ଡାଇବେଟିସ ରୋଗୀଙ୍କ ପାଇଁ ଭୂଷଣଙ୍କ ବାଡ଼ିରେ ଫଳିଛି ସୁଗର ଫ୍ରି ଆମ୍ବ

ପାଟନା: ସୁଗର ଫ୍ରି ଆମ୍ବ । ଖାଇବାକୁ ମିଠା ଲାଗିବ। ଠିକ୍ ସାଧାରଣ ଆମ୍ବ ଭଳି । ହେଲେ ଏହାକୁ ଖାଇଲେ ହେବନି ମଧୁମେହ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇଥାରେ ? କିନ୍ତୁ କଥାଟି ସତ। ବାଇଗଣପଲି, ଆମ୍ରପଲି, କଲମି ଭଳି ଅନେକ ଆମ୍ବ କଥା ଶୁଣିଥିଲେ। ହେଲେ କେବେ ଭାବିଛନ୍ତି ସୁଗର ଫ୍ରି ଆମ୍ବ କଥା । ବିହାର ମୁଜାଫରପୁର ଚାଷୀ ଭୂଷଣ ସିଂ ଏବେ ଫଳାଇଛନ୍ତି ଏଭଳି କିଛି ଆମ୍ବ । ମୁଜାଫରପୁର […]

909

Tapas Behera
  • Published: Sunday, 26 June 2022
  • , Updated: 26 June 2022, 05:10 PM IST

ପାଟନା: ସୁଗର ଫ୍ରି ଆମ୍ବ । ଖାଇବାକୁ ମିଠା ଲାଗିବ। ଠିକ୍ ସାଧାରଣ ଆମ୍ବ ଭଳି । ହେଲେ ଏହାକୁ ଖାଇଲେ ହେବନି ମଧୁମେହ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇଥାରେ ? କିନ୍ତୁ କଥାଟି ସତ। ବାଇଗଣପଲି, ଆମ୍ରପଲି, କଲମି ଭଳି ଅନେକ ଆମ୍ବ କଥା ଶୁଣିଥିଲେ। ହେଲେ କେବେ ଭାବିଛନ୍ତି ସୁଗର ଫ୍ରି ଆମ୍ବ କଥା । ବିହାର ମୁଜାଫରପୁର ଚାଷୀ ଭୂଷଣ ସିଂ ଏବେ ଫଳାଇଛନ୍ତି ଏଭଳି କିଛି ଆମ୍ବ । ମୁଜାଫରପୁର  ଜିଲ୍ଲା ମୁଖ୍ୟାଳୟର ପ୍ରାୟ ୬କିଲୋମିଟର ପୂର୍ବରେ ଅବସ୍ଥିତ ମୁଶାରୀ ଗାଁର ବାସିନ୍ଦା କୃଷକ ଭୂଷଣ ସିଂ । ନିଜେ ଚାଷ କରିଥିବା ଆମ୍ବକୁ  ସେ ସୁଗରଫ୍ରି ବୋଲି ଦାବି କରିଛନ୍ତି ।

ଏହାର ରାସାୟନିକ ନାମ ଆମେରିକନ୍‌ ବିୟୁଟି ରହିଛି । ଏହି ଆମ୍ବ ଦେଖିବାକୁ ସାଧାରଣ ଆମ୍ବଠୁ ଟିକିଏ ଭିନ୍ନ । ଦୂରରୁ ଏହା ସେଓ ଭଳି ମନେ ହୁଏ । ତାସହ ରଙ୍ଗ ବି ଏହାର ହଲଦିଆ ନୁହେଁ । ଇସତ ନାଲି ସହ ହାଲକା କଳା ରଙ୍ଗର ଦେଖାଯାଏ । ଚାଷୀ ଭୂଷଣ ସିଂଙ୍କ କହିବା ଅନୁସାରେ ଏହି ଆମ୍ବ କଷି ଧରିବାରୁ ପାଚିଲା ଯାଏଁ ୧୬ ଥର ରଙ୍ଗ ବଦଳାଇଥାଏ । ଭିନ୍ନ ଭିନ୍ନ ରଙ୍ଗର ହେବା ପରେ ଏପରି ହାଲକା କଳା ରଙ୍ଗ ହେଲେ ଜାଣିବେ କି ଏହା ପାଚିଛି ।

୫ ମାସ ଗଛରେ ରହିବା ପରେ ଏହାକୁ ତୋଳା ଯାଇଥାଏ । ଏବେ ଭୂଷଣଙ୍କ ଏହି ବଗିଚା ଅନ୍ୟଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଦୂର ଦୂରାନ୍ତରରୁ ଲୋକେ ଏହି ଆମ୍ବକୁ ଦେଖିବାକୁ ଆସୁଛନ୍ତି । ଭୂଷଣ ସିଂ ପଶ୍ଚିମବଙ୍ଗରୁ ଏହି କିସମର ଆମ୍ବ ଗଛ ଆଣି ତାଙ୍କ ଉଦ୍ୟାନରେ ଲଗାଇଛନ୍ତି। ପ୍ରାୟ ଛଅ ବର୍ଷ ପରେ ଏହା ଫଳ ଦେବା ଆରମ୍ଭ କରିଛି। ଗତ ଦୁଇ ବର୍ଷ ହେଲାଣି ଗଛରେ ଆମ୍ବ ଫଳୁଛି। ଭୂଷଣଙ୍କ ଅନୁଯାୟୀ, ଆମ୍ଭଟି ଆରମ୍ଭରୁ ପାଚିବା ପର୍ଯ୍ୟନ୍ତ ୧୬ଥର ରଙ୍ଗ ବଦଳାଇଥାଏ। ଆମ୍ବଟି ସୁଗର ଫ୍ରି ହୋଇଥିବାରୁ ଏହା ଅନ୍ୟ ଆମ୍ବ ଅପେକ୍ଷା କମ ମିଠା ହୋଇଥାଏ। ଏବେ ଏହି ଆମ୍ଭକୁ ନେଇ ଚାହିଦା ବଢ଼ିବାରେ ଲାଗିଛି। ବିଶେଷ କରି ମଧୁମେହ ରୋଗୀମାନଙ୍କ ପାଇଁ ଏକ ସୁନ୍ଦର ପ୍ରୟାସ କରିଥିବାରୁ ଭୂଷଣଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟୁଛି।

Related story