ହାଫିଜ ଘର ଆଗରେ ବିସ୍ଫୋରଣ, ପାକିସ୍ତାନ କହିଲା ଆକ୍ରମଣ ପଛରେ ‘ର’

ନୂଆଦିଲ୍ଲୀ: ଗତମାସରେ ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ ସଇଦ ଘର ଆଗରେ ଏକ କାର ବିସ୍ଫୋରଣ ହୋଇଥିଲା। ଏହି ବିସ୍ପୋରଣ ପାଇଁ ପାକିସ୍ତାନ ଭାରତର ଗୁଇନ୍ଦା ଏଜେନ୍ସି ‘ର’କୁ ଦାୟୀ କରିଥିଲା। ଏବେ ଏହାର ଜବାବ ଦେଇ ଭାରତ ପାକିସ୍ତାନର ଦାବିକୁ ଖାରଜ କରିଛନ୍ତି। ପାକିସ୍ତାନ ଯେଉଁ ଯୁକ୍ତି ରଖିଛି ତାହା ଭାରତକୁ ବଦନାମ କରିବା ପାଇଁ ହୋଇଥିବା ଏକ ଏଜେଣ୍ଡାର ଅଂଶ ବିଶେଷ। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ପାକିସ୍ତାନ ନିଜ ଘର ପ୍ରଥମେ […]

hafiz-saeed-afp_650x400_71511664667

Subhransu Sekhar
  • Published: Thursday, 08 July 2021
  • , Updated: 08 July 2021, 08:36 PM IST

ନୂଆଦିଲ୍ଲୀ: ଗତମାସରେ ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ ସଇଦ ଘର ଆଗରେ ଏକ କାର ବିସ୍ଫୋରଣ ହୋଇଥିଲା। ଏହି ବିସ୍ପୋରଣ ପାଇଁ ପାକିସ୍ତାନ ଭାରତର ଗୁଇନ୍ଦା ଏଜେନ୍ସି ‘ର’କୁ ଦାୟୀ କରିଥିଲା। ଏବେ ଏହାର ଜବାବ ଦେଇ ଭାରତ ପାକିସ୍ତାନର ଦାବିକୁ ଖାରଜ କରିଛନ୍ତି। ପାକିସ୍ତାନ ଯେଉଁ ଯୁକ୍ତି ରଖିଛି ତାହା ଭାରତକୁ ବଦନାମ କରିବା ପାଇଁ ହୋଇଥିବା ଏକ ଏଜେଣ୍ଡାର ଅଂଶ ବିଶେଷ।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ପାକିସ୍ତାନ ନିଜ ଘର ପ୍ରଥମେ ସଜାଡିବା ଦରକାର। ଭାରତ ବିରୋଧରେ ଆବଶ୍ୟକ ତଥ୍ୟ ପ୍ରମାଣ ନରଖି ପାକିସ୍ତାନ ବିସ୍ଫୋରଣ ପାଇଁ ‘ର’କୁ ଦାୟୀ କରୁଛି। ପ୍ରଥମେ ପାକିସ୍ତାନ ନିଜ ଘରେ ଥିବା ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ପାକିସ୍ତାନରେ ଆତଙ୍କବାଦ କାର୍ଯ୍ୟକଳାପ ବାବଦରେ ଅନ୍ତର୍ଜାତୀୟ ସମୁଦାୟ ଅବଗତ ଥିବା ସେ କହିଛନ୍ତି।

ରବିବାର ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ ଅଭିଯୋଗ କରିଛନ୍ତି ଯେ ଲାହୋରରେ ହାଫିଜ ସଇଦ ଘର ବାହାରେ ବିସ୍ଫୋରଣ ପଛରେ ଭାରତ ରହିଛି। ହାଫିଜ ସଇଦ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ-ଉଦ-ଦାୱାର ମୁଖ୍ୟ। ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିଲେ।

Related story