Advertisment

ଉଦୟପୁର ହତ୍ୟାକାଣ୍ଡ : ପୂର୍ବତନ ମନ୍ତ୍ରୀ କହିଲେ ଯେସାକୁ ତେସା ଦରକାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି ରାଜସ୍ଥାନର ଉଦୟପୁର ହତ୍ୟାକାଣ୍ଡ। ଧାର୍ମିକ ବିଦ୍ୱେଷକୁ ନେଇ ଯେଉଁଭଳି ଭାବେ ଜଣେ ନୀରିହ ଦରଜୀଙ୍କୁ ଅତି ନିର୍ମମ ଭାବେ ଗଳାକାଟି ଦୁଇ ଜଣ ହତ୍ୟା କଲେ ତାହା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ବର୍ବରକାଣ୍ଡକୁ କଠୋର ଭାଷାରେ ନିନ୍ଦା କରାଯିବା ସହ କଡ଼ା ପ୍ରତିକ୍ରିୟା ମଧ୍ୟ ଆସୁଛି। ଏ ସମ୍ପରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ  କେଏସ ଇଶ୍ୱରୂପା କଡ଼ା ପ୍ରତିକ୍ରିୟା ରଖି ଯେସାକୁ ତେସା ନ୍ୟାୟରେ […]

author-image
Tapas Behera
ଅଦ୍ୟତନ ହୋଇଛି
ଉଦୟପୁର ହତ୍ୟାକାଣ୍ଡ : ପୂର୍ବତନ ମନ୍ତ୍ରୀ କହିଲେ ଯେସାକୁ ତେସା ଦରକାର

minister

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି ରାଜସ୍ଥାନର ଉଦୟପୁର ହତ୍ୟାକାଣ୍ଡ। ଧାର୍ମିକ ବିଦ୍ୱେଷକୁ ନେଇ ଯେଉଁଭଳି ଭାବେ ଜଣେ ନୀରିହ ଦରଜୀଙ୍କୁ ଅତି ନିର୍ମମ ଭାବେ ଗଳାକାଟି ଦୁଇ ଜଣ ହତ୍ୟା କଲେ ତାହା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ବର୍ବରକାଣ୍ଡକୁ କଠୋର ଭାଷାରେ ନିନ୍ଦା କରାଯିବା ସହ କଡ଼ା ପ୍ରତିକ୍ରିୟା ମଧ୍ୟ ଆସୁଛି। ଏ ସମ୍ପରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ  କେଏସ ଇଶ୍ୱରୂପା କଡ଼ା ପ୍ରତିକ୍ରିୟା ରଖି ଯେସାକୁ ତେସା ନ୍ୟାୟରେ ଜବାବ ଦେବା ଉଚିତ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଏକଗଣତନ୍ତ୍ର ରାଷ୍ଟ୍ରରେ ଏଭଳି ନିର୍ମମ ହତ୍ୟାକାଣ୍ଡର ଶିକ୍ଷା କେବଳ ହତ୍ୟାରେ ଦିଆଯିବା ଉଚିତ୍।

Advertisment

ଦୋଷୀଙ୍କ ପ୍ରତି ତାହା ହେବ ପ୍ରକୃତ ଦଣ୍ଡ। ସେହିପରି ପ୍ରଧାନମନ୍ତ୍ରୀଙ୍କ ‌ଉଦ୍ଦେଶ୍ୟରେ ଦୋଷୀମାନେ ଦେଇଥିବା ବୟାନକୁ କେହି ଜଣେ ରାଷ୍ଟ୍ରବାଦୀ ସହ୍ୟ କରିପାରିବ ନାହିଁ। ସେ ଆହୁରରି କହିଛଛନ୍ତି ଯେ, ଦେଶର ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ଅପିଲ କରିବା କଥା, କିନ୍ତୁ ତା’ଅର୍ଥ ନୁହେଁ ହତ୍ୟାକାରୀଙ୍କୁ  ସୁରକ୍ଷ୍ୟା ଦିଆଯିବ। ସୂଚନାଯୋଗ୍ୟ ଯେ, ରାଜସ୍ଥାନର ଉଦୟପୁରରେ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଥିବାରୁ ଟେଲର କହ୍ନେୟାଲାଲ ତେଲିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ପୋଷାକ ସିଲେଇ କରିବା ବାହାନାରେ ଦୋକାନରେ ପ୍ରବେଶ କରିଥିବା ଏହି ଦୁଇ ଅଭିଯୁକ୍ତ ଅପରାଧ ଘଟାଇବା ସମୟରେ ମଧ୍ୟ ଏକ ଭିଡିଓ କରିଛନ୍ତି।

ଭିଡିଓରେ ଦୁଇଜଣ ହତ୍ୟାକାରୀ ନିଜ ହାତରେ ଖଣ୍ଡା ଧରି ହସି ହସି ହତ୍ୟା କରିଥିବାର ସ୍ୱୀକାର ମଧ୍ୟ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତମାନେ ଘଟଣାର ଭିଡିଓ ଜାରି କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦେଇଥିଲେ। ଯାହାକି ସାରା ରାଜ୍ୟରେ ଉତ୍ତେଜକ ପରିସ୍ଥିତି ସୃଷ୍ଟି କରିଛି। ହତ୍ୟା ପରେ ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଫଳରେ ରାଜସ୍ଥାନ ସରକାର ସାରା ରାଜ୍ୟରେ ମାସକ ପାଇଁ ୧୪୪ ଧାରା ଜାରି କରିଛନ୍ତି। ଏଥି ସହିତ ଏକ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଦଳ ଗଠନ କରାଯାଇଛି। ଉକ୍ତ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମହମ୍ମଦ ରିଆଜ ଏବଂ ଗୋସ ମହମ୍ମଦ।

Advertisment
Communal Violence Udaipur Murder