Advertisment

ମୋ ଆସନରେ ଉପନିର୍ବାଚନ ହେଲେ ଗେରୁଆ ଦଳ ବିଜୟୀ ହେବ: ମୁକୁଲ ରୟ

କୋଲକାତା: ପୁଣି ଚର୍ଚ୍ଚାରେ ବିଜେପିକୁ ବାଏ ବାଏ କହି ଟିଏମସିରେ ସାମିଲ୍ ହୋଇଥିବା ମୁକୁଲ ରୟ। ଶୁକ୍ରବାର ପୁଣି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକି ରାଜ୍ୟ ରାଜନୀତିରେ କୌତୁହଳ ସୃଷ୍ଟି କରିଛି। ସେ କହିଛନ୍ତି, ‘ମୋ ବିଧାନସଭା ଆସନରେ ଉପନିର୍ବାଚନ ବେଳେ ଗେରୁଆ ଦଳ ବିଜୟୀ ହେବ’। ସପ୍ତାହକ ମଧ୍ୟରେ ମୁକୁଲ ରୟ ଦ୍ୱିତୀୟ ଥର ପାଇଁ ବିଜେପି ସପକ୍ଷରେ ଏପରି ମନ୍ତବ୍ୟ ରଖିଛନ୍ତି। କିନ୍ତୁ ସେ କହିଛନ୍ତି ୨୦୨୩ରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ […]

ଅଦ୍ୟତନ ହୋଇଛି
ମୋ ଆସନରେ ଉପନିର୍ବାଚନ ହେଲେ ଗେରୁଆ ଦଳ ବିଜୟୀ ହେବ: ମୁକୁଲ ରୟ

MAMATA-MUKUL

Advertisment

କୋଲକାତା: ପୁଣି ଚର୍ଚ୍ଚାରେ ବିଜେପିକୁ ବାଏ ବାଏ କହି ଟିଏମସିରେ ସାମିଲ୍ ହୋଇଥିବା ମୁକୁଲ ରୟ। ଶୁକ୍ରବାର ପୁଣି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକି ରାଜ୍ୟ ରାଜନୀତିରେ କୌତୁହଳ ସୃଷ୍ଟି କରିଛି। ସେ କହିଛନ୍ତି, ‘ମୋ ବିଧାନସଭା ଆସନରେ ଉପନିର୍ବାଚନ ବେଳେ ଗେରୁଆ ଦଳ ବିଜୟୀ ହେବ’। ସପ୍ତାହକ ମଧ୍ୟରେ ମୁକୁଲ ରୟ ଦ୍ୱିତୀୟ ଥର ପାଇଁ ବିଜେପି ସପକ୍ଷରେ ଏପରି ମନ୍ତବ୍ୟ ରଖିଛନ୍ତି।

Advertisment

କିନ୍ତୁ ସେ କହିଛନ୍ତି ୨୦୨୩ରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଟିଏମସି ଆଗ ଅପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବ। ତେବେ ମୁକଲ ରୟଙ୍କ ଏପରି ମନ୍ତବ୍ୟକୁ ନେଇ ଟିଏମସିର ଅନ୍ୟତମ ବରିଷ୍ଠ ନେତା ତାପସ ରୟ କୌଣସି ବିବୃତ୍ତି ରଖି ନାହାନ୍ତି। ବିଜେପି କହିଛି ଲୋକେ ଏଭଳି ମତକୁ ନେଇ ବିଚାର କରିବେ।

ମୁକୁଲ ଏଭଳି କହିବା ପଛର କାରଣ ହେଲା ମୁକୁଲ ରୟ ବିଜେପି ଟିକେଟରୁ କ୍ରିଷ୍ଣାନଗର ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଏହାପରେ ସେ ଟିଏମସିରେ ସାମିଲ୍ ହୋଇଛନ୍ତି। ତେଣୁ ଆଇନ ଅନୁଯାୟୀ ମୁକୁଲ ରୟ ବିଧାୟକ ପଦ ହରାଇବେ। ଯଦିଓ ସେ ଇସ୍ତଫା ଦେଇ ନାହାନ୍ତି କି ବିଧାନସଭାର ବାଚସ୍ପତି ତାଙ୍କ ପଦ ରଦ୍ଦ କରି ନାହାନ୍ତି କିନ୍ତୁ ବିରୋଧୀ ବିଜେପି ଏବେ ଏହାକୁ ନେଇ ନ୍ୟାୟଳୟର ଦ୍ୱାରସ୍ଥ ହୋଇସାରିଛି। ତେଣୁ ଆଗାମୀ ଦିନରେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ପୁଣିଥରେ ନିର୍ବାଚନରେ ଭାଗ ନେଇପାରନ୍ତି।

Advertisment

ଏହା ପୂର୍ବରୁ ଅଗଷ୍ଟ ୬ରେ ନଦିଆ ଜିଲ୍ଲାର କୃଷ୍ଣନଗରରେ ଏକ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନରେ ବିଜେପି ବିଜୟୀ ହେବ। ତେବେ ପାଖରେ ଥିବା ସାମ୍ୱାଦିକମାନେ ଏପରି ମନ୍ତବ୍ୟକୁ ନେଇ ହଠାତ ପ୍ରତିକ୍ରିୟା ପ୍ରକାଶ କରିବା ପରେ ମୁକୁଲ ତ୍ରୁଟି ସୁଧାରି କହିଥିଲେ ଉପନିର୍ବାଚନରେ ଟିଏମସି ବିଜୟୀ ହେବ। ସେତେବେଳେ ମୁକୁଲଙ୍କ ପୁଅ ଶୁଭ୍ରାଂଶୁ କହିଥିଲେ ମାଙ୍କର ଦେହାନ୍ତ ପରେ ବାପା (ମୁକୁଲ ରୟ) ଟିକିଏ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ତେଣୁ ସେ ମଝିରେ ମଝିରେ ଏପରି କିଛି ବିବୃତ୍ତି ରଖୁଛନ୍ତି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପ୍ରତି ଲୋକଙ୍କର ଆସ୍ଥା ଓ ବିଶ୍ୱାସ ରହିଛି।

ସୂଚନାଯୋଗ୍ୟ, ମୁକୁଲ ରୟ ଟିଏମସିର ସାଂସଦ ଭାବରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ୟୁପିଏ ସରକାରରେ କେନ୍ଦ୍ର ରେଳମନ୍ତ୍ରୀ ହୋଇଥିଲେ। ହେଲେ ମମତାଙ୍କ ସହ ମତାନ୍ତର ହେବା ପରେ ୨୦୧୮ରେ ସେ ଟିଏମସି ଛାଡି ବିଜେପିରେ ସାମିଲ୍ ହୋଇଥିଲେ। ବିଜେପି ତାଙ୍କୁ ଦଳରେ ଜାତୀୟ ଉପାଧ୍ୟକ୍ଷ ପଦରେ ବସାଇଥିଲା। ଏହାପରେ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ବିଜେପିର ସେ ମଙ୍ଗ ଧରିଥିଲେ। ବିଜେପି ଭଲ ରେଜଲ୍ଟ ମଧ୍ୟ କରିଥିଲା। ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟରୁ ମଧ୍ୟ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ପରେ କିନ୍ତୁ ସେ ବିଜେପିକୁ ବାଏ ବାଏ କହି ଟିଏମସିରେ ସାମିଲ୍ ହୋଇଛନ୍ତି। ହେଲେ ବିଧାୟକ ପଦରୁ ଇସ୍ତଫା ଦେଇ ନାହାନ୍ତି, ଯାହାକୁ ନେଇ ବିବାଦ ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe