ଭୋପାଳ: ବୟସରେ ସାନ। କାଣ୍ଡକାରନାମା ବଡ଼। ଛୋଟ ବେଳୁ ଲେଡି ଡନ୍ ହେବାର ନିଶା। ମାତ୍ର ୧୯ ବର୍ଷ ବୟସରେ ରିଭଲଭର ଏବଂ ଛୁରା ଧରି ଏହାର ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରି ଆତଙ୍କ ସୃଷ୍ଟି କରିଥିଲେ। ଏମିତିକି ବନ୍ଧୁକ ବଳରେ ଅନ୍ୟମାନଙ୍କୁ ଧମକ ବି ଦେଉଥିଲେ। ସୋଶାଲ ମିଡିଆରେ ସମ୍ପୃକ୍ତ ଯୁବତୀଙ୍କ ଏକାଧିକ ଫଟୋ ଏବଂ ଭିଡିଓ ପୋଷ୍ଟ ହେବାର ଅଭିଯୋଗ ଆସିବା ପରେ ପୁଲିସ ତାଙ୍କୁ ଗିରଫ କରିଛି।
ଅଭିଯୁକ୍ତ ହେଉଛନ୍ତି ମଧ୍ୟପ୍ରଦେଶର ସୋନିଆ । ଯୁବତୀ ଜଣକ ନିଜ ଇନଷ୍ଟାଗ୍ରାମରେ ରିଭଲଭର ଏବଂ ଛୁରୀ ଫଟୋ ଅପଲୋଡ୍ କରି ଆତଙ୍କ ସୃଷ୍ଟି କରୁଥିଲେ। ତେବେ ଜଣେ ମହିଳାଙ୍କୁ ଧମକ ଦେବା ଅଭିଯୋଗରେ ସୋନିଆଙ୍କୁ ଗିରଫ କରାଯାଇଛି। ପୁଲିସ ତାଙ୍କ ଠାରୁ ରିଭଲଭର ଏବଂ ଛୁରୀକୁ ଜବତ କରିଛି।
ପାନୱାସା ପୋଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ଗଜେନ୍ଦ୍ର ପାଚୋରିଆଙ୍କ ଅନୁଯାୟୀ ସୋନିଆ ଏହି ଫଟୋ ଏବଂ ଭିଡିଓ ପୋଷ୍ଟ କରି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଥିଲେ। ତଦନ୍ତ ବେଳେ ସୋନିଅ ଜଣେ ନିଶାସେବନକାରୀ ବୋଲି ଜଣାପଡ଼ିଛି। ସେ ପାନୱାସା ରେ ତାଙ୍କ ମା ଏବଂ ଭଉଣୀଙ୍କ ସହ ରୁହନ୍ତି। ତାଙ୍କ ସହ ଆଉ କେତେକ ମଧ୍ୟ ସମ୍ପର୍କରେ ଥିବା ଜଣାପଡ଼ିଛି। ପୁଲିସ ସେମାନଙ୍କୁ ଖୋଜିବା ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।