Advertisment

ଇଂଲଣ୍ଡ ଗସ୍ତ ପୂର୍ବରୁ କଡ଼ା କୋଭିଡ ସୁରକ୍ଷା ବଳୟକୁ ଗଲେ ଭାରତୀୟ ପୁରୁଷ ଓ ମହିଳା ଟିମ୍‌

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପୂର୍ବରୁ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଓ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସହ ଦଳରେ ଥିବା ସଦସ୍ୟମାନେ ଆଜି କୋଭିଡ୍ ବାୟୋବବଲ୍ସରେ ପ୍ରବେଶ କରିଛନ୍ତି। ପୂର୍ବରୁ ମଧ୍ୟ କିଛି ସଦସ୍ୟ ବାୟୋବବଲ୍ସରେ ରହିଥିଲେ। ସେମାନଙ୍କ ସହ ଭାରତୀୟ ମହିଳା ଟିମ୍‌ ମଧ୍ୟ ଇଂଲଣ୍ଡ ଗସ୍ତ କରିବ। ତେଣୁ ସେମାନେ ମଧ୍ୟ ୮ ଦିନିଆ କଡ଼ା କ୍ୱାରେଣ୍ଟାଇନ ଆଜିଠାରୁ ଆରମ୍ଭ କରିଛନ୍ତି। ଉଭୟ ପୁରୁଷ ଓ ମହିଳା ଟିମ୍‌ର ସଦସ୍ୟମାନେ […]

ଅଦ୍ୟତନ ହୋଇଛି
ଇଂଲଣ୍ଡ ଗସ୍ତ ପୂର୍ବରୁ କଡ଼ା କୋଭିଡ ସୁରକ୍ଷା ବଳୟକୁ ଗଲେ ଭାରତୀୟ ପୁରୁଷ ଓ ମହିଳା ଟିମ୍‌

Team-India

Advertisment

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପୂର୍ବରୁ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଓ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସହ ଦଳରେ ଥିବା ସଦସ୍ୟମାନେ ଆଜି କୋଭିଡ୍ ବାୟୋବବଲ୍ସରେ ପ୍ରବେଶ କରିଛନ୍ତି। ପୂର୍ବରୁ ମଧ୍ୟ କିଛି ସଦସ୍ୟ ବାୟୋବବଲ୍ସରେ ରହିଥିଲେ। ସେମାନଙ୍କ ସହ ଭାରତୀୟ ମହିଳା ଟିମ୍‌ ମଧ୍ୟ ଇଂଲଣ୍ଡ ଗସ୍ତ କରିବ। ତେଣୁ ସେମାନେ ମଧ୍ୟ ୮ ଦିନିଆ କଡ଼ା କ୍ୱାରେଣ୍ଟାଇନ ଆଜିଠାରୁ ଆରମ୍ଭ କରିଛନ୍ତି।

Advertisment

ଉଭୟ ପୁରୁଷ ଓ ମହିଳା ଟିମ୍‌ର ସଦସ୍ୟମାନେ ମୁମ୍ବାଇର ଗ୍ରାଣ୍ଡ ହାୟତ ହୋଟେଲରେ କ୍ୱାରେଣ୍ଟିନରେ ରହିଛନ୍ତି। ଟିମର ସବୁ ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କ ୩ଟି ଆରଟି ପିସିଆର କରୋନା ଟେଷ୍ଟ ନେଗେଟିଭ ଆସିବା ପରେ ସମସ୍ତେ ସ୍ୱତନ୍ତ୍ର ବିମାନରେ ଇଂଲଣ୍ଡ ଗସ୍ତ କରିବେ।

ଜୁନ୍‌ ୨ରେ ସମସ୍ତେ ଇଂଲଣ୍ଡ ଯିବାର ଅଛି। ସେଠାରେ ପହଞ୍ଚିବା ପରେ ସମସ୍ତଙ୍କର ପୁଣି କରୋନା ଟେଷ୍ଟ ହେବ ଓ ସବୁ ସଦସ୍ୟ ଆଉ ୭ ଦିନ ପାଇଁ କ୍ୱାରେଣ୍ଟିନରେ ରହିବେ। ଇଂଲଣ୍ଡ ସହ ୫ଟିକିଆ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଭାରତୀୟ ପୁରୁଷ ଦଳ ଜୁନ୍‌ ୧୮ରୁ ନ୍ୟୁଜିଲ୍ୟାଣ୍ଡ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବ।

Advertisment

ସେହିପରି ଭାରତୀୟ ମହିଳା ଦଳ ଇଂଲଣ୍ଡ ସହ ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ଏହା ଜୁନ୍‌ ୧୬ରୁ ଆରମ୍ଭ ହେବ।

Indian Cricket Team Cricket World Test Championship Finale
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe