Advertisment

ମମତାଙ୍କୁ ଛାଡ଼ି ମୋଦିଙ୍କ ହାତ ଧରିଲେ, ଏବେ ହେଲେ କେନ୍ଦ୍ରମନ୍ତ୍ରୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଅନେକ ଚେହେରା ସାମିଲ୍ ହୋଇଛନ୍ତି। ଅନେକ ନୂଆ ଚେହେରା ରହିଛନ୍ତି। ମୁଖ୍ୟତଃ ଆଗାମୀ ଦିନରେ ଯେଉଁଠି ବିଧାନସଭା ନିର୍ବାଚନ ରହିଛି, ଯେଉଁଠି ବିଜେପି ଦୁର୍ବଳ ରହିଛି, ନିର୍ବାଚନରେ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଛନ୍ତି ସେହିସ୍ଥାନ ମାନଙ୍କରେ ଥିବା ସାଂସଦଙ୍କୁ ମୋଦି ତାଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିବା ଦେଖିବାକୁ ମିଳିଛି। ଏପରି ଜଣେ ନେତା ହେଉଛନ୍ତି ନୀତୀଶ ପ୍ରମାଣିକ। ଯିଏକି ଶିକ୍ଷକ ଥିଲେ। ହେଲେ ପରେ ଟିଏମସିରେ ସାମିଲ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମମତାଙ୍କୁ ଛାଡ଼ି ମୋଦିଙ୍କ ହାତ ଧରିଲେ, ଏବେ ହେଲେ କେନ୍ଦ୍ରମନ୍ତ୍ରୀ

nitish-pramanik

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଅନେକ ଚେହେରା ସାମିଲ୍ ହୋଇଛନ୍ତି। ଅନେକ ନୂଆ ଚେହେରା ରହିଛନ୍ତି। ମୁଖ୍ୟତଃ ଆଗାମୀ ଦିନରେ ଯେଉଁଠି ବିଧାନସଭା ନିର୍ବାଚନ ରହିଛି, ଯେଉଁଠି ବିଜେପି ଦୁର୍ବଳ ରହିଛି, ନିର୍ବାଚନରେ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଛନ୍ତି ସେହିସ୍ଥାନ ମାନଙ୍କରେ ଥିବା ସାଂସଦଙ୍କୁ ମୋଦି ତାଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିବା ଦେଖିବାକୁ ମିଳିଛି। ଏପରି ଜଣେ ନେତା ହେଉଛନ୍ତି ନୀତୀଶ ପ୍ରମାଣିକ। ଯିଏକି ଶିକ୍ଷକ ଥିଲେ। ହେଲେ ପରେ ଟିଏମସିରେ ସାମିଲ ହୋଇ ମମତାଙ୍କ ନିକଟତର ହୋଇଥିଲେ। ପରେ ଅସନ୍ତୋଷ ପ୍ରକାଶ କରି ବିଜେପିରେ ସାମିଲ ହୋଇଥିଲେ। ଏବେ ମୋଦି ତାଙ୍କୁ ମନ୍ତ୍ରୀ କରାଇଛନ୍ତି।

Advertisment

ନୀତୀଶ ପ୍ରମାଣିକ ପଶ୍ଚିମବଙ୍ଗ ରାଜନୀତିରେ ରାଜବଂଶ ପରିବାରର। ସେ ପଶ୍ଚିମବଙ୍ଗର କୁଚ ବିହାର ଆସନରୁ ସାଂସଦ ହୋଇଛନ୍ତି। ନୀତୀଶ ପ୍ରମାଣିକ ପ୍ରଥମେ କିନ୍ତୁ ଶିକ୍ଷକ ଥିଲେ। ଏକ ପ୍ରାଇମେରୀ ସ୍କୁଲରେ ସେ ଶିକ୍ଷକ ଭାବରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିଲେ। ଏହାପରେ କିନ୍ତୁ ରାଜନୀତି ପ୍ରତି ନୀତୀଶଙ୍କ ରୁଚି ବଢ଼ିଥିଲା।

ଆଉ ଟିଏମସି ସହ ସେ ତାଙ୍କର ଯାତ୍ରା  ଆରମ୍ଭ କରିଥିଲେ। ସେ ଟିଏମସିରେ ଜଣେ ଯୁବ ନେତା ଭାବରେ ମାନ୍ୟତା ପାଇଥିଲେ। ନିଜ ରାଜନୀତିକ ଯାତ୍ରା ଭିତରେ ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ମଧ୍ୟ ରହିଛି। ହେଲେ ୨୦୧୮ରେ ସେ ଟିଏମସିରୁ ଇସ୍ତଫା ଦେଇଥିଲେ

Advertisment

ଏହାପରେ ପଞ୍ଚାୟତ ନିର୍ବାଚନରେ ​​ମଧ୍ୟ ପ୍ରମାଣିକ ଟିଏମସି ବିରୋଧରେ ୩୦୦ରୁ ଅଧିକ ପ୍ରାର୍ଥୀ ଦେଇଥିଲେ। ଅନେକ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ​​ଜିତିଥିଲେ। ଦୀନହାଟା ବିଧାନସଭା ଆସନରୁ ସେ ବିଧାୟକ ଭାବରେ ନିର୍ବାଚନରେ ​​ଜିତିଥିଲେ। ଏହାପରେ ରାଜ୍ୟରେ ବିଜେପି ନିଜର ପ୍ରଭାବ ବିସ୍ତାର କରୁଥିବା ବେଳେ ଅନେକ ନେତାଙ୍କୁ ସାମିଲ କରାଇବାରୁ ଲକ୍ଷ୍ୟ ରଖିଥିଲା। ଆଉ ପ୍ରମାଣିକଙ୍କୁ ବିଜେପି ଦଳରେ ସାମିଲ୍ କରାଇଥିଲା। ବିଜେପି ମଧ୍ୟ ତାଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ​​ଲୋକସଭା ଟିକେଟ ଦେଇଥିଲା।

ବିଜେପିରୁ ଟିକେଟ ପାଇବା ପରେ ନୀତୀଶ ପ୍ରମାଣିତ କୁଚ ବିହାର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆସନରୁ ନିର୍ବାଚିତ ହୋଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଆସନ ପୂର୍ବରୁ ଟିଏମସି ଦଖଲରେ ଥିଲା। କିନ୍ତୁ ନୀତୀଶଙ୍କ ଭାବମୂର୍ତ୍ତି ଆଗରେ ଶାସକ ଦଳର ପ୍ରାର୍ଥୀ ହାରିଥିଲେ। ଏବେ ସେ ଦୁଇ ବର୍ଷ ପରେ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ଆଉ ପ୍ରଥମ ଥର ପାଇଁ କୁଚ ବିହାରର ଜଣେ ସାଂସଦ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି।

Cabinate Reshuffle