ଲକ୍ଷ୍ନୌ: ସମାଜବାଦୀ ପାର୍ଟି ଟ୍ୱିଟର୍ ହ୍ୟାଣ୍ଡେଲ ସଞ୍ଚାଳକ ଗିରଫ। ଲକ୍ଷ୍ନୌର ହଜରତଗଞ୍ଜ ପୁଲିସ ମନୀଷ ଜଗନ ଅଗ୍ରୱାଲଙ୍କୁ ଗିରଫ କରିଛି। ଅଭଦ୍ର ଟିପ୍ପଣୀ ଓ ଧମକ ଦେବା ମାମଲାରେ ତାଙ୍କ ବିରୋଧରେ ତିନୋଟି ଏଫ୍ଆଇଆର୍ ରୁଜୁ ହୋଇଛି।
ପ୍ରଥମ ଏଫ୍ଆଇଆର୍ ଜଣେ ସାମ୍ବାଦିକ ତରଫରୁ ରୁଜୁ ହୋଇଛି। ସେହିପରି ଦ୍ୱିତୀୟଟି ଏକ ସଂଘର କାର୍ଯ୍ୟକର୍ତ୍ତା ରୁଜୁ କରିଛନ୍ତି। ସଂଘ ବିରୋଧରେ ସେ ଅଭଦ୍ର ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଛି। ସେହିରପି ତୃତୀୟଟି ବିଜେପି ମହିଳା କର୍ମୀଙ୍କ ତରଫୁ ହୋଇଛି।
https://twitter.com/AHindinews/status/1611976220023062528?s=20&t=oUH9MRmjyERi44Ogt4SoOA
ଉଲ୍ଲେଖଯୋଗ୍ୟ, ଜାନୁଆରୀ ୬ ତାରିଖରେ ବିଜେପି ଯୁବ ମୋର୍ଚ୍ଚାର ସୋଶାଲ ମିଡିଆ ପ୍ରଭାରୀ ଋଚା ରାଜପୁତଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳିଥିଲା। ସାମାଜବାଦୀ ପାର୍ଟି ମିଡିଆ ସେଲ୍ ନାଁର ଟ୍ୱିଟର ହ୍ୟାଣ୍ଡେଲରୁ ତାଙ୍କୁ ଏହି ଧମକ ମିଳିଥିଲା। ଏହାପରେ ସେ ମାମଲା ରୁଜୁ କରିଥିଲେ।
ଯେଉଁ ଟ୍ୱିଟର ହ୍ୟାଣ୍ଡେଲରୁ ଧମକ ମିଳିିଥିଲା ତାକୁ ମନୀଷ ହିଁ ଅପରେଟ୍ କରୁଥିଲା। ଏହା ଜାଣିବା ପରେ ଆଜି ପୁଲିସ ସପା ନେତା ମନୀଷଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ଏହିଖବର ସାମ୍ନାକୁ ଆସିବା ପରେ ସପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ ଲକ୍ଷ୍ନୌ ସ୍ଥିତି ପୁଲିସ ହେଡ୍ ଅଫିସରେ ପହଞ୍ଚିଛନ୍ତି।
ସେପଟେ ପୁଲିସର ଏହି କାର୍ଯ୍ୟାନୁଷ୍ଠାନଗୁ ସମାଜବାଦୀ ପାର୍ଟି ତରଫରୁ ବିରୋଧ କରାଯାଇଛି। ଟ୍ୱିଟ୍ କରି ଏହି ଘଟଣାକୁ ନିନ୍ଦନୀୟ ବୋଲି ଦଳ କହିଛି। ଏଥିସହ ତୁରନ୍ତ ତାଙ୍କୁ ମୁକ୍ତ କରାଯାଉ ବୋଲି ଦାବି ହୋଇଛି।