Advertisment

ଡ୍ରଗ୍ସ ପାର୍ଟି ମାମଲା: ଓଡ଼ିଶାର ଜଣେ ଗିରଫ

ମୁମ୍ବାଇ: ମୁମ୍ବାଇ ହାଇପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ମାମଲାରେ ସାମ୍ନାକୁ ଆସିଛି ଓଡ଼ିଶା ଲିଙ୍କ। ଧରା ପଡିଲେ ଜଣେ ଓଡ଼ିଆ ଯୁବକ। ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଛି। ରେଭ୍‌ ପାର୍ଟି ମାମଲାରେ ସୋମାବାର ଦୁଇ ଜଣ ସନ୍ଦିଗ୍ଧଙ୍କୁ ଏନ୍‌ସିବି ଗିରଫ କରିଥିଲା। ସେଥିରୁ ଜଣେ ଅଭିଯୁକ୍ତଙ୍କ ଘର ଓଡ଼ିଶାରେ ବୋଲି ସୂଚନା ମିଳିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଅଳ୍ପ ପରିମାଣର ଡ୍ରଗ୍ସ ମଧ୍ୟ ଜବତ […]

ଅଦ୍ୟତନ ହୋଇଛି
ଡ୍ରଗ୍ସ ପାର୍ଟି ମାମଲା: ଓଡ଼ିଶାର ଜଣେ ଗିରଫ

Drugs party case

Advertisment

ମୁମ୍ବାଇ: ମୁମ୍ବାଇ ହାଇପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ମାମଲାରେ ସାମ୍ନାକୁ ଆସିଛି ଓଡ଼ିଶା ଲିଙ୍କ। ଧରା ପଡିଲେ ଜଣେ ଓଡ଼ିଆ ଯୁବକ। ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଛି।

Advertisment

ରେଭ୍‌ ପାର୍ଟି ମାମଲାରେ ସୋମାବାର ଦୁଇ ଜଣ ସନ୍ଦିଗ୍ଧଙ୍କୁ ଏନ୍‌ସିବି ଗିରଫ କରିଥିଲା। ସେଥିରୁ ଜଣେ ଅଭିଯୁକ୍ତଙ୍କ ଘର ଓଡ଼ିଶାରେ ବୋଲି ସୂଚନା ମିଳିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ ହୋଇଛି।

ଗିରଫ ଅଭିଯୁକ୍ତଙ୍କ ନିକଟରୁ ଅଳ୍ପ ପରିମାଣର ଡ୍ରଗ୍ସ ମଧ୍ୟ ଜବତ ହୋଇଛି। ଏହାକୁ ମିଶାଇ ଏହି ମାମଲାରେ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି। ସେପଟେ ଏନ୍‌ସିବି ଏହି ମାମଲାରେ ୪ ଅୟୋଜକଙ୍କୁ ମଧ୍ୟ ଅଟକ ରଖିଛି। ମଧ୍ୟାହ୍ନ ସୁଦ୍ଧା ସେମାନଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି।

Advertisment

କ୍ରୁଜ୍‌ ଉପରେ ସୋମାବାର ପୁଣି ଚଢ଼ାଉ ବେଳେ ଜଣକୁ ଗିରଫ କରାଯାଇଥିବା ବେଳେ ଯୋଗେଶ୍ୱରୀ ଅଞ୍ଚଳରୁ ଆଉ ଜଣେ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରାଯାଇଛି। ତେବେ ଏହି ଦୁଇ ଜଣଙ୍କ ମଧ୍ୟରୁ କିଏ ଓଡ଼ିଶାର ତାହା ଏଯାଏଁ ଜଣା ପଡିନାହିଁ। ମୁମ୍ବାଇର ଯୋଗେଶ୍ୱରୀ ଅଞ୍ଚଳରେ ଚଢ଼ାଉ ପରେ ଏନସିବି ଜଣେ ଡ୍ରଗ୍ ବେପାରୀଙ୍କୁ ଗିରଫ କରିଥିଲା। ତା’ନିକଟରୁ ମେପେଡ୍ରୋନ୍ ଡ୍ରଗ୍ ଜବତ ହୋଇଛି। ଏହି ଦୁଇ ଗିରଫ ବ୍ୟକ୍ତିଙ୍କୁ ଆଜି ଏନ୍‌ସିବି କୋର୍ଟରେ ହାଜର କରିବ।

ବର୍ତ୍ତମାନ ଯାଏଁ ରେଭ୍‌ ପାର୍ଟି ମାମଲାରେ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି।  ଏନସିବି ସୋମବାର କୋର୍ଟରେ ଦାବି କରିଛି ଯେ ଆର୍ଯ୍ୟନ୍ ଖାନଙ୍କ ହ୍ୱାଟସ୍‌ ଆପ୍ ଚାଟରୁ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି।  ସେ କେବଳ ଡ୍ରଗ୍ସ ସେବନ କରୁଥନଥିଲେ ବରଂ ଡ୍ରଗ୍ସ କାରବାର ସହ ମଧ୍ୟ ଆର୍ଯ୍ୟନ୍‌ଙ୍କ ସମ୍ପୃକ୍ତି ଥିବା ଜଣାପଡିଛି।

ସୂଚନା ମୁତାବକ, ରେଭ୍‌ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ୍‌ ଖାନ୍‌ ଏବଂ ଅନ୍ୟ ୮ ଜଣଙ୍କୁ ଏନ୍‌ସିବି ଆସନ୍ତା ୭ ଅକ୍ଟୋବର ଯାଏଁ ରିମାଣ୍ଡରେ ନେଇଛି। ରିମାଣ୍ଡରେ ନେଇ ଏମାନଙ୍କୁ ଏନ୍‌ସିବି ପଚରାଉଚରା ଜାରି ରଖିଛି।

Aryan Khan Drug Case NCB Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe