ଦୁର୍ଘଟଣାରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ, ଟ୍ରାକ୍ଟର୍‌ ମାଲିକଙ୍କୁ ବାନ୍ଧି ନିସ୍ତୁକ ପିଟିଲେ

ଭୋପାଲ: ଦୁର୍ଘଟଣାରେ ଚାଲିଗଲା ଟ୍ରାକ୍ଟର୍‌ ଡ୍ରାଇଭରଙ୍କ ଜୀବନ। ରାଗିଗଲେ ପରିବାର ଲୋକେ। ଟ୍ରାକ୍ଟର୍‌ ମାଲିକଙ୍କୁ ବାନ୍ଧି ଚପଲରେ ନିସ୍ତୁକ ପିଟିଲେ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ସିଙ୍ଗରୋଲିରେ। ସୋମବାର ସକାଳୁ ସିଙ୍ଗରୋଲି ଜିଲ୍ଲାର ବରଗାଁବ ଥାନା ଅଞ୍ଚଳରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଡ୍ରାଇଭର ଗୁରୁତର ରୂପେ ଆହତ ହୋଇଥଲେ। ତେବେ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ମୃତ ଡ୍ରାଇଭରଙ୍କ ପରିବାର ଲୋକେ ଟ୍ରାକ୍ଟର୍‌ ମାଲିକଙ୍କ ନାଁରେ ହତ୍ୟା ଅଭିଯୋଗ […]

pepole-beaten-tractor-owner

Madhupriya Mistry
  • Published: Tuesday, 27 December 2022
  • , Updated: 27 December 2022, 03:04 PM IST

ଭୋପାଲ: ଦୁର୍ଘଟଣାରେ ଚାଲିଗଲା ଟ୍ରାକ୍ଟର୍‌ ଡ୍ରାଇଭରଙ୍କ ଜୀବନ। ରାଗିଗଲେ ପରିବାର ଲୋକେ। ଟ୍ରାକ୍ଟର୍‌ ମାଲିକଙ୍କୁ ବାନ୍ଧି ଚପଲରେ ନିସ୍ତୁକ ପିଟିଲେ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ସିଙ୍ଗରୋଲିରେ।

ସୋମବାର ସକାଳୁ ସିଙ୍ଗରୋଲି ଜିଲ୍ଲାର ବରଗାଁବ ଥାନା ଅଞ୍ଚଳରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଡ୍ରାଇଭର ଗୁରୁତର ରୂପେ ଆହତ ହୋଇଥଲେ। ତେବେ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ମୃତ ଡ୍ରାଇଭରଙ୍କ ପରିବାର ଲୋକେ ଟ୍ରାକ୍ଟର୍‌ ମାଲିକଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ହଙ୍ଗାମା କରିଥିଲେ।

ଖବର ପାଇ ଟ୍ରାକ୍ଟର୍‌ମାଲିକ ଡ୍ରାଇଭରଙ୍କ ପରିବାର ଲୋକଙ୍କ ପାଖକୁ ଶୋକ ବ୍ୟକ୍ତ କରିବାକୁ ଯାଇଥିଲେ। ତେବେ ହସ୍ପିଟାଲରେ ହିଁ ଟ୍ରାକ୍ଟର୍‌ ମାଲିକଙ୍କୁ ପରିବାର ଲୋକେ ବାନ୍ଧି ଜୋତା ଚପଲରେ ନିସ୍ତୁକ ପିଟିଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି, ଟ୍ରାକ୍ଟର୍‌ ମାଲିକଙ୍କୁ ଉତ୍ତେଜିତ ଲୋକଙ୍କ କବଳରୁ ରକ୍ଷା କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି କରିଛି। ପରିବାର ଲୋକଙ୍କୁ ଉସକାଇବା ଅଭିଯୋଗରେ ପୁଳିସ ମେଡିକାଳ କର୍ତ୍ତୃପକ୍ଷଙ୍କୁ ଥାନାକୁ ଡାକି ପଚରାଉଚରା କରିଛି।

Related story