Advertisment

ୟୁଏଇରେ ଧରା ପଡ଼ିଲା ମୁମ୍ବାଇ ସିରିଜ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା ମିଳିଛି। ଭାରତ ଓ ୟୁଏଇର ମିଳିତ ପ୍ରୟାସ ଯୋଗୁ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛି ୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ଅବୁ ବକର। ମୁମ୍ବାଇର ୧୨ଟି ସ୍ଥାନରେ ହୋଇଥିବା ସିରିଜ ବୋମା ବିସ୍ଫୋରଣରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିଲ ଓ ୭୧୩ ଜଣ ଆହତ ହୋଇଥିଲେ। ସେବେଠାରୁ ସୁରକ୍ଷାକର୍ମୀମାନେ ହମଲାରେ ସାମିଲ ଥିବା ଅବୁ ବକର ଓ ଅନ୍ୟମାନଙ୍କୁ ଖୋଜୁଥିଲେ। ଏବେ ଅବୁ […]

ଅଦ୍ୟତନ ହୋଇଛି
ୟୁଏଇରେ ଧରା ପଡ଼ିଲା ମୁମ୍ବାଇ ସିରିଜ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ

abu-bakar

Advertisment

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା ମିଳିଛି। ଭାରତ ଓ ୟୁଏଇର ମିଳିତ ପ୍ରୟାସ ଯୋଗୁ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛି ୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ଅବୁ ବକର। ମୁମ୍ବାଇର ୧୨ଟି ସ୍ଥାନରେ ହୋଇଥିବା ସିରିଜ ବୋମା ବିସ୍ଫୋରଣରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିଲ ଓ ୭୧୩ ଜଣ ଆହତ ହୋଇଥିଲେ।

Advertisment

ସେବେଠାରୁ ସୁରକ୍ଷାକର୍ମୀମାନେ ହମଲାରେ ସାମିଲ ଥିବା ଅବୁ ବକର ଓ ଅନ୍ୟମାନଙ୍କୁ ଖୋଜୁଥିଲେ। ଏବେ ଅବୁ ବକର ୟୁଏଇରେ ଗିରଫ ହୋଇଛି। ତା’କୁ ଖୁବଶୀଘ୍ର ଜାତୀୟ ତଦନ୍ତକାରୀ ସଂସ୍ଥା ଭାରତ ଆଣିବ। ଭାରତୀୟ ସୁରକ୍ଷା ଏଜେନ୍ସିର ସୂଚନା ଆଧାରରେ ୟୁଏଇ ସୁରକ୍ଷାକର୍ମୀ ତା’କୁ କାବୁ କରିଛନ୍ତି।

ଅବୁ ବକର୍ ହେଉଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଅତ୍ୟନ୍ତ ନିକଟତର। ପିଓକରେ ଆତଙ୍କୀ ତାଲିମ ନେବା ସହ ସେଠାରେ ସେ ଟ୍ରେନିଂ କ୍ୟାମ୍ପ ମଧ୍ୟ ଚଳାଉଥିଲା। ଅବୁ ବକର ମୁମ୍ବାଇ ବିସ୍ଫୋରଣ ପାଇଁ ବ୍ୟବହୃତ ଆରଡିଏକ୍ସ ଯୋଗାଣ କରିଥିଲା। ଏଥିସହ ଦାଉଦ ସହ ମିଶି ଦୁବାଇ ସ୍ଥିତ ଘରେ ହମଲାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା।

Advertisment

ତା’କୁ ଗିରଫ କରିବା ପାଇଁ ଦୀର୍ଘ ବର୍ଷ ହେଲା ଅପରେସନ୍ ଚାଲିଥିଲା। ଅବୁ ପାକିସ୍ତାନ ଓ ୟୁଏଇରେ ଲୁଚିଥିବା ଖବର ମିଳିବା ପରେ ତା’କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଏଥିରେ ୟୁଏଇର ସୁରକ୍ଷା ଏଜେନ୍ସି ମଧ୍ୟ ସାମିଲ ହୋଇଥିଲେ। ଦୁଇ ଦେଶର ମିଳିତ ପ୍ରୟାସରେ ଅବୁ ବକରକୁ ଗତକାଲି ଗିରଫ କରାଯାଇ ପାରିଛି।

୨୦୧୯ରେ ମଧ୍ୟ ଅବୁ ବକର ୟୁଏଇରୁ ଗିରଫ ହୋଇଥିଲା। କିନ୍ତୁ କିଛି ଦସ୍ତାବିଜ ଅଭାବରୁ ସେ ୟୁଏଇ ସୁରକ୍ଷାକର୍ମୀଙ୍କ ପଞ୍ଝାରୁ ଖସି ଯିବାକୁ ସକ୍ଷମ ହୋଇଥିଲା। ଅବୁ ବକରର ପୂରା ନାଁ ଅବୁ ବକର ଅବଦୁଲ ଗଫୁର ଶେଖ। ସେ ମହମ୍ମଦ ଓ ମୁସ୍ତାଫା ଦୋସା ସହ ମିଶି ବିଭିନ୍ନ ପ୍ରକାରର ସାମଗ୍ରୀର ଚୋରା ଚାଲାଣ କରୁଥିଲା। ଗଲ୍ଫ ଦେଶରୁ ସୁନା, କପଡ଼ା ଓ ବିଦ୍ୟୁତ ସାମଗ୍ରୀ ମୁମ୍ବାଇର ବିଭିନ୍ନ ସ୍ଥାନକୁ ପଠାଉଥିଲା। ଏଥିପାଇଁ ୧୯୯୭ରେ ତା’ ନାଁରେ ରେଡ କର୍ଣ୍ଣନର ନୋଟିସ୍ ଜାରି କରାଯାଇଥିଲା।

ଦୁବାଇରେ ଅବୁ ବକରର ଏକାଧିକ ପ୍ରତିଷ୍ଠାନ ରହିଛି। ସେ ଜଣେ ଇରାନୀ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଛି। ଏବେ ତା’ର ସବୁ ଖେଳ ଖତମ ହୋଇଛି। ୨୯ ବର୍ଷ ପରେ ପ୍ରଥମଥର ପାଇଁ ସେ ଭାରତକୁ ଆସିବାକୁ ଯାଉଛି। ଏହି ଠାରେ ହିଁ ତା’ର ବିଚାର କରାଯିବ ବୋଲି ସୁରକ୍ଷା ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ୧୯୯୩ ମସିହା ମାର୍ଚ୍ଚ ୧୨ରେ ମୁମ୍ବାଇ ବିସ୍ଫୋରଣ ସମଗ୍ର ଦେଶକୁ ଥରାଇ ଦେଇଥିଲା। ୧୨ ତାରିଖରେ ପ୍ରଥମ ବିସ୍ଫୋରଣ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବିଲଡିଂ ବାହାରେ ଘଟିଥିଲା। ବିସ୍ଫୋରଣ ବେଳେ ବିଲ୍ଡିଂରେ ୨୦୦୦ରୁ ଅଧିକ ଲୋକ ଥିଲେ।

ପ୍ରଥମ ବିସ୍ଫୋରଣର ୪୫ ମିନିଟ୍‌ ପରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା। ଦ୍ୱିତୀୟ ଘଟଣାଟି ଏୟାର ଇଣ୍ଡିଆ ବିଲ୍ଡିଂର ପାର୍କିଂରେ ହୋଇଥିଲା। ଏପରି ଭାବେ ୧୨ଟି ବିସ୍ଫୋରଣ ମୁମ୍ବାଇ ସମେତ ପୂରା ଦେଶରେ ଆତଙ୍କ ଖେଳାଇ ଦେଇଥିଲା।

Terrorist Mumbai Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe