Advertisment

ବିଦ୍ରୋହୀ ବିଧାୟକ 'ଚଳନ୍ତା ଶବ': ସଞ୍ଜୟ

ମୁମ୍ବାଇ: ଉଠୁଛି ପଡୁଛି ମହାରାଷ୍ଟ୍ର ରାଜନୀତି। ଏଠି ଘଡିକେ ଘୋଡା ଛୁଟୁଛି। ମହାରାଷ୍ଟ୍ରରେ ଚାଲିଥିବା ଶିବସେନାର ଅନ୍ତ କନ୍ଦଳ ଓ କ୍ଷମତା ଲଢ଼େଇର ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଠାକ୍‌ରେ ଓ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ପାଓ୍ୱର ଟସଲରେ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ପୁଣି ଟାର୍ଗେଟ୍‌ କରିଛନ୍ତି ସାଂସଦ ସଞ୍ଜୟ ରାଉତ। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ୧୫ ବିଦ୍ରୋହୀ ବିଧାୟକ ଗୌହାଟୀରେ ଥିବା ବେଳେ ସେମାନଙ୍କୁ ‘ଚଳନ୍ତା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବିଦ୍ରୋହୀ ବିଧାୟକ 'ଚଳନ୍ତା ଶବ': ସଞ୍ଜୟ

sanjay-raut

ମୁମ୍ବାଇ: ଉଠୁଛି ପଡୁଛି ମହାରାଷ୍ଟ୍ର ରାଜନୀତି। ଏଠି ଘଡିକେ ଘୋଡା ଛୁଟୁଛି। ମହାରାଷ୍ଟ୍ରରେ ଚାଲିଥିବା ଶିବସେନାର ଅନ୍ତ କନ୍ଦଳ ଓ କ୍ଷମତା ଲଢ଼େଇର ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଠାକ୍‌ରେ ଓ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ପାଓ୍ୱର ଟସଲରେ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ପୁଣି ଟାର୍ଗେଟ୍‌ କରିଛନ୍ତି ସାଂସଦ ସଞ୍ଜୟ ରାଉତ।

Advertisment

ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ୧୫ ବିଦ୍ରୋହୀ ବିଧାୟକ ଗୌହାଟୀରେ ଥିବା ବେଳେ ସେମାନଙ୍କୁ ‘ଚଳନ୍ତା ଶବ’ ବୋଲି ସମ୍ବୋଧନ କରିଛନ୍ତି ଶିବସେନାର ସାଂସଦ ସଞ୍ଜୟ ରାଉତ। ସେ ତାଙ୍କର ଏକ ଟ୍ୱିଟର ପୋଷ୍ଟରେ ‘ଜାହଲତ୍‌(ମୁର୍ଖାମୀ) ଏକ ପ୍ରକାରର ମୃତ୍ୟୁ ଓ ମୁର୍ଖ ଲୋକମାନେ ଚଳନ୍ତା ଶବ’ ବୋଲି ଲେଖିଛନ୍ତି।

https://twitter.com/rautsanjay61/status/1541598571765858305?s=20&t=QuE7Ws3JAu4Ia8kUeTmLqQ

Advertisment

ଏହା ପୂର୍ବରୁ ସଞ୍ଜୟ ରାଉତ ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରି ଗୌହାଟୀରେ ଥିବା ୧୫ ଜଣ ବିଧାୟକ ଶବ ଅଟନ୍ତି। ସେମାନଙ୍କ ଶରୀର ମରିସାରିଛି ବୋଲି କହିଥିଲେ। ସେ ଆହୁରି ବି କହିଥିଲେ କି ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବାକୁ ବିଧାନସଭା ପଠାଯିବ। ସେମାନେ ବି ଜାଣନ୍ତି କି ସେମାନଙ୍କ ଶରୀରକୁ ସେଠାରେ ଜାଳି ଦିଆଯିବ।

ସେପଟେ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ୯ ମନ୍ତ୍ରୀଙ୍କ ହାତରୁ ବିଭାଗ କାଢ଼ିନେଇ ଅନ୍ୟମାନଙ୍କୁ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।  ପ୍ରଶାସନରେ ସୁବିଧା ଦୃଷ୍ଟିରୁ ଏଭଳି କରାଯାଇଥିବା କୁହାଯାଇଛି। ଏ ଭିତରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକ୍ରେଙ୍କ ସହ ଦୁଇ ଦୁଇ ଥର କଥା ହୋଇଛନ୍ତି ବୋଲି ଜଣେ ଏମ୍ଏନ୍ଏସ୍ ନେତା ସୂଚନା ଦେଇଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖ ଯୋଗ୍ୟ,  ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଆଜି ଇଡିରେ ହାଜର ହେବା ପାଇଁ ନୋଟିସ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ଜେରା ପାଇଁ ନୋଟିସ ପଠାଇଛି ଇଡି। ତେବେ ସଞ୍ଜୟ ଆଜି ଇଡିରେ ହାଜର ହେବେ ନାହିଁ ବୋଲି ସୂଚନା ମିଳିଛି। ଜେରା ପାଇଁ ସଞ୍ଜୟ ଅଧିକ ସମୟ ମାଗିଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ସାମ୍ନାକୁ ଆସିଥିବା ପ୍ରବୀଣ ରାଉତ ଓ ପାତ୍ରା ଚାୱାଲ ଜମି ଦୁର୍ନୀତି ମାମଲାରେ ସଞ୍ଜୟଙ୍କୁ ଏହି ସମନ୍ ପଠାଯାଇଛି।

ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ପାତ୍ର ଚାୱଲ ଜମି ଦୁର୍ନୀତି ମାମଲାରେ ଇଡି ସାଂସଦ ସଞ୍ଜୟ ରାଉତଙ୍କ କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ୧୦୩୪ କୋଟି ପାତ୍ର ଚାୱଲ ଜମି ଦୁର୍ନୀତିର ଖୋଳତାଡ଼ କରି ଇଡି ଏପରି ପଦକ୍ଷେପ ନେଇଥିଲା। ଜବତ ସମ୍ପତ୍ତି ମଧ୍ୟରେ ସଞ୍ଜୟ ରାଉତଙ୍କ ଆଲିବାଗ ପ୍ଲଟ, ଦାଦ୍ରା ଓ ମୁମ୍ବାଇରେ ଥିବା ଫ୍ଲାଟ ରହିଛି।

ଇଡି ପକ୍ଷରୁ ପାତ୍ର ଚାୱଲ ଜମି ଦୁର୍ନୀତି ଘଟଣାରେ ସଞ୍ଜୟ ରାଉତଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ୯ କୋଟି ଓ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏହାପଛରେ ରାଜନୀତି ଅଭିସନ୍ଧି ରହିଥିବା ସଞ୍ଜୟ ରାଉତ ମାର୍ଚ୍ଚ ୨୫ରେ ଅଭିଯୋଗ କରିଥିଲେ। ଏସବୁ ଭିତରେ ତାଙ୍କୁ ଇଡି ଆସନ୍ତାକାଲି ହାଜର ହେବାକୁ ସମନ କରିଛି।

Maharashtra Govt Sanjay Rout Maharashtra Politics