ଲୁଧିଆନା କୋର୍ଟ ବିସ୍ଫୋରଣ; ବିଦେଶରୁ ମାଷ୍ଟରମାଇଣ୍ଡ ଗିରଫ

ନୂଆଦିଲ୍ଲୀ: ଧରାପଡିଲା ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ। ବିଦେଶରୁ ବନ୍ଧା ହେଲା ଅଭିଯୁକ୍ତ। ପଞ୍ଜାବ ସ୍ଥିତ ଲୁଧିଆନା କୋର୍ଟରେ ବିସ୍ଫୋରଣ ଘଟଣାର ମାଷ୍ଟମାଇଣ୍ଡ ଜର୍ମାନୀରୁ ଗିରଫ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରେ ଜସବିନ୍ଦର ସିଂ ମୁଲତାନୀଙ୍କୁ ଜର୍ମାନୀରେ ହିଁ ପଚରାଉଚରା କରାଯାଉଛି। ସୂଚନାନୁସାରେ, ମୁଲତାନୀ ISI ର ନିର୍ଦ୍ଦେଶରେ କାମ କରୁଥିଲେ। ସେ ଶିଖ୍ ଫର ଜଷ୍ଟିସ୍ (ଏସଜେଏଫ)ର […]

court blast

Madhupriya Mistry
  • Published: Tuesday, 28 December 2021
  • , Updated: 28 December 2021, 12:06 PM IST

ନୂଆଦିଲ୍ଲୀ: ଧରାପଡିଲା ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ। ବିଦେଶରୁ ବନ୍ଧା ହେଲା ଅଭିଯୁକ୍ତ। ପଞ୍ଜାବ ସ୍ଥିତ ଲୁଧିଆନା କୋର୍ଟରେ ବିସ୍ଫୋରଣ ଘଟଣାର ମାଷ୍ଟମାଇଣ୍ଡ ଜର୍ମାନୀରୁ ଗିରଫ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରେ ଜସବିନ୍ଦର ସିଂ ମୁଲତାନୀଙ୍କୁ ଜର୍ମାନୀରେ ହିଁ ପଚରାଉଚରା କରାଯାଉଛି।

ସୂଚନାନୁସାରେ, ମୁଲତାନୀ ISI ର ନିର୍ଦ୍ଦେଶରେ କାମ କରୁଥିଲେ। ସେ ଶିଖ୍ ଫର ଜଷ୍ଟିସ୍ (ଏସଜେଏଫ)ର ସକ୍ରିୟ ସଦସ୍ୟ ବୋଲି ଜଣାପଡ଼ିଛି। ସେ ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ଆତଙ୍କୀ ହମ୍‌ଲା କରିବା ପାଇଁ ଷଡଯନ୍ତ୍ର ରଚିଥିଲେ। ୪୫ ବର୍ଷୀୟ ଜସବିନ୍ଦର ସିଂହ ଏସ୍‌ଏଫ୍‌ଜେର ସଂସ୍ଥାପକ ଗୁରପତବନ୍ତ ସିଂହ ପନ୍ନୁଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି। ଜସବିନ୍ଦରଙ୍କ ଉପରେ କଥିତ ରୂପେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସିଙ୍ଘୁ ସୀମାରେ କୃଷକ ନେତା ବଲଭୀର ସିଂ ରାଜୱାଲଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ ଜସବିନ୍ଦର ସିଂହ।

ମୁଲତାନୀ ଜର୍ମାନୀରେ ଥିବାର ସୂଚନା ପାଇ ପଞ୍ଜାବ ପୁଲିସ କେନ୍ଦ୍ରୀୟ ଏଜେନ୍ସି ସହିତ ଯୋଗାଯୋଗ କରିଥିଲା। ଏହା ପରେ ତଦନ୍ତ ଆଗକୁ ବଢ଼ିବା ସହ ମୁଲତାନୀକୁ ଗିରଫ କରାଯାଇଛି। ଲୁଧିଆନା ସମେତ ଭାରତର ବିଭିନ୍ନ ସହରରେ ବିସ୍ଫୋରଣ ଘଟାଇବା ପାଇଁ ମୁଲତାନୀ ଷଡଯନ୍ତ୍ର କରୁଥିବା ସନ୍ଦେହ କରାଯାଉଛି। ଜସବିନ୍ଦର ସିଂ ମୁଲତାନୀ ପଞ୍ଜାବର ହୋଶିଆରପୁରର ମୁକେରିଆର ବାସିନ୍ଦା। ସେ ୧୯୭୬ମସିହାରେ ଜନ୍ମଗ୍ରହଣ କରିଥିଲେ। କୁହାଯାଉଛି ଯେ ମୁଲତାନୀଙ୍କର ଦୁଇ ଭାଇ ଅଛନ୍ତି ଏବଂ ଉଭୟ ଜର୍ମାନୀରେ ଏକ ଦୋକାନ ଚଳାଉଛନ୍ତି।

ଡିସେମ୍ବର ୨୩ରେ ଲୁଧିଆନା କୋର୍ଟ ପରିସରର ଦ୍ୱିତୀୟ ମହଲା ସ୍ଥିତ ରେକର୍ଡ ରୁମ୍‌ ନିକଟରେ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଜଣଙ୍କର ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଥିଲେ। କୋର୍ଟ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ଥିବା ଶୌଚାଳୟରେ ଏହି ବିସ୍ଫୋରଣ ଘଟିଥିବା ପୁଲିସ କହିଛି। ସେତେବେଳେ ଜିଲ୍ଲା କୋର୍ଟ ପ୍ରକ୍ରିୟା ଚାଲିଥିଲା। କୋର୍ଟ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ହୋଇଥିବା ବିସ୍ଫୋରଣରେ କମ୍ପାଉଣ୍ଡର ଗୋଟିଏ କାନ୍ଥ ମଧ୍ୟ ନଷ୍ଟ ହୋଇଯାଇଥିଲା। ଏହାସହ ସେଠାରେ ପାର୍କିଂ ସ୍ଥାନରେ ରଖାଯାଇଥିବା କିଛି ଗାଡିକ ଗ୍ଲାସ ବି ଭାଙ୍ଗି ଯାଇଥିଲା।

Related story