Advertisment

ମତଦାନ ବେଳେ ହଠାତ୍ ରାଜ୍ୟପାଳଙ୍କୁ ଫୋନ୍ କଲେ ଦିଦି, କହିଲେ କୋର୍ଟ ଯିବି

କୋଲକାତା: ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ମୋଟ୍ ୩୦ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ମତଦାନ ଚାଲିଛି। ଏହି ୩୦ ଆସନ ଭିତରେ ରହିଛି ନନ୍ଦିଗ୍ରାମ ବିଧାନସଭା ଆସନ। ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ। ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନଖେରଙ୍କୁ ଫୋନ୍ କରି ନିର୍ବାଚନ ବେଳେ ଠକେଇ ଚାଲିଥିବା ଅଭିଯୋଗ କରିଛନ୍ତି। ସକାଳ ପାଖରୁ ଟିଏମସି ୬୩ଟି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମତଦାନ ବେଳେ ହଠାତ୍ ରାଜ୍ୟପାଳଙ୍କୁ ଫୋନ୍ କଲେ ଦିଦି, କହିଲେ କୋର୍ଟ ଯିବି

Mamata-Banarjee

କୋଲକାତା: ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ମୋଟ୍ ୩୦ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ମତଦାନ ଚାଲିଛି। ଏହି ୩୦ ଆସନ ଭିତରେ ରହିଛି ନନ୍ଦିଗ୍ରାମ ବିଧାନସଭା ଆସନ। ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ।

Advertisment

ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନଖେରଙ୍କୁ ଫୋନ୍ କରି ନିର୍ବାଚନ ବେଳେ ଠକେଇ ଚାଲିଥିବା ଅଭିଯୋଗ କରିଛନ୍ତି। ସକାଳ ପାଖରୁ ଟିଏମସି ୬୩ଟି ଅଭିଯୋଗ କରିଛି। ହେଲେ ନିର୍ବାଚନ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଦିଦି କହିଛନ୍ତି। ଏବେ ଏହାକୁ ନେଇ ସେ କୋର୍ଟ ଯିବେ ବୋଲି ମମତା କହିଛନ୍ତି। ନନ୍ଦିଗ୍ରାମରେ ମତଦାନ ବେଳେ ଅସନ୍ତୋଷ ବାତାବାରଣ ସୃଷ୍ଟି କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ମମତା ଆଜି ବିଭିନ୍ନ ବୁଥକୁ ଯାଇ ନିର୍ବାଚନ ସ୍ଥିତି ପରଖିଥିଲେ। ଏହି ସମୟରେ ଟିଏମସି ଏବଂ ବିଜେପି ସମର୍ଥକ ମୁହାଁମୁହିଁ ହୋଇଥିଲେ। ଆଉ ଟିଏମସି ଅଭିଯୋଗ କରିଛି ଯେ ବିଜେପି କର୍ମୀମାନେ ମତଦାନକୁ ପ୍ରଭାବିତ କରୁଛନ୍ତି।

Advertisment

https://twitter.com/ANI/status/1377551729500192769?s=20

ମମତା ବାନାର୍ଜୀଙ୍କ ପୁଲିଂ ଏଜେଣ୍ଟ ଶେଖ ସୁଫିଆନ ଅଭିଯୋଗ କରିଛନ୍ତି ଯେ ସେଣ୍ଟ୍ରାଲ ଫୋର୍ସ କର୍ମଚାରୀମାନେ ତାଙ୍କ ବୁଥରେ ଭୋଟରଙ୍କୁ ମାଡ ମାରିଛନ୍ତି। ତାଙ୍କ ଏଜେଣ୍ଟକୁ ବୁଥରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା। ମହିଳାମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରୀୟ ବଳର ପୁରୁଷମାନେ ସେମାନଙ୍କୁ ମାଡ଼ ମାରିଥିଲେ। ଅନ୍ୟପକ୍ଷରେ, ଏହି ବୁଥରେ ବିଜେପି ସମର୍ଥକମାନେ ମଧ୍ୟ ଭୋଟ୍ ନଦେବା ଅଭିଯୋଗ କରିଛନ୍ତି।

ଅନ୍ୟପଟେ ନନ୍ଦିଗ୍ରାମରେ ଆଜି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ କନଭୟ ଉପରକୁ ପଥର ମାଡ଼ କରାଯାଇଛି। ଏହି ଘଟଣା ନନ୍ଦିଗ୍ରାମର ସାତେଙ୍ଗାବାରୀ ଅଞ୍ଚଳରେ ଘଟିଛି। ଅପରାହ୍ନରେ ଶୁଭେନ୍ଦୁ ଅଧିକାରୀ ମତଦାନ ପାଇଁ ପୋଲିଂ ବୁଥକୁ ଯାଇଥିଲେ ଏବଂ ସେଠାରୁ ଫେରିବା ବେଳେ ତାଙ୍କ କନଭୟ ଉପାକୁ ପଥର ମାଡ଼ କରାଯାଇଥିଲା। ସୌଭାଗ୍ୟବଶତଃ ଏଥିରେ ଶୁଭେନ୍ଦୁଙ୍କୁ କୌଣସି ଆଘାତ ଲାଗିନାହିଁ। ତେବେ ଏହି ଆକ୍ରମଣରେ କିଛି ଗଣମାଧ୍ୟମର ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣକୁ ନେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, କିଛି ବିଶେଷ ସମ୍ପ୍ରଦାୟର ଲୋକେ ଏହି ଆକ୍ରମଣ କରିଛନ୍ତି।

West Bengal Assembly Election West Bengal Election 2021