Advertisment

ବଢ଼ୁଛି ସିନ୍ଦେ କ୍ୟାମ୍ପର ଶକ୍ତିି, ଏଣ୍ଟ୍ରି କରିବେ ଆଉ ଜଣେ ବିଧାୟକ!

ମୁମ୍ବାଇ: ଜାରି ରହିଛି ମହାରାଷ୍ଟ୍ରରେ ମହାନାଟକ। ଉଦ୍ଧବ ସରକାରଙ୍କ ଆସନ ଟଳମଳ ହେଉଥିବା ବେଳେ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି ସିନ୍ଦେ କ୍ୟାମ୍ପ। ଶିବସେନା ଦଳର ୫୫ ଜଣ ବିଧାୟକଙ୍କ ମଧ୍ୟରୁ ୩୯ ଜଣ ବିଧାୟକ ବିଦ୍ରୋହ କରି ଦଳର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ୍‌ ହୋଇସାରିଛନ୍ତି। ଏବେ ଏହି ଗୋଷ୍ଠୀରେ ଆଉ ଜଣେ ବିଧାୟକ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି। ବିଦ୍ରୋହୀମାନଙ୍କ ସହ ଉଦ୍ଧବ ସରକାରଙ୍କ ଆଉ ଜଣେ ବିଧାୟକ ସାମିଲ୍‌ ହେବାକୁ […]

ଅଦ୍ୟତନ ହୋଇଛି
ବଢ଼ୁଛି ସିନ୍ଦେ କ୍ୟାମ୍ପର ଶକ୍ତିି, ଏଣ୍ଟ୍ରି କରିବେ ଆଉ ଜଣେ ବିଧାୟକ!

shinde and uddhav-1

Advertisment

ମୁମ୍ବାଇ: ଜାରି ରହିଛି ମହାରାଷ୍ଟ୍ରରେ ମହାନାଟକ। ଉଦ୍ଧବ ସରକାରଙ୍କ ଆସନ ଟଳମଳ ହେଉଥିବା ବେଳେ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି ସିନ୍ଦେ କ୍ୟାମ୍ପ। ଶିବସେନା ଦଳର ୫୫ ଜଣ ବିଧାୟକଙ୍କ ମଧ୍ୟରୁ ୩୯ ଜଣ ବିଧାୟକ ବିଦ୍ରୋହ କରି ଦଳର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ୍‌ ହୋଇସାରିଛନ୍ତି। ଏବେ ଏହି ଗୋଷ୍ଠୀରେ ଆଉ ଜଣେ ବିଧାୟକ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି।

Advertisment

ବିଦ୍ରୋହୀମାନଙ୍କ ସହ ଉଦ୍ଧବ ସରକାରଙ୍କ ଆଉ ଜଣେ ବିଧାୟକ ସାମିଲ୍‌ ହେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ତେବେ କେଉଁ ବିଧାୟକ ଉଦ୍ଧବ ଠାକ୍‌ରେଙ୍କୁ ଛାଡ଼ି ସିନ୍ଦେଙ୍କ ସହ ହାତ ମିଳାଇବେ ତାହା ଏଯାବତ ସ୍ପଷ୍ଟ ହୋଇ ନାହିଁ। ମାତ୍ର ସିନ୍ଦେ ଗୋଷ୍ଠୀରେ ଅନ୍ୟ ଜଣେ ବିଧାୟକ ସାମିଲ୍‌ ହେବାକୁ ଯାଉଛନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଉଦ୍ଧବଙ୍କ ପାଖରେ ‌ଏବେ ୧୬ ଜଣ ବିଧାୟକ ଅଛନ୍ତି। ଏଥିରୁ ଜଣେ ବିଧାୟକ ଯିବା ପରେ ତାଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ୧୫କୁ ଖସି ଆସିବ। ସେହିପରି ‌ସିନ୍ଦେଙ୍କ ଗୋଷ୍ଠୀରେ ଥିବା ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇ ୪୦ରେ ପହଞ୍ଚିଯିବ।

ପୂର୍ବରୁ ଶିବସେନାର ମୁଖପାତ୍ର ସଞ୍ଜୟ ରାଉତଙ୍କ ଭାଇ ସୁନୀଲ ରାଉତ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେବେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା। କିନ୍ତୁ ପ‌ରେ ଏହାକୁ ସୁନୀଲ ରାଉତ ଖଣ୍ଡନ କରିଥିଲେ। ସେ କହିଥିଲେ କି, ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଶିବ ସୈନିକ ଭାବେ କାମ କରିବେ।

Advertisment

ସେପଟେ ମହାରାଷ୍ଟ୍ରର ରାଜନୀତିକ ସଙ୍କଟ ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କ ଉପରେ ଆକ୍ରମଣ କରି ଶିବସେନା ନେତା ଆଦିତ୍ୟ ଠାକରେ ସେମାନଙ୍କୁ ଦଳ ସହ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି। ଏଥିସହ ସେ ବିଦ୍ରୋହୀ ବିଧାୟକଙ୍କୁ ଟାର୍ଗେଟ୍‌ କରି ଶିବସେନାରୁ ଅଳିଆ ଚାଲିଯାଇଛି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଶିବସେନାର ବିଦ୍ରୋହୀ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ କିଛି ସମୟ ପାଇଁ ଆଶ୍ୱସ୍ତି ମିଳିଛି। ଜୁଲାଇ ୧୨ ତାରିଖ ଯାଏଁ ସେମାନଙ୍କୁ ବିଧାନସଭାର ସଭ୍ୟପଦରୁ ଅଯୋଗ୍ୟ ଘୋଷଣା କରିବା ଲାଗି ଚାଲିଥିବା ପ୍ରକ୍ରିୟା ଉପରେ କୋର୍ଟ ରୋକ୍ ଲଗାଇଛନ୍ତି। ଏହି ସମୟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି କୁହାଯାଇଛି।

Uddhav Thackeray Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe