ନକଲି ଟିକା ନେଇ ଛଟପଟ ଟିଏମ୍‌ସି ସାଂସଦ!

କୋଲକାତା: ନକଲି ଟିକା ନେବା ଟିଏମ୍‌ସି ସାଂସଦଙ୍କୁ ପଡିଛି ମହଙ୍ଗା। ନକଲି ଟିକା ନେଇ ଛଟପଟ ହେଉଛନ୍ତି ତ୍ରୁଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ। ଏବେ ସେ ଅସୁସ୍ଥ ହୋଇପଡିଛନ୍ତି। ଶନିବାର ତାଙ୍କ ସ୍ୱସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଏହାପରେ ଘରକୁ ଡାକ୍ତର ଆସି ତାଙ୍କ ଚିକିତ୍ସା କରିଛି। ମିମିଙ୍କ ମୁତାବକ କୋଲକାତାର ଏକ ଅଞ୍ଚଳରେ ନକଲି ଟିକାକରଣ କ୍ୟାମ୍ପ ଚାଲିଥିବା ବେଳେ ସେ ସେଠାକୁ ଯାଇ ଟିକା ନେଇଥିଲେ। କଥିତ ରୂପେ ଟିକା ନେବାର ୪ ଦିନ […]

mimi

Madhupriya Mistry
  • Published: Saturday, 26 June 2021
  • , Updated: 26 June 2021, 01:27 PM IST

କୋଲକାତା: ନକଲି ଟିକା ନେବା ଟିଏମ୍‌ସି ସାଂସଦଙ୍କୁ ପଡିଛି ମହଙ୍ଗା। ନକଲି ଟିକା ନେଇ ଛଟପଟ ହେଉଛନ୍ତି ତ୍ରୁଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ। ଏବେ ସେ ଅସୁସ୍ଥ ହୋଇପଡିଛନ୍ତି। ଶନିବାର ତାଙ୍କ ସ୍ୱସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଏହାପରେ ଘରକୁ ଡାକ୍ତର ଆସି ତାଙ୍କ ଚିକିତ୍ସା କରିଛି।

ମିମିଙ୍କ ମୁତାବକ କୋଲକାତାର ଏକ ଅଞ୍ଚଳରେ ନକଲି ଟିକାକରଣ କ୍ୟାମ୍ପ ଚାଲିଥିବା ବେଳେ ସେ ସେଠାକୁ ଯାଇ ଟିକା ନେଇଥିଲେ। କଥିତ ରୂପେ ଟିକା ନେବାର ୪ ଦିନ ପରେ ସେ ଅସୁସ୍ଥ ହୋଇପଡିଛନ୍ତି। କୁହାଯାଉଛି ଯେ, ମିମିଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେବା ସହ ଅତ୍ୟଧିକ ଝାଳ ବୋହୁଛି। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ସେ ହସ୍ପିଟାଲ ନଯାଇ ଘରେ ରହି ଚିକିତ୍ସା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ଗତ କିଛି ଦିନ ତଳେ ତ୍ରୁଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ କୋଲକାତାରେ ଚାଲିଥିବା ନକଲି ଟିକାକରଣର ପର୍ଦ୍ଦାଫାଶ କରିଥିଲେ। ସେ ନିଜେ ଏହି ନକଲି ଟିକାର ଶିକାର ହୋଇଥିବା ନେଇ ମଧ୍ୟ ଦାବି କରିଥିଲେ। ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ସେ ଏନେଇ ସୂଚନା ଦେଇଥିଲେ। ମିମି କହିଥିଲେ ଯେ, ଟିକାକରଣ କ୍ୟାମ୍ପ ଗୁଡିକରେ ବ୍ୟବହାର ହୋଇଥିବା ଟିକାର ସିସିଗୁଡିକୁ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି। ଆସନ୍ତା ୪ରୁ ୫ ଦିନ ପରେ ସ୍ପଷ୍ଟ ହୋଇଯିବ। ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସେ ଏହି ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇଥିଲେ ବୋଲି ସାଂସଦ ଜଣକ କହିଛନ୍ତି।

ସେପଟରେ ସାଂସଦଙ୍କ ଏଭଳି ଅଭିଯୋଗ ପରେ ଉକ୍ତ ନକଲି ଟିକାକରଣ କେନ୍ଦ୍ରର ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଅନ୍ୟପଟେ ନକଲି ଟିକାର ଯାଂଚ ପାଇଁ ଏସ୍‌ଆଇଟି ମଧ୍ୟ ଗଠନ ହୋଇଛି।

Related story