ପୂର୍ବରୁ କହି ନଥିଲେ, ଏବେ କରୋନା ମୃତ୍ୟୁ ତାଲିକାରେ ଆଉ ୧୪୭୮ ଜଣଙ୍କୁ ଯୋଡ଼ିଲେ

ଭୋପାଲ: ମହାମାରୀ କରୋନାର ପିକ୍‌ ସମୟରେ କେତେ ଲୋକ ପ୍ରାଣ ହରାଇଥିଲେ, ତା’ର ପ୍ରକୃତ ତଥ୍ୟ ଏଯାଏ ସାମ୍ନାକୁ ଆସିପାରି ନାହିଁ। ଏକାଧିକ ରାଜ୍ୟ କରୋନା ପ୍ରକୋପ କମିବା ପରେ ଏବେ କିଛି କିଛି ଲୋକଙ୍କ ମୃତ୍ୟୁକୁ କରୋନା ଜନିତ ତାଲିକାରେ ଯୋଡ଼ୁଛନ୍ତି। ତଥାପି ଏହାବାଦ୍‌ ବି ଅନେକ ଲୋକ କରୋନାରେ ପ୍ରାଣ ହରାଇଥିବା କୁହାଯାଉଛି। ଏହିକ୍ରମରେ ମଧ୍ୟପ୍ରଦେଶ ସରକାର ରାଜ୍ୟର କରୋନା ଜନିତ ମୃତ୍ୟୁ ତାଲିକାରେ ୧୪୭୮ ଜଣଙ୍କ ନାଁ ଯୋଡ଼ିଛନ୍ତି। ଏହା ପିଛିଲା କରୋନା […]

MP

Hemant Lenka
  • Published: Tuesday, 13 July 2021
  • , Updated: 13 July 2021, 03:52 PM IST

ଭୋପାଲ: ମହାମାରୀ କରୋନାର ପିକ୍‌ ସମୟରେ କେତେ ଲୋକ ପ୍ରାଣ ହରାଇଥିଲେ, ତା’ର ପ୍ରକୃତ ତଥ୍ୟ ଏଯାଏ ସାମ୍ନାକୁ ଆସିପାରି ନାହିଁ। ଏକାଧିକ ରାଜ୍ୟ କରୋନା ପ୍ରକୋପ କମିବା ପରେ ଏବେ କିଛି କିଛି ଲୋକଙ୍କ ମୃତ୍ୟୁକୁ କରୋନା ଜନିତ ତାଲିକାରେ ଯୋଡ଼ୁଛନ୍ତି। ତଥାପି ଏହାବାଦ୍‌ ବି ଅନେକ ଲୋକ କରୋନାରେ ପ୍ରାଣ ହରାଇଥିବା କୁହାଯାଉଛି।

ଏହିକ୍ରମରେ ମଧ୍ୟପ୍ରଦେଶ ସରକାର ରାଜ୍ୟର କରୋନା ଜନିତ ମୃତ୍ୟୁ ତାଲିକାରେ ୧୪୭୮ ଜଣଙ୍କ ନାଁ ଯୋଡ଼ିଛନ୍ତି। ଏହା ପିଛିଲା କରୋନା ଜନିତ ମୃତ୍ୟୁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

କିଛିଦିନ ହେଲା ମଧ୍ୟପ୍ରଦେଶରେ ଦୈନିକ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦୦ ତଳେ ରହୁଥିଲା। ହେଲେ ଅଡିଟ୍‌ ରିପୋର୍ଟ ପରେ ଆଜି ହଠାତ୍‌ କରୋନା ଜନିତ ମୃତ୍ୟୁ ତାଲିକାରେ ୧୪୭୮ ଜଣଙ୍କୁ ସାମିଲ କରାଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। ସେହିପରି ରାଜ୍ୟର କରୋନା ଜନିତ ମୃତ୍ୟୁହାର ୧.୩୩%କୁ ବୃଦ୍ଧି ପାଇଛି।

ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦,୫୦୬ ହୋଇଯାଇଛି। ସରକାର ଗୋଟିଏ ବିଜ୍ଞପ୍ତିରେ କହିଛନ୍ତି, ସରକାରୀ ତଥ୍ୟ ବାଦ୍‌ ଘରୋଇ ହସ୍ପିଟାଲରେ ୭୬୨ ଜଣ ଓ ହୋମ ଆଇସୋଲେସନରେ ଆଉ ୨୦୮ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।

ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ୫୦୮ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଥିଲା। ଏହାର ତର୍ଜମା କରାଯିବା ପରେ ଏଗୁଡ଼ିକୁ କରୋନା ଜନିତ ମୃତ୍ୟୁ ତାଲିକାରେ ସ୍ଥାନ ଦିଆଯାଇଛି। ଏହି କାରଣରୁ ଆଜି ରାଜ୍ୟର କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୭୮ ହୋଇଯାଇଛି।

ମଧ୍ୟପ୍ରଦେଶରେ କରୋନା ଯୋଗୁ ୧୪୭୮ ଜଣଙ୍କ ମୃତ୍ୟୁ ଖବର ଆସିବା ପରେ ଦେଶରେ ଆଜି ୨୦୨୦ ଜଣ ପ୍ରାଣ ହରାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି। ଦେଶର କରୋନା ଜନିତ ମୃତ୍ୟୁସଂଖ୍ୟା ଏବେ ୪,୧୦,୭୮୪ରେ ପହଞ୍ଚି ଯାଇଛି।

କେବଳ ମଧ୍ୟପ୍ରଦେଶ ନୁହେଁ, ଜୁନ୍ ୯ରେ ବିହାର ସରକାର ମଧ୍ୟ ପୂର୍ବରୁ ପ୍ରାଣ ହରାଇ ସାରିଥିବା ୩୯୫୧ ଜଣଙ୍କ ଯାଞ୍ଚ କରିବା ପରେ ସେମାନଙ୍କ ନାଁକୁ କରୋନା ଜନିତ ମୃତ୍ୟୁ ତାଲିକାରେ ସାମିଲ କରିଥିଲେ। ଏହି କାରଣରୁ ବିହାରର ମୋଟ ମୃତ୍ୟୁସଂଖ୍ୟା ୯ ହଜାର ପାର କରିଥିଲା। ଏହା ସରକାରୀ ତଥ୍ୟ ଠାରୁ ପ୍ରାୟ ୭୨% ଅଧିକ।

Related story