ପ୍ରଶାନ୍ତ କିଶୋରଙ୍କ ସହ ସବୁ ସମ୍ପର୍କ ତୁଟାଇବେ ମମତା!

କୋଲକାତା: ନିବାର୍ଚନ ପାଇଁ ବେଶ ସଫଳତାର ସହ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋରଙ୍କ ସହ ଆଉ କାମ କରି ନପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ପ୍ରଶାନ୍ତ କିଶୋରୀ ହିଁ ମମତାଙ୍କ ଟିଏମସି ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଏବେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। କିଛି ଦିନ ତଳେ ଆଇ-ପିଏସି ମୁଖ୍ୟ ପ୍ରଶାନ୍ତ କିଶୋର ଟିଏମସି ପାଇଁ ବେଙ୍ଗଲ, ମେଘାଳୟ ଓ ତ୍ରିପୁରାରେ କାମ କରିବେ ନାହିଁ […]

PK

PK

Hemant Lenka
  • Published: Tuesday, 08 February 2022
  • Updated: 08 February 2022, 04:40 PM IST

Sports

Latest News

କୋଲକାତା: ନିବାର୍ଚନ ପାଇଁ ବେଶ ସଫଳତାର ସହ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋରଙ୍କ ସହ ଆଉ କାମ କରି ନପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ପ୍ରଶାନ୍ତ କିଶୋରୀ ହିଁ ମମତାଙ୍କ ଟିଏମସି ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଏବେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି।

କିଛି ଦିନ ତଳେ ଆଇ-ପିଏସି ମୁଖ୍ୟ ପ୍ରଶାନ୍ତ କିଶୋର ଟିଏମସି ପାଇଁ ବେଙ୍ଗଲ, ମେଘାଳୟ ଓ ତ୍ରିପୁରାରେ କାମ କରିବେ ନାହିଁ ବୋଲି ମମତାଙ୍କୁ କହିଥିଲେ। ଏହାର ଜବାବରେ ମମତା ତାଙ୍କୁ ବେଶ ହାଲୁକା ଭାବେ ‘ଧନ୍ୟବାଦ’ ଦେଇଥିଲା। ଏହାର ଅର୍ଥ ମମତା ମଧ୍ୟ ପ୍ରଶାନ୍ତଙ୍କ ବିନା କାମ କରିବାକୁ ମାନସିକସ୍ତରରେ ପ୍ରସ୍ତୁତ ହୋଇ ସାରିଛନ୍ତି।

ଖାସ ଏହି କାରଣ ପାଇଁ ଦଳୀୟ ସାଂସଦମାନଙ୍କ ବୈଠକରେ ଏଣିକି ମମତା ନିଜେ ଦଳର ସବୁ କଥା ଦେଖାଶୁଣା କରିବେ ବୋଲି କହିଥିବା ଚର୍ଚ୍ଚା ହେଉଛି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟିଏମସି ଉପରେ ପ୍ରଶାନ୍ତ କିଶୋରଙ୍କ ଦବଦବା ଦିନକୁ ଦିନ ବଢ଼ୁଥିବାରୁ ଏହାକୁ ମମତା ବାନାର୍ଜୀ ସହଜରେ ଗ୍ରହଣ କରିପାରୁ ନଥିଲା। ଏଥିସହ ପ୍ରଶାନ୍ତଙ୍କ ଆଇ-ପିଏସି ବାରମ୍ବାର ଟିଏମସିର ସାଂଗଠନିକ ନୀତି ଓ ନିଷ୍ପତ୍ତିରେ ମଧ୍ୟ ଅନାଧିକାର ହସ୍ତକ୍ଷେପ କରୁଥିଲା। ଏହି କାରଣରୁ ଦଳ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ମମତା ହୃଦବୋଧ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବେଙ୍ଗଲ ପୌରପାଳିକା ନିର୍ବାଚନ ପାଇଁ ସୋଶାଲ ମିଡିଆରେ ୧୦୮ ପ୍ରାର୍ଥୀଙ୍କ ନାଁ ଅପଲୋଡ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ଏହି ତାଲିକା ଦଳୀୟ ୱେବସାଇଟରେ ବି ପ୍ରକାଶ ପାଇଥିଲା। ଯାହାକୁ ନେଇ ଦଳୀୟ ହାଇକମାଣ୍ଡ ଓ ପ୍ରଶାନ୍ତଙ୍କ ଆଇ-ପିଏସି ମଧ୍ୟରେ ତିକ୍ତତା ବଢ଼ିଥିଲା।

ବିବାଦ ବଢ଼ୁଥିବାରୁ ଦଳର ଦୁଇ ବରିଷ୍ଠ ନେତା ପାର୍ଥ ଚାଟାର୍ଜୀ ଓ ସୁବ୍ରତ ବକ୍ସି ଏଥିରେ ହସ୍ତକ୍ଷେପ କରିଥିଲେ ଓ ସେମାନଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ତାଲିକା ହିଁ ଅର୍ଜିନାଲ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଲିକା ଅପେକ୍ଷାରେ ରହିଥିଲେ ମଧ୍ୟ ତାଙ୍କୁ ଅନ୍ଧାରରେ ରଖି ଏହାକୁ ଦଳୀୟ ୱେବସାଇଟରେ ଅପଲୋଡ କରାଯାଇଥିଲା। ଏହାକୁ ମମତା ଆଦୌ ସହଜରେ ଗ୍ରହଣ କରି ନଥିଲେ। ପାର୍ଥ ଚାଟାର୍ଜୀ ଏଥିପାଇଁ ଆଇ-ପିଏସି ପ୍ରତିନିଧିଙ୍କ ସହ କଥା ହୋଇଥିଲେ ଓ ଅର୍ଜିନାଲ ତାଲିକା ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଜଣେ ଦଳୀୟ ନେତା ନିଜ ନାଁ ଗୋପନ ରଖି କହିଛନ୍ତି।

କେବଳ ଏତିକି ନୁହେଁ, ଆଇ-ପିଏସି କୋଲକତା ମ୍ୟୁନସିପାଲ କର୍ପୋରେସନ ନିର୍ବାଚନ ପାଇଁ ପ୍ରସ୍ତୁତ କରିଥିବା ପ୍ରାର୍ଥୀଙ୍କ ତାଲିକା ଖାରଜ ହୋଇଥିଲା ଓ କିଛି ଅନ୍ୟ ନେତାଙ୍କ ନାଁ ସାମିଲ କରାଯାଇଥିଲା। ଯେଉଁମାନେ ବିଧାନସଭା ନିର୍ବାଚନ ଜିତି ବିଧାୟକ ହୋଇଥିଲେ ସେମାନଙ୍କ ନାଁ ୱାନ ମ୍ୟାନ ୱାନ ପୋଷ୍ଟ ନିୟମ ଅନୁସାରେ ବିଚାରକୁ ନିଆଯାଇ ନଥିଲା।

ହେଲେ ମମତା ବାନାର୍ଜୀ ସେମାନଙ୍କ ନାଁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଏପରି କି ସେ ଫିରହନ ହକିମଙ୍କ ନାଁକୁ ଦୃଢ଼ ସମର୍ଥନ କରିଥିଲେ। ସେ କର୍ପୋରେସନର ମେୟର ମଧ୍ୟ ହୋଇଥିଲେ। ଆଇ-ପିଏସି ଦଳୀୟ ନିଷ୍ପତ୍ତି ବ୍ୟତୀତ ବିଭିନ୍ନ ବିଭାଗର କାର୍ଯ୍ୟକଳାପରେ ମଧ୍ୟ ହସ୍ତକ୍ଷେପ କରୁଥିବାରୁ ଏହା ବରିଷ୍ଠ ନେତାମାନଙ୍କୁ କ୍ଷୁବ୍ଧ କରିଥିଲା।

ଏଥିପାଇଁ ସେମାନେ ମମତା ବାନାର୍ଜୀଙ୍କ ଆଗରେ ଅଭିଯୋଗ ମଧ୍ୟ କରିଥିଲେ। ତୃଣମମୂଳ କଂଗ୍ରେସ ନାଁରେ ଆଇ-ପିଏସି ସରକାର ଚଳାଉଛି ଓ ଏହା କେବେ ହେଲେ ସହ୍ୟ ନୁହେଁ ବୋଲି ଜଣେ ବରିଷ୍ଠ ନେତା କହିଥିଲେ। ଏହି ସବୁ କାରଣ ପାଇଁ ମମତା ଏବେ ପ୍ରଶାନ୍ତ କିଶୋର ଓ ତାଙ୍କ ସଂସ୍ଥା ସହ ସମ୍ପର୍କଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ମମତାଙ୍କ ଏପରି ନିଷ୍ପତ୍ତିରେ ତାଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀ ଖୁସି ନାହାନ୍ତି। ହେଲେ ମମତା ଦଳର ମୁଖ୍ୟ ହୋଇଥିବାରୁ ସେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story