Advertisment

ପ୍ରଫେଟ ବିରୋଧୀ ମନ୍ତବ୍ୟର ପ୍ରତିବାଦ: ପଶ୍ଚିମବଙ୍ଗରେ ଲୋକାଲ ଟ୍ରେନ୍ ଭଙ୍ଗାରୁଜା

କୋଲକାତା: ପ୍ରଫେଟ ମହମ୍ମଦ ବିରୋଧୀ ମନ୍ତବ୍ୟ ନେଇ ପ୍ରତିବାଦ ଉଗ୍ର ହେବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ  ହୋଇଥିବା ଆନ୍ଦୋଳନ ହିଂସାର ରୂପ ନେଇଛି। ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟ ବିବାଦ ଥମିବାର ନାଁ ନେଉ ନାହିଁ। ଆଜି ପଶ୍ଚିମବଙ୍ଗରେ ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇଛି। ଏଠାରେ ନଦିଆ ଜିଲ୍ଲାର ବିଣୁଦାହାର ରେଳୱେ ଷ୍ଟେସନରେ ଭଙ୍ଗାରୁଜା ହୋଇଛି। ଷ୍ଟେସନରେ ଛିଡ଼ା ହୋଇଥିବା ଏକ ଲୋକାଲ ଟ୍ରେନ୍‌କୁ ଆନ୍ଦୋଳନକାରୀ ଭଙ୍ଗାରୁଜା କରିଛନ୍ତି । […]

author-image
Tapas Behera
ଅଦ୍ୟତନ ହୋଇଛି
ପ୍ରଫେଟ ବିରୋଧୀ ମନ୍ତବ୍ୟର ପ୍ରତିବାଦ: ପଶ୍ଚିମବଙ୍ଗରେ ଲୋକାଲ ଟ୍ରେନ୍ ଭଙ୍ଗାରୁଜା

train

କୋଲକାତା: ପ୍ରଫେଟ ମହମ୍ମଦ ବିରୋଧୀ ମନ୍ତବ୍ୟ ନେଇ ପ୍ରତିବାଦ ଉଗ୍ର ହେବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ  ହୋଇଥିବା ଆନ୍ଦୋଳନ ହିଂସାର ରୂପ ନେଇଛି। ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟ ବିବାଦ ଥମିବାର ନାଁ ନେଉ ନାହିଁ। ଆଜି ପଶ୍ଚିମବଙ୍ଗରେ ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇଛି। ଏଠାରେ ନଦିଆ ଜିଲ୍ଲାର ବିଣୁଦାହାର ରେଳୱେ ଷ୍ଟେସନରେ ଭଙ୍ଗାରୁଜା ହୋଇଛି। ଷ୍ଟେସନରେ ଛିଡ଼ା ହୋଇଥିବା ଏକ ଲୋକାଲ ଟ୍ରେନ୍‌କୁ ଆନ୍ଦୋଳନକାରୀ ଭଙ୍ଗାରୁଜା କରିଛନ୍ତି ।  ସେହିପରି କେତେକ ବିକ୍ଷୋଭକାରୀ ଷ୍ଟେସନ ଭିତରେ ଭଙ୍ଗାରୁଜା କରିଛନ୍ତି। ସେହିପରି ମୁର୍ଷିଦାବାଦର ଶକ୍ତିପୁରରେ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିବା ସହ କେତେକ ଦୋକାନରେ ଲୁଟପାଟ କରିଛନ୍ତି। ଖବର ପାଇ ପୁଲିସ ଟିମ୍‌ ଘଟଣାସ୍ଥଳକୁ ଯାତ୍ରା କରିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସେହିପରି ପଶ୍ଚିମବଙ୍ଗର ହାଓଡ଼ା ଜିଲାରେ ପରିସ୍ଥିତି ସୁଧୁରି ନାହିଁ। ଶନିବାର ପୁନର୍ବାର କେତେକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ରେଳରୋକ କରାଯାଇଛି।

Advertisment

ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୁନ୍‌ ୧୫ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯିବା ସହ ଦୁଇଟି ଜିଲାରେ ଜୁନ୍‌ ୧୩ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବାତିଲ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣରେ ବିଫଳତା ଯୋଗୁଁ ହାଓଡ଼ା ପୁଲିସ କମିସନର ସି. ସୁଧାକର ଓ ହାଓଡ଼ା ଗ୍ରାମାଞ୍ଚଳ ପୁଲିସ ଅଧୀକ୍ଷକ ସୌମ୍ୟ ରାୟଙ୍କୁ ବଦଳି କରାଯାଇଛି। ସେମାନଙ୍କ ସ୍ଥାନରେ ଯଥାକ୍ରମେ ପ୍ରବୀଣ ତ୍ରିପାଠୀ ଓ ସ୍ୱାତୀ ଭାଙ୍ଗାଲିଆଙ୍କୁ ନିଯୁକ୍ତ କରାଯାଇଛି। ଗୃହ ମନ୍ତ୍ରୀ ସମଗ୍ର ଘଟଣାର ତଦନ୍ତ ଭାର ୧୦ ଆଇପିଏସ୍‌ ଅଧିକାରୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଦଳକୁ ପ୍ରଦାନ କରିଛନ୍ତି।

ଅତିରିକ୍ତ ଡିଜି ନିରଜ ସିଂହଙ୍କ ନେତୃତ୍ୱରେ ଏହି ଦଳ ଗଠନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ଗତକାଲି ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଗିରଫ ହୋଇଛନ୍ତି। ସେ ୧୪୪ ଧାରା ଭାଙ୍ଗି ଉପଦ୍ରୁତ ଅଞ୍ଚଳକୁ ଯାଉଥିବାବେଳେ ବିଦ୍ୟାସାଗର ସେତୁ ନିକଟରେ ଗିରଫ ହୋଇଛନ୍ତି। ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ବିଜେପି ରାଷ୍ଟ୍ରୀୟ ଉପସଭାପତି ଦିଲୀପ ଘୋଷ ଶୁକ୍ରବାର ପୋଡ଼ାଯାଇଥିବା ଦଳୀୟ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ରାଜ୍ୟପାଳ ଜଗଦୀପ ଧନଖଡ଼ ଏହି ଘଟଣାରେ ଅସାମାଜିକ ଶକ୍ତି ସାମିଲ ଥିବା କହିଛନ୍ତି। ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ ଦାବି କରିଛନ୍ତି। ରାଜ୍ୟରେ ମୋଟ ୭୦ଜଣଙ୍କୁ ଗିରଫ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ହିଂସାକାଣ୍ଡକୁ ଉସୁକାଉଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି।

Advertisment
Hate Speech Nupur Sharma Row