Advertisment

ରାହୁଲଙ୍କ ବଡ଼ ବୟାନ: ଭାରତ ଏକାଧିକ କରୋନା ଲହରୀର ସମ୍ମୁଖୀନ ହେବ, ଯଦି..

ନୂଆଦିଲ୍ଲୀ: ବର୍ତ୍ତମାନ ମହାମାରୀ କରୋନାର ଦ୍ୱିତୀୟ ଲହରରେ ଆଉଟପାଉଟ ହେଉଥିବା ଭାରତୀୟମାନେ ଆଗକୁ ଏକଧିକ ୱେଭର ସମ୍ମୁଖୀନ ହେବେ। ଯଦି ଦେଶର ଟିକାକରଣ ପଦ୍ଧତିକୁ ସରକାର ଠିକ ଭାବେ ପରିଚାଳନା କରିବେ ନାହିଁ, ତା’ହେଲେ କରୋନାର ଏକାଧିକ ଲହର ଆସିବ ବୋଲି ଆଜି କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି। ଭିଡିଓ କନଫରେନ୍ସିଂରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ କହିଛନ୍ତି, “କରୋନା ସହ ଲଢ଼େଇ କରିବାରେ ଲକଡାଉନ ସହଯୋଗ କରୁଛି। କିନ୍ତୁ […]

ଅଦ୍ୟତନ ହୋଇଛି
ରାହୁଲଙ୍କ ବଡ଼ ବୟାନ: ଭାରତ ଏକାଧିକ କରୋନା ଲହରୀର ସମ୍ମୁଖୀନ ହେବ, ଯଦି..

Rahul-Gandhi

Advertisment

ନୂଆଦିଲ୍ଲୀ: ବର୍ତ୍ତମାନ ମହାମାରୀ କରୋନାର ଦ୍ୱିତୀୟ ଲହରରେ ଆଉଟପାଉଟ ହେଉଥିବା ଭାରତୀୟମାନେ ଆଗକୁ ଏକଧିକ ୱେଭର ସମ୍ମୁଖୀନ ହେବେ। ଯଦି ଦେଶର ଟିକାକରଣ ପଦ୍ଧତିକୁ ସରକାର ଠିକ ଭାବେ ପରିଚାଳନା କରିବେ ନାହିଁ, ତା’ହେଲେ କରୋନାର ଏକାଧିକ ଲହର ଆସିବ ବୋଲି ଆଜି କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି।

Advertisment

ଭିଡିଓ କନଫରେନ୍ସିଂରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ କହିଛନ୍ତି, “କରୋନା ସହ ଲଢ଼େଇ କରିବାରେ ଲକଡାଉନ ସହଯୋଗ କରୁଛି। କିନ୍ତୁ ଲକଡାଉନ, ମାସ୍କ ଓ ସାମାଜିକ ଦୂରତା ଭଳି ବ୍ୟବସ୍ଥା କରୋନା ବିରୋଧରେ ଲଢ଼େଇ କରିବାର ସାମାୟିକ ଅସ୍ତ୍ର। ଦେଶରୁ କରୋନା ଭାଇରସକୁ ହଟାଇବାକୁ ହେଲେ ସମସ୍ତଙ୍କ ଟିକାକରଣ ହିଁ ଏକ ମାତ୍ର ମାଧ୍ୟମ। ସମସ୍ତଙ୍କର ଟିକାକରଣ ହୋଇଗଲେ, କରୋନା ଆପେଆପେ ଚାଲିଯିବ।”

ସେ ଆହୁରି କହିଛନ୍ତି, ସରକାର ଟିକାକରଣ ଶୈଳୀକୁ ଠିକ କରନ୍ତୁ। କରୋନା ଭାଇରସକୁ ମ୍ୟୁଟେଟ ହେବାକୁ ଦିଅନ୍ତୁ ନାହିଁ। ଯଦି ଆପଣ ଠିକ୍‌ ଭାବେ ଟିକାକରଣ କାର୍ଯ୍ୟକ୍ରମକୁ ପରିଚାଳନା କରିପାରିବେ ନାହିଁ, ତା’ହେଲେ ୩ୟ, ୪ର୍ଥ ଓ ଏକାଧିକ କରୋନା ଲହର ଭାରତରେ ଦେଖିବାକୁ ମିଳିବ

Advertisment

ସରକାର ଆଦୌ ଜାଣିପାରୁ ନାହାନ୍ତି ଯେ ସେ କେମିତି ଲଢ଼େଇ କରୁଛନ୍ତି। ସରକାର ଭାଇରସର ମ୍ୟୁଟେସନର ଭୟାବହତାକୁ ଭଲ ଭାବେ ବୁଝନ୍ତୁ। ଆପଣ ୯୭% ଭାରତୀୟଙ୍କୁ ଭାଇରସ ଦ୍ୱାରା ସଂକ୍ରମିତ ହେବାକୁ ଛାଡ଼ି ଦେଇ ବାକି ୩% ଲୋକଙ୍କୁ ଟିକା ଦେବାକୁ ଅନୁମତି ଦେଇଛନ୍ତି।

କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ଏତେ ସଂଖ୍ୟକ ମୃତ୍ୟୁ ପାଇଁ ସିଧାସଳଖ ଦାୟୀ। କରୋନାର ଦ୍ୱିତୀୟ ୱେଭ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦାୟୀ ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ରାହୁଲ ଗାନ୍ଧି ସରକାର କରୋନା ମୃତ୍ୟୁର ତଥ୍ୟ ଲୁଚାଉଥିବା ମଧ୍ୟ କହିଛନ୍ତି। ସେ କହିଛନ୍ତି, ଭାରତର ମୃତ୍ୟୁର ତଥ୍ୟ ମିଛ। ସରକାର ପ୍ରକୃତ ସତ ସମସ୍ତଙ୍କୁ ଜଣାଇବା ଉଚିତ। ମୃତ୍ୟୁ ଉପରେ ମିଛ କହିବା କରୋନା ଭାଇରସକୁ ସହଯୋଗ କରିବା ସହ ସମାନ। ଏହା ରାଜନୀତି ନୁହେଁ, ଏହା ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ନିହାତି ଜରୁରୀ ବୋଲି ସେ କହିଛନ୍ତି।

Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe