ଅବିଶ୍ରାନ୍ତ ବର୍ଷାରେ ମୁମ୍ୱାଇ ବେହାଲ, ୨୫ ମୃତ

ମୁମ୍ୱାଇ: ମହାମାରୀ ବେଳେ ମୁମ୍ୱାଇ ଏବେ ବର୍ଷା ପାଣିରେ ଉବୁଟୁବୁ। ଗତକାଲି ପାଖରୁ ବର୍ଷା ଜାରି ରହିଛି ଦେଶର ଆର୍ଥିକ ରାଜଧାନୀରେ। ଅନ୍ୟପଟେ ଆଗାମୀ ୫ ଦିନ ଧରି ବର୍ଷା ଲାଗି ରହିବାକୁ ଥିବାରୁ ମହାନଗର ବାସିନ୍ଦାଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏ ସଂକ୍ରାନ୍ତରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ ବୋଲି ଜଣାପଡ଼ିଛି। ଗତକାଲି ପାଖରୁ […]

mumbai-school

Subhransu Sekhar
  • Published: Sunday, 18 July 2021
  • , Updated: 18 July 2021, 07:05 PM IST

ମୁମ୍ୱାଇ: ମହାମାରୀ ବେଳେ ମୁମ୍ୱାଇ ଏବେ ବର୍ଷା ପାଣିରେ ଉବୁଟୁବୁ। ଗତକାଲି ପାଖରୁ ବର୍ଷା ଜାରି ରହିଛି ଦେଶର ଆର୍ଥିକ ରାଜଧାନୀରେ। ଅନ୍ୟପଟେ ଆଗାମୀ ୫ ଦିନ ଧରି ବର୍ଷା ଲାଗି ରହିବାକୁ ଥିବାରୁ ମହାନଗର ବାସିନ୍ଦାଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏ ସଂକ୍ରାନ୍ତରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ ବୋଲି ଜଣାପଡ଼ିଛି।

ଗତକାଲି ପାଖରୁ ମୁମ୍ୱାଇରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ଜଣାପଡ଼ିଛି। ବର୍ଷା ବିତ୍ପାତ ଯୋଗୁଁ ଗୋଟିଏ ରାତିର ମାୟାନଗରୀ ମୁମ୍ବାଇ ଏବେ ଭାସୁଛି। ଗତକାଲି ରାତି ପ୍ରାୟ ୮ଟାରୁ ୨ ଯାଏଁ ହୋଇଥିବା ଅବିଶ୍ରାନ୍ତ ବର୍ଷାରେ ଏବେ ମୁମ୍ୱାଇ ଜଳମଗ୍ନ ରହିଛି। ବିଶେଷକରି ବୋରିଭାଲି, ଭିଖ୍ରୋଲି, ଚେମ୍ବୁର, ପଶ୍ଚିମ ଅନ୍ଧେରୀ ଆଦି ଅଞ୍ଚଳରେ ସୃଷ୍ଟି ହୋଇଥିଲା ନଦୀ। ଲୋକଙ୍କ ଘରେ ଅଣ୍ଟାଏ ଉଚ୍ଚର ପାଣି ପଶିବାରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ପଡ଼ିଛନ୍ତି। ଯେଉଁଥିପାଇଁ ଚଳଚଞ୍ଚଳ ମୁମ୍ବାଇ ଠପ୍ ହୋଇ ପଡ଼ିଛି। ଗତକାଲି ରାତିରେ କେବଳ ୧୫୬.୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଏହାଦ୍ୱାରା କୁତ୍ରିମ ବନ୍ୟା ସୃଷ୍ଟି ହୋଇଛି। ତେଣୁ ପାଣି ଗରମ କରି ପିଇବାକୁ ସ୍ଥାନୀୟ ବିଏମସି ଲୋକଙ୍କୁ ପରାମର୍ଶ ଦେଇଛି।

ଲଗାଣ ବର୍ଷା ଯୋଗୁଁ ସହରର ତଳି ଅଞ୍ଚଳରେ ରାତି ସାରା ବର୍ଷା ପାଣି ଜମି ରହିବା ପରେ ଚେମ୍ବୁର ଭରତ ନଗର ଅଞ୍ଚଳରେ ଏକାଧିକ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମାଟି ଅତଡ଼ା ଧସି ବହୁ ଲୋକ ଆହତ ବି ହୋଇଛନ୍ତି। ସେହିଭଳି ବିକ୍ରୋଲି ଅଞ୍ଚଳରେ ବହୁ କଚ୍ଚା ଘର ଭୁଶୁଡ଼ି ପଡ଼ିଥିବାରୁ ଏଠାରେ ବି ୫ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ରାତିରେ ବର୍ଷା ଯୋଗୁଁ ଉଦ୍ଧାର କାମରେ ବାଧା ସୃଷ୍ଟି ହେବାରୁ ଆଜି ଉଦ୍ଧାର କାର୍ଯ୍ୟ ହୋଇଥିଲା। ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ସହରରେ ପ୍ରବଳ ବର୍ଷାକୁ ଦେଖି ଉଭୟ କେନ୍ଦ୍ରୀୟ ଓ ପଶ୍ଚିମ ରେଳବାଇ ପକ୍ଷରୁ ରେଳସେବା ବନ୍ଦ ସାଙ୍ଗକୁ ସହରରେ ଜଳ ଯୋଗାଣ ସେବାକୁ ବି ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରଖାଯାଇଛି।

Related story