Advertisment

ଅଶ୍ୱିନୀଙ୍କୁ ରେଳ, ଧର୍ମେନ୍ଦ୍ରଙ୍କ ହାତରୁ ଗଲା ପେଟ୍ରୋଲିୟମ

ନୂଆଦିଲ୍ଲୀ: ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ସାଂସଦ ଅଶ୍ୱୀନ ବୈଷ୍ନବଙ୍କୁ ଗୁରୁ ଦାୟିତ୍ୱ ମିଳିଛି। ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ପୂର୍ବରୁ ରେଳ ମନ୍ତ୍ରାଳୟ ପୀୟୁଷ ଗୋଏଲଙ୍କ ପାଖରେ ଥିବା ବେଳେ ଆଇଟି ମନ୍ତ୍ରାଳୟ ରବିଶଙ୍କର ପ୍ରସାଦଙ୍କ ପାଖରେ ଥିଲା। ରବି ଶଙ୍କର ମୋଦିଙ୍କ ଏହି ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି। ସେହିପରି ନୂଆ କରି ତିଆରି ହୋଇଥିବା ମିନିଷ୍ଟ୍ରୀ ଅଫ୍ କୋଅପରେସନର ଦାୟିତ୍ୱ ଦିଆଯାଇଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ। ଶାହଙ୍କ ପାଖରେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଅଶ୍ୱିନୀଙ୍କୁ ରେଳ, ଧର୍ମେନ୍ଦ୍ରଙ୍କ ହାତରୁ ଗଲା ପେଟ୍ରୋଲିୟମ

ashwini-vaishnaw-and-dharmendra-pradhan

ନୂଆଦିଲ୍ଲୀ: ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ସାଂସଦ ଅଶ୍ୱୀନ ବୈଷ୍ନବଙ୍କୁ ଗୁରୁ ଦାୟିତ୍ୱ ମିଳିଛି। ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ପୂର୍ବରୁ ରେଳ ମନ୍ତ୍ରାଳୟ ପୀୟୁଷ ଗୋଏଲଙ୍କ ପାଖରେ ଥିବା ବେଳେ ଆଇଟି ମନ୍ତ୍ରାଳୟ ରବିଶଙ୍କର ପ୍ରସାଦଙ୍କ ପାଖରେ ଥିଲା। ରବି ଶଙ୍କର ମୋଦିଙ୍କ ଏହି ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି। ସେହିପରି ନୂଆ କରି ତିଆରି ହୋଇଥିବା ମିନିଷ୍ଟ୍ରୀ ଅଫ୍ କୋଅପରେସନର ଦାୟିତ୍ୱ ଦିଆଯାଇଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ। ଶାହଙ୍କ ପାଖରେ ଏହା ଅତିରିକ୍ତ ବିଭାଗ ଭାବରେ ରଖିଛନ୍ତି ସରକାର।

Advertisment

ସେହିପରି ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ମନସୁଖ ମାଣ୍ଡବୀୟଙ୍କୁ ଦିଆଯାଇଛି। ପୂର୍ବରୁ ଏହି ବିଭାଗ ଡାକ୍ତର ହର୍ଷ ବର୍ଦ୍ଦନଙ୍କ ପାଖରେ ଥିଲା। ଯିଏକି ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନାହାନ୍ତି। ମନସୁଖ ମାଣ୍ଡଭୀୟ ଗୁଜରାଟର ରାଜ୍ୟସଭା ସାଂସଦ। ସେହିପରି ପୀୟୂଷ ଗୋୟେଲଙ୍କ ପାଖରେ ଥିବା ରେଳ ବିଭାଗକୁ କାଢ଼ି ନିଆଯାଇ ଟେକ୍ସଟାଇଲ୍ ମନ୍ତ୍ରାଳୟ ଦିଆଯାଇଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳିଛି। ୨୦୧୪ରୁ ମୋଦି ସରକାରରେ ପେଟ୍ରୋଲିୟମ ବିଭାଗରେ ଥିବା ଏହି ମନ୍ତ୍ରୀଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ବିଭାଗ ଧର୍ମେନ୍ଦ୍ରଙ୍କ ପାଖରେ ଥିଲା। ପୀୟୂଷ ଗୋୟେଲଙ୍କୁ ବୟନ ଶିଳ୍ପ ମନ୍ତ୍ରାଳୟ, ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ବିଭାଗ ହରଦୀପ ସିଂ ପୁରୀଙ୍କ ପାଖରେ ଥିଲା। ଏବେ ହରଦୀପଙ୍କୁ ଧର୍ମେନ୍ଦ୍ରଙ୍କ ପାଖରେ ଥିବା ପେଟ୍ରାଲିୟମ୍ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ଏହାସହ ହରଦୀପ ପୁରୀଙ୍କୁ ନଗର ଉନ୍ନୟନ ମନ୍ତ୍ରାଳୟ ଦାୟିତ୍ୱ ଦେଇଛନ୍ତି ସରକାର।

Advertisment

ଦିଲ୍ଲୀର ସାଂସଦ ମୀନାକ୍ଷୀ ଲେଖିଙ୍କୁ ବିଦେଶ ବିଭାଗର ରାଷ୍ଟ୍ରମନ୍ତ୍ରୀ। ବିଦେଶ ରାଷ୍ଟ୍ରମନ୍ତ୍ରୀ ସହ ସଂସ୍କୃତି ବିଭାଗ ସମ୍ଭାଳିବେ ମୀନାକ୍ଷୀ ଲେଖୀ। ପୁରଷୋତ୍ତମ ରୁପାଲାଙ୍କୁ ମତ୍ସ୍ୟ ଓ ଗୋପାଳନ ମନ୍ତ୍ରାଳୟ ଦାୟିତ୍ୱ ମିଳିଥିବା ବେଳେ ଅନୁରାଗ ଠାକୁରଙ୍କୁ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ପୂର୍ବରୁ ଏହି ବିଭାଗ କିରଣ ରିଜଜୁଙ୍କ ପାଖରେ ଥିଲା। ଏବେ ରିଜଜୁଙ୍କୁ ସଂସ୍କୃତି ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ସେହିପରି ଯୁବ ଓ କ୍ରୀଡ଼ା ସହ ସୂଚନା ସହିତ ସୂଚନା ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ୱ ଥିଲା ପ୍ରକାଶ ଜାଭଡେକରଙ୍କ ପାଖରେ। ଯିଏକି ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି। ଏଲଜେପି ସାଂସଦ ପଶୁପତି କୁମାର ପାରସଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ମିଳିଥିବା ବେଳେ ଭୂପେନ୍ଦ୍ର ଯାଦବଙ୍କୁ ଶ୍ରମ ଓ ପରିବେଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି।  ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କୁ ଆୟୁଷ, ବନ୍ଦର, ଜାହାଜ ପରିବହନ ଦାୟିତ୍ୱ, ନାରାୟଣ ରାଣେଙ୍କୁ ଏମଏସଏମଇ ମନ୍ତ୍ରାଳୟ ଦାୟିତ୍ୱ, ଏହା ପୂର୍ବରୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ଥିଲା। ଏହା ଅତିରିକ୍ତ ଭାବରେ ଗଡ଼କରୀଙ୍କ ପାଖରେ ଥିବାରୁ ଏବେ ଏମଏସଏମଇ ବିଭାଗ ନାରାୟଣ ରାଣେଙ୍କୁ ଦିଆଯାଇଛି। ପୂର୍ବରୁ ଏହି ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ ଷଡ଼ଙ୍ଗୀ। ଯିଏକି ନୂଆ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି। ସେହିପରି ମୟୂରଭଞ୍ଚର ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ସହ ଜଳଶକ୍ତି ସହ ଆଦିବାସୀ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି।

Cabinate Reshuffle