Advertisment

ମହାରାଷ୍ଟ୍ର ରାଜନୀତି: ଆରମ୍ଭରୁ ଚାଲିଛି ଟଣାଓଟରା

ସ୍ୱାତୀ ଜେନା ମହାରାଷ୍ଟ୍ର ରାଜନୀତିରେ ମହାନାଟକ। ୨୦୧୯ ବିଧାନସଭା ନିର୍ବାଚନ ପରଠାରୁ ହିଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ? କାହା ହାତରେ ରହିବ ରାଜ୍ୟର କମାଣ୍ଡ ତାକୁ ନେଇ ଆରମ୍ଭରୁ ହିଁ ଟଣାଓଟରା ଲାଗି ରହିଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କୌଣସି ବି ଦଳକୁ ବହୁମତ ମିଳି ନଥିଲା । ତେଣୁ ସରକାର କିଏ ଗଠନ କରିବ ଆଉ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ପ୍ରଥମରୁ ହିଁ ଦ୍ୱନ୍ଦ୍ୱ ଲାଗି ରହିଥିଲା। […]

author-image
Ordigital Desk
ଅଦ୍ୟତନ ହୋଇଛି
ମହାରାଷ୍ଟ୍ର ରାଜନୀତି: ଆରମ୍ଭରୁ ଚାଲିଛି ଟଣାଓଟରା

Maha

ସ୍ୱାତୀ ଜେନା

ମହାରାଷ୍ଟ୍ର ରାଜନୀତିରେ ମହାନାଟକ। ୨୦୧୯ ବିଧାନସଭା ନିର୍ବାଚନ ପରଠାରୁ ହିଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ? କାହା ହାତରେ ରହିବ ରାଜ୍ୟର କମାଣ୍ଡ ତାକୁ ନେଇ ଆରମ୍ଭରୁ ହିଁ ଟଣାଓଟରା ଲାଗି ରହିଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କୌଣସି ବି ଦଳକୁ ବହୁମତ ମିଳି ନଥିଲା । ତେଣୁ ସରକାର କିଏ ଗଠନ କରିବ ଆଉ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ପ୍ରଥମରୁ ହିଁ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଏବେ ସେହି ଅସନ୍ତୋଷ ବିସ୍ଫୋରକ ରୂପ ନେଇଛି। ଭାଙ୍ଗିବାକୁ ବସିଛି ମହା ବିକାଶ ଅଘାଡ଼ି(ଏମଭିଏ) ସରକାର।

Advertisment

୨୪ ଅକ୍ଟୋବର ୨୦୧୯- ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଫଳାଫଳ ପ୍ରକାଶ ପାଇଲା। ୨୮୮ ଟି ସିଟ୍ ରୁ ସବୁଠାରୁ ବଡ଼ ରାଜନୈତିକ ଦଳ ଭାବେ ବିଜେପିକୁ ମିଳିଲା ୧୦୫ଟି ଆସନ। ଏହା ପରେ ଉଦ୍ଧବ ଠାକେରଙ୍କ ଶିବସେନା ଦଳ ୫୫ ଟି ଆସନରେ ବିଜୟ ହେଲା। ଶରଦ ପାୱାରଙ୍କ ଏନସିପି ଖାତାକୁ ଗଲା ୫୪ ଟି ଆସନ ଓ କଂଗ୍ରେସରୁ ଜିତିଲେ ୪୪ଜଣ ବିଧାୟକ ଏବଂ ଅନ୍ୟାନ୍ୟ ଛୋଟ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଳିଲା ମୋଟ୍ ୨୯ ଟି ଆସନ।

ସରକାର ଗଠନ କରିବାକୁ ଆବଶ୍ୟକ ଥିବା ୧୪୫ଟି ଆସନ କାହାରି ବି ପାଖରେ ନଥିଲା । ତେଣୁ ମହାରାଷ୍ଟ୍ରରେ କିଏ କରିବ ସରକାର ତାକୁ ନେଇ ପୂର୍ବ ସହଯୋଗୀ ଶିବସେନା ସହ ବିଜେପିର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗମାପ ମାସେ କାଳ ଛିଡ଼ି ପାରିଲା ନାହିଁ।

Advertisment

୨୩ ନଭେମ୍ବର ୨୦୧୯– ସବୁଠାରୁ ଅଧିକ ସଂଖ୍ୟା ଥିବାରୁ ରାଜ୍ୟର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଭୋର ସମୟରେ ରାଜ୍ୟପାଳ ଭବନରେ ବିନା କୌଣସି ଭବ୍ୟ ଆୟୋଜନରେ ଶପଥ ନେଲେ ଦେବେନ୍ଦ୍ର ଫଡନାଭିସ।  ସବୁଠାରୁ କୌତୁହଳ କଥା ହେଲା ଫଡନାଭିସଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନସିପି ନେତା ଅଜିତ ପାୱାର। କାରଣ ଅଜିତଙ୍କ ସପକ୍ଷରେ ୪୦ରୁ ଅଧିକ ଏନସିପି ବିଧାୟକ ଥିବା ସେ ଦାବି କରିଥିଲେ। ହେଲେ ମଧ୍ୟାହ୍ନ ବେଳକୁ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା। ଏନସିପି ମୁଖ୍ୟ ତଥା ଅଜିତଙ୍କ ଦାଦା ଶରଦ ପାୱାର ତାଙ୍କ ପାଖରେ ଏନସିପିର ୫୪ ବିଧାୟକରୁ ୫୩ ଜଣ ଥିବା ଦାବି କରିଥିଲେ। ତେଣୁ ବାଧ୍ୟ ହୋଇ ପୁଣିଥରେ ଅଜିତ ଘରକୁ ବାହୁଡ଼ି ଥିଲେ। 

୨୬ ନଭେମ୍ବର ୨୦୧୯- ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର କିଛି ଘଣ୍ଟା ପରେ ନାଟକୀୟ ଶୈଳୀରେ ସଂଖ୍ୟା ଗରିଷ୍ଠତା ଦେଖାଇ ନ ପାରି ପଦରୁ ଇସ୍ତଫା ଦେଲେ ଫଡନାଭିସ

୨୮ ନଭେମ୍ବର ୨୦୧୯-ଦେବେନ୍ଦ୍ର ଫଡନାଭିସ ଇସ୍ତଫା ଦେବାର ଠିକ୍ ଦୁଇ ଦିନ ପରେ ନିଜର ନୀତି ଆଦର୍ଶକୁ ପଛରେ ପକାଇ କଂଗ୍ରେସ, ଏନସିପି ସହ ‘ମହା ବିକାଶ ଅଘାଡି’ ସାମୁଖ୍ୟ ଗଠନ କରି ସରକାର ତିଆରି କଲା ଶିବସେନା। ଆଉ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ ଉଦ୍ଧବ ଠାକେରେ। ଏନସିପି ନେତା ଅଜିତ ପାୱାର ପୁଣିଥରେ ହେଲେ ଉପ ମୁଖ୍ୟମନ୍ତ୍ରୀ।

୨ ବର୍ଷର କରୋନା ମାହାମାରୀ ପରେ ଏବେ ପୁଣି ମହାରାଷ୍ଟ୍ର ସରକାର ଭେଣ୍ଟି ଲେଟରରେ ଚାଲିଛି। କୌଣସି ବି ମୁହୁର୍ତ୍ତରେ ସରକାର ଭଙ୍ଗ ହେବା ହେବା ସହ ରାଷ୍ଟ୍ରପତି ଶାସନ ଲାଗୁ ହୋଇ ପାରେ। ପରିସ୍ଥିତି ଏମିତି ବି ହୋଇ ପାରେ ଯେ ଫ୍ଲୋର ଟେଷ୍ଟ ପାଇଁ ବିଜେପିକୁ ପୁଣିଥରେ ଅଫର ଦେଇ ପାରନ୍ତି ରାଜ୍ୟପାଳ। କିନ୍ତୁ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଦବ ଠାକରେ ବିଦା ହେବା ଏକ ପ୍ରକାର ଥୟ ହୋଇ ଯାଇଛି।

ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ସମର୍ଥନରେ ଦଳର ୩୦ ଜଣ ଓ ୪ ଜଣ ସ୍ୱାଧୀନ ବିଧାୟକ ରହିଥିବା ଦାବି କରି ଗୋଟିଏ ଚିଠି ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ପାଖକୁ ପଠାଯାଇଛି। ଏପରିକି ରାଜ୍ୟର ମୋଟ୍ ୪୭ରୁ ଅଧିକ ବିଧାୟକଙ୍କ ସମର୍ଥନ ତାଙ୍କ ସହ ରହିଥିବା ସିନ୍ଦେ ଦାବି କରିଛନ୍ତି। ଏପରି ସ୍ଥିତିରେ ବିଜେପି ଯଦିଓ ନୀରବଦ୍ରଷ୍ଠା ସାଜି ଖେଳ ଦେଖୁଛି। କିନ୍ତୁ ସୁଯୋଗକୁ ଅପେକ୍ଷା କରି ସଂଖ୍ୟା ଗଣିତ ଉପରେ ତୀକ୍ଷ୍ନ ନଜର ରଖି ଶାସନ ଗାଦୀ ନିଜ ସପକ୍ଷରେ ନେବା ପାଇଁ ପାଗ ଭିଡିବା ଆରମ୍ଭ କରିଛି।

Maharashtra Govt Maharashtra Politics