Advertisment

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ପୁଲିସ ପଞ୍ଝାରେ ବିଧାୟକଙ୍କ ପୁଅ

ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୁଲିସ୍‌ ଏଆଇଏମଆଇଏମର ଜଣେ ବିଧାୟକଙ୍କ ପୁଅଙ୍କୁ ଅଟକ ରଖିଛି। ସେ ଜଣେ ନାବାଳକ ହୋଇଥିବାରୁ ତାଙ୍କ ପରିଚୟ ସାର୍ବଜନୀନ କରାଯାଇନି। ଏହି ଗଣଦୁଷ୍କର୍ମ ଘଟଣାରେ ପୁଲିସ୍‌ ୬ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଏବେ ସମସ୍ତଙ୍କୁ ପୁଲିସ୍‌ ନିଜ ହେପାଜତକୁ ନେବାକୁ ସକ୍ଷମ ହୋଇଛି। ଏମାନଙ୍କ ମଧ୍ୟରେ ୧୮ ବର୍ଷୀୟ ଏସ୍‌ ମଲିକ ନାମକ ସାବାଳକ ରହିଛି। ସମସ୍ତ ୬ ଅଭିଯୁକ୍ତଙ୍କ ନାଁରେ ପୋକସୋ ଠାରୁ ଆରମ୍ଭ […]

ଅଦ୍ୟତନ ହୋଇଛି
ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ପୁଲିସ ପଞ୍ଝାରେ ବିଧାୟକଙ୍କ ପୁଅ

Justics

Advertisment

ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୁଲିସ୍‌ ଏଆଇଏମଆଇଏମର ଜଣେ ବିଧାୟକଙ୍କ ପୁଅଙ୍କୁ ଅଟକ ରଖିଛି। ସେ ଜଣେ ନାବାଳକ ହୋଇଥିବାରୁ ତାଙ୍କ ପରିଚୟ ସାର୍ବଜନୀନ କରାଯାଇନି। ଏହି ଗଣଦୁଷ୍କର୍ମ ଘଟଣାରେ ପୁଲିସ୍‌ ୬ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଏବେ ସମସ୍ତଙ୍କୁ ପୁଲିସ୍‌ ନିଜ ହେପାଜତକୁ ନେବାକୁ ସକ୍ଷମ ହୋଇଛି। ଏମାନଙ୍କ ମଧ୍ୟରେ ୧୮ ବର୍ଷୀୟ ଏସ୍‌ ମଲିକ ନାମକ ସାବାଳକ ରହିଛି। ସମସ୍ତ ୬ ଅଭିଯୁକ୍ତଙ୍କ ନାଁରେ ପୋକସୋ ଠାରୁ ଆରମ୍ଭ କରି ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି

Advertisment

ହାଇଦ୍ରାବାଦ ପୁଲିସ୍‌ କମିଶନର ସିଭି ଆନନ୍ଦ କହିଛନ୍ତି, ପବରେ ପାର୍ଟି ଆୟୋଜନ କରିବା ଯୋଜନା ବେଙ୍ଗାଲୁରୁର ଜଣେ ପିଲାର ଥିଲା। ମେ’ ୨୮ରେ ଓସମାନ ଅଲୀ ଖାନ ପାର୍ଟି ପାଇଁ ପବ ବୁକ କରିଥିଲେ। ପୀଡ଼ିତା ଜଣଙ୍କ ପବରେ ଆୟୋଜିତ ପାର୍ଟିରେ ଯୋଗଦେବାକୁ ୧୩ ଟଙ୍କା ଦେଇଥିଲେ ଓ ସାଙ୍ଗ ମାନଙ୍କ ସହ ଯାଇଥିଲେ।

ଘଟଣା ଦିନ ଅପରାହ୍ନ ୩.୧୫ରେ ଜଣେ ନାବାଳକ ଓ ଏସ୍‌ ମଲିକ ପୀଡ଼ିତାଙ୍କ ପାଖରେ ପହଞ୍ଚିଥିଲେ। ଗଣଦୁଷ୍କର୍ମର ଷଡ଼ଯନ୍ତ୍ର ପବ ମଧ୍ୟରେ ହିଁ ତିଆରି କରାଯାଇଥିଲା। ଯେତେବେ ପୀଡ଼ିତାଙ୍କ ସାଙ୍ଗମାନେ ପବରୁ ଚାଲି ଯାଇଥିଲେ ସେତେବେଳେ ଅଭିଯୁକ୍ତମାନେ ତାଙ୍କୁ ଟ୍ରାପ କରିଥିଲେ। ସେମାନେ ନାବାଳିକାଙ୍କୁ କାରରେ ଛାଡ଼ି ଦେବେ କହି ପବରୁ ନେଇଥିଲେ। ହେଲେ ତାଙ୍କୁ ଗଣଦୁଷ୍କର୍ମ କରିବା ପରେ ସନ୍ଧ୍ୟା ୭.୩୨ ମିନିଟରେ ପୁଣି ପବ ନିକଟରେ ଛାଡ଼ି ଦେଇଥିଲେ।

Advertisment

ନାବାଳିକାଙ୍କ ବାପା ଅଭିଯୋଗ କରିବା ପରେ ପୁଲିସ ଅଜଣା ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତଦନ୍ତ ବେଳେ ଘଟଣା ପଛରେ ବଡ଼ବଡ଼ ଲୋକଙ୍କ ସମ୍ପର୍କୀୟ ଓ ପୁଅମାନେ ସାମିଲ ଥିବା ଜାଣିବାକୁ ପାଇଛି। ଘଟଣାର ୬ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରାୟ ୪ ଜଣ ନାବାଳକ ବୋଲି ପୁଲିସ୍‌ କହିଛି।

Assault Hyderabad Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe