇ ସେ କୁକୁର ଭଳି ଭୁକି ଥିଲେ।

ପ୍ରଥମେ ସରକାରୀ ବାବୁ ଜଣକ ଶ୍ରୀକାନ୍ତ ଏଭଳି କାହିଁକି ପ୍ରତିବାଦ କରୁଛନ୍ତି ତାହା ବୁଝି ପାରିନଥିଲେ। ପରେ ଶ୍ରୀକାନ୍ତଙ୍କ ଅଭିଯୋଗକୁ ସ୍ୱୀକାର କରିଥିଲେ, ତାଙ୍କ ରାସନ କାର୍ଡରେ ହୋଇଥିବା ଭୁଲ୍ ସୁଧାରିବା ପାଇଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଘଟଣାକୁ ନେଇ ବାଙ୍କୁରା-୨ ବିକାନା ପଞ୍ଚାୟତରେ ରହୁଥିବା ଶ୍ରୀକନ୍ତ ଦତ୍ତ କହିଛନ୍ତି, ‘ମୁଁ ରାସନ କାର୍ଡ ପାଇଁ ଆବେଦନ କରିଥିଲି। ପ୍ରଥମ ପର୍ଯ୍ୟାୟରେ ରାସନ କାର୍ଡ ମିଳିଥିଲା। ତେବେ ଏଥିରେ ଶ୍ରୀକାନ୍ତ ଦତ୍ତା, ଶ୍ରୀକାନ୍ତ ମଣ୍ଡଳ ହୋଇଥିଲା। ସୁଧାର ପାଇଁ ପୁଣି ଏକ ଆବେଦନ କରିଥିଲି। ଏଥର ଶ୍ରୀକାନ୍ତ କୁମାର ଦତ୍ତ କରାଯାଇଥିଲା। ଏହାପରେ ପୁଣି ଏକ ଆବେଦନ କରିଥିଲି, କିନ୍ତୁ ଏଥର ମଣିଷ ନୁହେଁ, କୁକୁର କରିଦେଲେ। ରାସନ କାର୍ଡରେ ଶ୍ରୀକାନ୍ତ କୁମାର କୁତ୍ତା ଲେଖାଯାଇଥିଲା। ଏହି ଘଟଣା ପରେ ମୁଁ ମାନସିକ ସ୍ତରରେ ଭାଙ୍ଗି ପଡିଥିଲି। ଏହାକୁ ନେଇ ବିଡିଓକୁ ମଧ୍ୟ ଜଣାଇଥିଲି କିନ୍ତୁ କୌଣସି ଜବାବ ମିଳି ନଥିଲା।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story